ଆଜି ଆମେ ଆପଣଙ୍କ ପାଇଁ କିଛି ଅନୁଚିନ୍ତା ନେଇ ଆସିଛୁ ଯାହା ଆପଣଙ୍କ ଜୀବନକୁ ସହଜ ଏବଂ ସରଲ କରିବାରେ ସାହାଯ୍ୟ କରିବ । ମନେ ରଖନ୍ତୁ କେବେବି ଅନ୍ୟମାନଙ୍କ ପାଇଁ ରହିଥିବା ଖାଦ୍ୟକୁ ଖାଇବା ଉଚିତ ନୁହେଁ କିମ୍ବା ପାଖରେ ଥିବା କୌଣସି ପ୍ରାଣୀଙ୍କୁ ଭୋକିଲା ରଖି ଖାଦ୍ଯ ଖାଇବା ଆପଣଙ୍କ ପାଇଁ ଅମଙ୍ଗଳକାରୀ ସାବ୍ୟସ୍ତ ହୋଇଥାଏ । କେବେବି ଭାଙ୍ଗି ଯାଇ ଥିବା ବାସନରେ କିମ୍ବା ଭଲ ଭାବେ ସଫା ହୋଇ ନଥିବା ବାସନରେ ଖାଦ୍ୟ ଖାଇବା ଉଚିତ ନୁହେଁ, ଏହାଦ୍ବାରା ଘରକୁ ଦରିଦ୍ରତା ଆସିଥାଏ ।

ଏକାଦଶୀ ଦିନ କେବେବି ଆମିଷ ଭୋଜନ କରିବା ଉଚିତ ନୁହେଁ, ଏହା ଅମଙ୍ଗଳକାରୀ ହେବା ସହ ଅନର୍ଥର କାରଣ ମଧ୍ୟ ହୋଇଥାଏ । ଲୋକମାନଙ୍କ ସହ ସାଙ୍ଗରେ ଭୋଜନାରେ କରିବା ସମୟରେ ଅନ୍ୟମାନେ ଖାଇ ନସାରିବା ପର୍ଯ୍ୟନ୍ତ ପ୍ରଥମେ ଉଠିଯିବା ଅନୁଚିତ । ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ । ଭୋଜନ କରି ସାରିବା ପରେ କେବେବି ସେହି ଥାଳିରେ ହାତ ଧୋଇବା ଉଚିତ ନୁହେଁ, ଏହା ଅନ୍ନର ଅପମାନ ହେବା ସହ ଅମଙ୍ଗଳକାରୀ ମଧ୍ୟ ହୋଇଥାଏ ।
ଖଟ ଉପରେ ବସି କେବେବି ଭୋଜନ କରିବା ଉଚିତ ନୁହେଁ, ଏହାଦ୍ବାରା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଥାଏ । ପୂର୍ବ ଦିଗକୁ ମୁଖ କରି ଭୋଜନ କାରୋବା ଦ୍ଵାରା ସ୍ୱାସ୍ଥ୍ୟ ଭଲ ରହିଥାଏ ଓ ରୋଗବ୍ୟାଧି ଦୂର ହୋଇଥାଏ । ଦକ୍ଷିଣ ଦିଗକୁ ମୁଖ କରି ଭୋଜନ କରିବା ଅନୁଚିତ । ଏହା ଅଶୁଭ ହେବ ସହ ଆୟୁ କମ୍ ହୋଇଯାଏ ।

ଯେଉଁ ପୁରୁଷ ମାନଙ୍କ ମଥାରେ କୌଣସି ଦାଗ ରହିଥାଏ ସେମାନଙ୍କୁ ଜୀବନରେ ସଫଳତା ପ୍ରାପ୍ତ କରିବାକୁ ବହୁତ ସଂଘର୍ଷ କରିବାକୁ ପଡିଥାଏ । ଚଉଡା ମଥା ଥିବା ବା ଚାରି ଆଙ୍ଗୁଳିରୁ ଅଧିକ ବଡ ମଥା ଥିବା ପୁରୁଷ ଭାଗ୍ୟଶାଳୀ ହୋଇଥାନ୍ତି । ଯେଉଁ ପୁରୁଷ ମାନଙ୍କ ଦେହରୁ ଅଧିକ ଝାଳ ବାହାରିଥାଏ କିମ୍ବା ଅଧିକ ବାଲ ରହିଥାଏ ସେମାନଙ୍କୁ ଜୀବନରେ ବହୁତ କଠିନ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।
ପୁରୁଷମାନେ ପ୍ରତିଦିନ ସ୍ଵଚ୍ଛ ରହି ସ୍ନାନ ପରେ ଚନ୍ଦନ ଲଗାଇବା ସେମାନଙ୍କ ପାଇଁ ଶୁଭ ଓ ମଙ୍ଗଳକାରୀ ହୋଇଥାଏ । ସ୍ପଷ୍ଟ ଭାବେ କଥା କହୁଥିବା ପୁରୁଷମାନେ ଜୀବନରେ ଶୀଘ୍ର ସଫଳତା ଏବଂ ଧନ ଦୌଲତର ଅଧିକାରୀ ହୋଇଥାନ୍ତି । କିନ୍ତୁ ଯେଉଁ ପୁରୁଷମାନେ ଧୀରେ କଥା କହିଥାନ୍ତି କିମ୍ବା ସେମାନଙ୍କ କଥା ଠିକ ଭାବେ ବୁଝି ହୁଏ ନାହିଁ, ସେମାନଙ୍କୁ ଜୀବନରେ ସହଜରେ ସଫଳତା ମିଳି ନଥାଏ ।

ସୁନ୍ଦର ଓ କଳା ଆଖି ଥିବା ଏବଂ ଆଖି ତଳେ କୌଣସି ଦାଗ ନଥିବା ପୁରୁଷ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଯେଉଁ ପୁରୁଷ ଏବଂ କନ୍ୟାଙ୍କ ପାଦର ଦ୍ଵିତୀୟ ଆଙ୍ଗୁଳି ବଡ ହୋଇଥାଏ ସେମାନେ ଭାଗ୍ୟଶାଳୀ ଏବଂ ସହନଶୀଳ ସ୍ଵଭାବର ହୋଇଥାନ୍ତି । ଯେଉଁ ପୁରୁଷ ନିଜର ପ୍ରଶଂସା କରନ୍ତି ନାହିଁ ଏବଂ ଯାହାର ଅହଙ୍କାର ନଥାଏ ସେମାନଙ୍କ ଉପରେ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ରହିଥାଏ ।
ମହିଳାଙ୍କ ସମ୍ମାନ କରୁଥିବା ପୁରୁଷଙ୍କ ଉପରେ ସର୍ବଦା ଶନିଦେବଙ୍କ ଆଶୀର୍ବାଦ ରହିଥାଏ । ସ୍ମିତହାସ୍ୟ ଓ ମନ ମୋହି ନେବା ଭଳି ହାସ୍ୟ ଥିବା ପୁରୁଷଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ରହିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।