କିଏ ଏହି ପାକିସ୍ତାନର ନୂଆ PM ? ପ୍ରଧାନମନ୍ତ୍ରୀ Modi ଓ ପାକିସ୍ତାନକୁ ନେଇ ସେ ଯାହା ବୟାନ ଦେଇଥିଲେ ଶୁଣିଲେ ଆପଣ ବି ତାତିଯିବେ

ପାକିସ୍ତାନରେ ବହୁତ ଶୀଘ୍ର ଇମ୍ରାନ ଖାନଙ୍କ ସରକାର ଭାଙ୍ଗିବାକୁ ଯାଉଛି । ଶୁଣିବାକୁ ମିଳୁଛି ସାଂସଦରେ ଅବିଶ୍ଵାସ ପ୍ରସ୍ତାବର ସାମ୍ନା କରିବା ପୂର୍ବରୁ ହିଁ ଇମ୍ରାନ ଖାନ ଇସ୍ତଫା ଦେଇପାରନ୍ତି । ଅବିଶ୍ଵାସ ପ୍ରସ୍ତାବ ଉପରେ ଏପ୍ରିଲ ୨୫ ତାରିଖରେ ଭୋଟିଂ ହୋଇପାରେ । ମିଡିଆ ରିପୋର୍ଟରେ କୁହାଯାଇଛି କି ପାକିସ୍ତାନର ସେନା ପ୍ରମୁଖ ଜେନେରାଲ କମର ଜାବେଦ ବାଜୱା ଓଉଆଇସି କନ୍ଫରେନ୍ସ ପରେ ଇମ୍ରାନଙ୍କୁ ଇସ୍ତଫା ଦେବାକୁ ପରାମର୍ଶ ଦେଇଛନ୍ତି ।

ସେପଟେ ଶୁଣିବାକୁ ମିଳୁଛି ବିପକ୍ଷ ପାର୍ଟି ନୂଆ ସରକାର ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି । ବିପକ୍ଷ ଦଳ ଇମ୍ରାନଙ୍କ ପରେ ସେହବାଜ ଶରିଫଙ୍କୁ ପ୍ରଧାନମନ୍ତ୍ରୀ ବନେଇବାକୁ ନିଜର ସହମତି ପ୍ରକାଶ କରିଛନ୍ତି । ଶୁଣିବାକୁ ମିଳୁଛି ନୂଆ ସରକାରରେ ବିଲାବର ଭୁଟୋ ବିଦେଶ ମନ୍ତ୍ରୀ ହେବେ ଓ ମରିୟମ ନୱାଜ ଗୃହମନ୍ତ୍ରୀ ହେବେ । ତେବେ ଚାଲନ୍ତୁ ଜାଣିବା ଏହି ସେହବାଜ ଶରିଫ କିଏ ଓ କାଶ୍ମୀର ଏବଂ ଭାରତକୁ ନେଇ ସେ ପୂର୍ବରୁ କଣ ମାନତାବୀ ଦେଇଥିଲେ ।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଭାଇ ହେଉଛନ୍ତି ସେହବାଜ ଶରିଫ । ସେ ପାକିସ୍ତାନ ମୁସଲିମ ଲିଗ୍ ନୱାଜର ପ୍ରମୁଖ ନେତା ଏବଂ ବିପକ୍ଷ ନେତା ମଧ୍ୟ ଅଟନ୍ତି । ସେହବାଜ ଶରିଫ ପାକିସ୍ତାନର ପଞ୍ଜାବ ପ୍ରାନ୍ତର ତିନିଥର ମୁଖ୍ୟମନ୍ତ୍ରୀ ମଧ୍ୟ ରହି ସାରିଛନ୍ତି । ୨୦୧୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହୋଇଥିଲା ଓ ସେହି ସମୟରେ ପାକିସ୍ତାନ ମୁସଲିମ ଲିଗ୍ ନୱାଜ ସେହବାଜଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରୂପେ ଠିଆ କରିଥିଲା । କିନ୍ତୁ ସେହି ନିର୍ବାଚନରେ ଇମ୍ରାନ ଖାନ ବିପୁଳ ବିଜୟ ହାସଲ କରିଥିଲେ ।

୨୦୨୦ ସେପ୍ଟେମ୍ବରରେ ସେବାଜଙ୍କୁ ଅର୍ଥ ହେରଫେର କାରବାରରେ ଗିରଫ କରା ଯାଇଥିଲା । ତାଙ୍କ ଉପରେ କୋଟି କୋଟି ଟଙ୍କାର ଅର୍ଥ ଠକେଇର ଆରୋପ ଲାଗିଥିଲା । କିନ୍ତୁ ୨୦୨୧ ଏପ୍ରିଲରେ ତାଙ୍କୁ ଲାହୋର ହାଇକୋର୍ଟ ଜାମିନ ଦେଇଥିଲା । ସେହବାଜଙ୍କ ଉପରେ ଏବେବି କେସ୍ ଚାଲିଛି । କାଶ୍ମୀରକୁ ନେଇ ସେହବାଜ ଆରମ୍ଭରୁ ଭାରତ ଉପରେ ବିଷ ଓଗାଳି ଆସିଛନ୍ତି । ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ମଧ୍ୟ ଅନେକ ବିବାଦୀୟ ବୟାନ ଦେଇଛନ୍ତି ।

ମୋଦୀ ସରକାର କାଶ୍ମୀରରେ ଅତ୍ୟାଚାର କରୁଛନ୍ତି ବୋଲି ସେ ଥରେ କହିଥିଲେ । ଏହାସହ ସେ କହିଥିଲେ ଭାରତ ଯେବେବି ଜି୨୦ ଦେଶର ସମ୍ମିଳନୀରେ ଯାଉଛି ମୋ ଛାତିରେ ତୀର ଲାଗିଯାଉଛି । ସେ କହିଥିଲେ କି ମୁଁ ଏହା ବିଲକୁଲ ବି ବରଦାସ୍ତ କରିପାରୁନି କି ପିଏମ ମୋଦୀ ଜି୨୦ ବୈଠକରେ ଯାଉଛନ୍ତି ଆଉ ଆମେ ଏଠି ତାମସା ଦେଖୁଛୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।