ଭାରତୀୟ ଆଇନ ଅନୁଯାୟୀ ପୁଅ ହିଁ ବୃଦ୍ଧ ପିତାମାତାଙ୍କ ସମସ୍ତ ଖର୍ଚ୍ଚ ବହନ କରିବାର ଆଇନ ରହିଛି । ଏହାସହ ଜଣେ ସ୍ଵାମୀ ଯଦି ତାଙ୍କ ସ୍ତ୍ରୀଙ୍କୁ ଛାଡପତ୍ର ଦେଉଛନ୍ତି ତେବେ ଉକ୍ତ ମହିଳାଙ୍କୁ ତାଙ୍କ ସ୍ଵାମୀ ଭରଣ ପୋଷଣ ଦେବାର ଆଇନ ମଧ୍ୟ ରହିଛି । ହେଲେ ଆପଣ ଜାଡିଲେ ଆଶ୍ଚର୍ଯ୍ୟ ହେବେ ଏମିତି କିଛି ମାମଲା ରହିଛି ଯେଉଁଠି ଯଦି ପୁଅର ମୃତ୍ୟୁ ହୋଇଯାଏ ତେବେ ତାଙ୍କ ବୃଦ୍ଧ ପିତାମାତାଙ୍କୁ ବୋହୂ ଭରଣ ପୋଷଣ ଯୋଗାଇ ଦେବାକୁ ବାଧ୍ୟ । ଏହି ପ୍ରସଙ୍ଗରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ।
ଉଭୟ କୋର୍ଟ ଏକ ସମାନ ମାମଲାର ରାୟ ଶୁଣାଇ କହିଛନ୍ତି କି ଯଦି ଅର୍ଦ୍ଧସାରିକ ବାହିନୀରେ ଚାକିରି କରିଥିବା ଯୁବକର ମୃତ୍ୟୁ ହୋଇଯାଏ ଓ ତାଙ୍କ ସ୍ତ୍ରୀକୁ ଅନୁକମ୍ପା ମୂଳକ ଚାକିରି ମିଳୁଛି ତେବେ ସ୍ତ୍ରୀ ଜଣକ ଅନ୍ୟତ୍ର ବିବାହ କଲେ ମଧ୍ୟ ଏହି କ୍ଷେତ୍ରରେ ମହିଳାଙ୍କୁ ଶାଶୁ ଶ୍ଵଶୁରଙ୍କୁ ଭରଣ ପୋଷଣ ଦେବାକୁ ପଡିବ । ଏହାସହ ଦ୍ଵିତୀୟ ସ୍ବାମୀଙ୍କ ଠାରୁଜନ୍ମ ହୋଇଥିବା ପିଲାଙ୍କ ଭରଣ ପୋଷଣ ଆଳରେ ବୋହୂ ଶାଶୁ ଶ୍ବଶୁରଙ୍କୁ ଭରଣ ପୋଷଣ ଦେବାକୁ ମନା କରିପାରିବେ ନାହିଁ ।
କେବଳ ସେତିକି ନୁହେଁ ଯଦି ମୃତ ସ୍ବାମୀଙ୍କର ଅନ୍ୟ କେହି ଭାଇ ଥାଆନ୍ତି ଓ ସେମାନଙ୍କ ପାଖରେ ସମ୍ପତ୍ତି ଥାଏ ତଥାପି ମୃତ ପୁଅର ସ୍ତ୍ରୀ ଶାଶୁ ଶ୍ବଶୁରଙ୍କୁ ଭରଣ ପୋଷଣ ଦେବାକୁ ମନା କରିପାରିବ ନାହିଁ । ପଞ୍ଜାବ ହରିୟାଣା ଉଚ ନ୍ୟାୟାଳୟର ନ୍ୟାୟମୂର୍ତ୍ତି ରାଜବୀର ସହରାବତ ସିଆଇଏସଏଫ ର ଜଣେ ମହିଳା କନେଷ୍ଟବଳଙ୍କ ଅଭିଯୋଗର ଶୁଣାଣି କରି ଏହି ରାୟ ଦେଇଛନ୍ତି ।
ଏହି ମହିଳା କନେଷ୍ଟବଳଙ୍କୁ ନିଜ ଦରମାର ୨୫ ପ୍ରତିଶତ ତାଙ୍କ ମୃତ ସ୍ବାମୀଙ୍କ ପିତାମାତାଙ୍କୁ ଦେବାକୁ ସିଆଇଏସଏଫ ତରଫରୁ ନିର୍ଦ୍ଦେଶ ଦିଆ ଯାଇଥିଲା । ସିଆଇଏସଏଫ ଙ୍କ ଏହିଭଳି ନିଷ୍ପତ୍ତିକୁ ମହିଳା ଜଣକ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଅଭିଯୋଗକାରୀ ମହିଳା କନେଷ୍ଟବଳଙ୍କ ସ୍ଵାମୀ କୁଲଦୀପ ସିଂ ସିଆଇଏସଏଫ ର ଜଣେ କନେଷ୍ଟବଳ ଥିଲେ ଭାବେ କାର୍ଯ୍ୟରତ ଥିଲେ । କୌଣସି କାରଣରୁ ୩ ଫେବୃୟାରୀ ୧୯୯୮ ରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା ।
ଏହାପରେ ମହିଳା ଜଣଙ୍କୁ ଅନୁକମ୍ପା ଭିତ୍ତିରେ ତାଙ୍କ ସ୍ବାମୀଙ୍କ ସ୍ଥାନରେ ଚାକିରି ମିଳିଥିଲା । କିନ୍ତୁ ସେ ନିଜ ଦରମାରୁ ସଂପୂର୍ଣ୍ଣ ୨୫ ପ୍ରତିଶତ ଶାଶୁ ଶ୍ଵଶୁରଙ୍କୁ ଦେବାକୁ ରାଜି ହୋଇ ନଥିଲେ । ଯାହାଫଳରେ ହାଇକୋର୍ଟ ଏହିଭଳି ଏଭଳି ଏକ ନିଷ୍ପତ୍ତି ଶୁଣାଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।