ଆରମ୍ଭ ହୋଇଯିବ କି ମହାଯୁଦ୍ଧ ! ଋଷ ଓ ୟୁକ୍ରେନ ଯୁଦ୍ଧକୁ ପ୍ରାୟ ମାସେ କାଳ ବିତିଗଲାଣି । ତଥାପି ଶେଷ ହେବାର ନାଁ ନେଉଣୀ ଯୁଦ୍ଧ ବରଂ ଦିନକୁ ଦିନ ଭୟଙ୍କର ନେବାରେ ଲାଗିଛି । ନିକଟରେ ଦେଖିବାକୁ ମିଳିଛି କି ଋଷର ନରୱେ ମଧ୍ୟବର୍ତ୍ତୀ ଅଞ୍ଚଳରେ ଶହେ କି ଦୁଇ ଶହ ନୁହେଁ ୩୦ ହଜାର ନାଟୋ ସେନା ଆକ୍ସନ ମୋଡ୍ କୁ ଆସିଛନ୍ତି ଆଉ ଆରମ୍ଭ କରି ଦେଇଛନ୍ତି ସମରାଭ୍ୟାସ । ଏମାନଙ୍କ ଯୁଦ୍ଧାଭ୍ୟାସରେ ପରମାଣୁ ଉଡାଜାହାଜ ସମେତ ଭୟାନକ ଅସ୍ତ୍ର ଜଡିତ ବିମାନ ମଧ୍ୟ ସାମିଲ ହୋଇଛି ।
ଏହା ଏକ ମହାଯୁଦ୍ଧ ହେବାର ଯଥେଷ୍ଟ ସଙ୍କେତ ଦେଉଛି । ୟୁକ୍ରେନ ସୀମାରେ କିଛି ଲଢୁଆ ବିମାନକୁ ରାଡ଼ାର ଟ୍ରେସ କରିବାରେ ଲାଗିଛି । ଏହି ବିମାନରେ ଭୟଙ୍କର ମିଶାଇଲ ସଲଗ୍ନ ହୋଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଯୁଦ୍ଧ ବିମାନ ୟୁକ୍ରେନର ନୁହେଁ କି ଋଷର ମଧ୍ୟ ନୁହେଁ । ତେଣୁ ହଙ୍ଗେରୀୟ ଆକାଶପଥ ଦେଇ ପ୍ରବେଶ କରିଥିବା ଏହି ଯୁଦ୍ଧ ବିମାନକୁ ନେଇ ଋଷର ଚିନ୍ତା ବଢିଯାଇଛି ।
ଋଷ ବର୍ତ୍ତମାନ ସୁଦ୍ଧା ୟୁକ୍ରେନକୁ ଅକ୍ତିଆର କରିପାରି ନଥିବା ବେଳେ ୟୁକ୍ରେନ ଆକାଶରେ ଏହିପରି ଏକ ବିମାନ ଏବଂ ସୀମାରେ ନାଟୋ ସେନାର ଯୁଦ୍ଧାଭ୍ୟାସ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଅତିଷ୍ଠ କରିଛି । ଏହିସବୁକୁ ଦୃଷ୍ଟିରେ ରଖି ପୁଟିନ ବହୁତ ଶୀଘ୍ର ୟୁକ୍ରେନ ଉପରେ ରାସାୟନିକ ଯୁଦ୍ଧାସ୍ତ୍ର ପ୍ରୟୋଗ କରିବା ସହ ଆବଶ୍ୟକ ପଡିଲେ ପରମାଣୁ ଆକ୍ରମଣ କରିବେ ବୋଲି ଆଶଙ୍କା କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ।
ଗୋଟେ ପଟେ ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ କରିବା ପାଇଁ ପୁଟିନ ପୂର୍ବରୁ ଚେତାବନୀ ଦେଇଥିବା ବେଳେ ଆମେରିକା ମଧ୍ୟ ଏଥିପାଇଁ ଅଣ୍ଟା ଭିଡିଛି । ଅବଶ୍ୟ ନେଇଏ କୌଜନଶୀ ସଠିକ ସୂଚନା ଦେଇନାହିଁ ଆମେରିକା । ଏସବୁ ଭିତରେ ଉଭା ହୋଇଛି ନାଟୋ । ଯଦି ଋଷରେ ୟୁକ୍ରେନକୁ ପ୍ରତିହତ କରାଯାଏ ତେବେ ଋଷର ପରବର୍ତ୍ତୀ ଟାର୍ଗେଟ ନାଟୋ ଡ଼ିଏସଏଚ ବୋଲି ଆଶଙ୍କା ଘନେଇବା ପରେ ସତର୍କ ହୋଇଛି ନାଟୋ ।
ତେଣୁ ଏବେ ଋଷ ସେମାରେ ଯୁଦ୍ଧାଭ୍ୟାସ ଆରମ୍ଭ କରିଛନ୍ତି ୩୦ ହଜାର ନାଟୋ ସୈନିକ । ନାଟୋ ପାଖରେ ୫୪,୦୫,୭୦୦ ସୈନିକ ଥିବା ବେଳେ ଋଷ ପାଖରେ ୧୩,୫୦,୦୦୦ ସୈନିକ ଅଛନ୍ତି । ନାଟୋର ସକ୍ରିୟ ସୈନ୍ୟଙ୍କ ସଂଖ୍ୟା ୩୩,୬୬,୦୦୦ ଥିବା ବେଳେ ଋଷ ପାଖରେ ୮,୫୫,୦୦୦ ହଜାର ସକ୍ରିୟ ସୈନ୍ୟ ଅଛନ୍ତି ।
ନାଟୋ ପାଖରେ ୭,୩୮,୭୦୦ ପାରା ମିଲିଟାରୀ ୟୁନିଟ ରହିଛି ଓ ଋଷ ପାଖରେ ୨,୫୦,୦୦୦ ପାରା ମିଲିଟାରୀ ୟୁନିଟ ରହିଛି । ସେହିପରି ନାଟୋ ପାଖରେ ୨୦,୭୨୩ ଏୟାରକ୍ରାଫ୍ଟ ଥିବା ବେଳେ ଋଷ ପାଖରେ ମାତ୍ର ୪୧୭୩ଟି ଏୟାରକ୍ରାଫ୍ଟ ରହିଛି । ସେହିପରି ଆଟାକ୍ ଏୟାରକ୍ରାଫ୍ଟ, ଟ୍ୟାଙ୍କ ଏୟାରକ୍ରାଫ୍ଟ ଓ ହେଲିକପ୍ଟର ଆଦି ତୁଳନାରେ ନାଟୋ ସବୁଥିରେ ଋଷଠୁ ଆଗରେ ରହିଛି ।
ସେଥିପାଇଁ ବୋଧେ ନାଟୋ ସହ ସାମିଲ ହେବାକୁ ଚାହୁଁଛି ୟୁକ୍ରେନ । ହେଲେ ଯଦି ନାଟୋ ଯୁଦ୍ଧକୁ ଓହ୍ଲାଏ ତେବେ ପରିସ୍ଥିତି ଭୟାବହ ହେବ ପୁଟିନ କହି ସାରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।