ସଜନା ଶାଗକୁ ବହୁ ଜାଗାରେ ବହୁ ନାମରେ ଜଣାଯାଏ । ଗାଁ ଗଣ୍ଡାରେ ପ୍ରାୟ ପ୍ରତ୍ଯେକଙ୍କ ବାଡିରେ ଏହି ଗଛ ଦେଖିବାକୁ ମିଳେ । ଏହାର ତରକାରୀ ଏବଂ ଭଜା ଅତ୍ୟନ୍ତ ସ୍ଵାଦିଷ୍ଟ ହୋଇଥାଏ । ସ୍ଵାଦିଷ୍ଟ ହେବା ସହ ଏହା ଔଷଧୀୟ ଗୁଣରେ ମଧ୍ୟ ପରିପୂର୍ଣ୍ଣ ଅଟେ । ଏହାର ଫଳ ଏବଂ ପତ୍ରରେ ଚମତ୍କାରୀ ଆୟୁର୍ବେଦିକ ଗୁଣ ରହିଛି । ଆଜି ଆମେ ଆପଣଙ୍କୁ ସଜନା ପତ୍ରର ଚମତ୍କାରୀ ଉପକାରିତା ବିଷୟରେ କହିବାକୁ ଯାଉଛି । ତେବେ ଚାଲନ୍ତୁ ଜାଣିବା ସଜନା ପତ୍ରର ଚମତ୍କାରିତା ବିଷୟରେ ।
ଶହେ ଗ୍ରାମ ସଜନା ପତ୍ରରେ ୫ ଗ୍ଳାସ କ୍ଷୀର ସମାନ କ୍ୟାଲସିୟମ ରହିଥାଏ ବୋଲି ମାନାଯାଏ । ଏହାସହ ଏକ ଲେମ୍ବୁ ତୁଳନାରେ ଏଥିରେ ୫ ଗୁଣା ଅଧିକ ଭିଟାମିନ-ସି ମିଳିଥାଏ ।କ୍ୟାଲସିୟମ ଓ ଭିଟାମିନ-ସି ସମେତ ସଜନା ପତ୍ରରେ ପ୍ରୋଟିନ, ପୋଟାସିୟମ, ଆଇରନ, ମ୍ୟାଗ୍ନେସିୟମ ଏବଂ ଭିଟାମିନ-ବି କମ୍ପ୍ଲେକ୍ସ ଭରପୁର ମାତ୍ରାରେ ମିଳିଥାଏ । ହଇଜା, ଝାଡାବାନ୍ତି ଓ ଜଣ୍ଡିସ ପରି ରୋଗରେ ସଜନା ପତ୍ରର ରସ ପିଇବା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ ।
ବହୁତ ଅଧିକ ଥଣ୍ଡା ହୋଇ ଯାଇଥିଲେ ଏହାର ପାତ୍ର ଏବଂ ଫଳକୁ ପାଣିରେ ଫୁଟାଇ ବାମ୍ଫ ନେବା ଦ୍ଵାରା ଆପଣଙ୍କର ବନ୍ଦ ନାମ ଖୋଲିଥାଏ ଓ ଶରୀରର ବ୍ୟଥା ମଧ୍ୟ କମ୍ ହୋଇଥାଏ । ସଜନା ଶାଗ ନିୟମିତ ଖାଇବା ଦ୍ଵାରା ଆନିମିଆ ବା ରକ୍ତର ଅଭାବ ଦୂର ହୋଇଥାଏ ଓ ଏହା ପିଲାଙ୍କ କୁପୋଷଣକୁ ମଧ୍ୟ ଦୂର କରେ ।
ଏହା ସେବନ କରିବା ଦ୍ଵାରା ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ସ୍ୱାସ୍ଥ୍ୟ ଠିକ ରୁହେ । ଏହା ସମଗ୍ର ସ୍ୱାସ୍ଥ୍ୟ ଭଲ ରଖିଥାଏ ଓ ପୋଷଣ ଏବଂ ଊର୍ଜା ଦେଇଥାଏ । ପ୍ରୋଟିନ ଓ ଭିଟାମିନରେ ଭରପୁର ଏହି ପତ୍ର କୋଷ୍ଠକାଠିନ୍ଯକୁ ଦୂର କରିବାରେ କାମ କରିଥାଏ । ଏଥିରେ ଫାଇବାର ମଧ୍ୟ ଭରପୁର ମାତ୍ରାରେ ମିଳିଥାଏ । ଯାହା ଆମ ପାଚନ ତନ୍ତ୍ରକୁ ଠିକ ରଖିବା ସହ ପେଟ ସମ୍ବନ୍ଧିତ ସମସ୍ତ ସମସ୍ଯାକୁ ଦୂର କରିଥାଏ ।
ଉଚ୍ଚ କ୍ୟାଲସିୟମ ମାତ୍ରା ହେବା କାରଣରୁ ଏହା ଆମ ହାଡକୁ ମଧ୍ୟ ଶକ୍ତ କରିଥାଏ । ଏହା ଆଣ୍ଠୁଗଣ୍ଠି ବିନ୍ଧା ପାଇଁ ବହୁତ ଲାଭଦାୟକ ଅଟେ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବୃଦ୍ଧି କରିଥାଏ । ଏହାସହ ସଜନା ପତ୍ର ଆମ ଆଖି ଏବଂ ମସ୍ତିଷ୍କକୁ ମଧ୍ୟ ପୋଷଣ ପ୍ରଦାନ କରିଥାଏ ।
ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିବାରେ ସଜନା ଶାଗ ଖୁବ ଉପଯୋଗୀ ଅଟେ । ଏହା ସହଜରେ ମିଳିଯାଏ ଓ ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ନଥାଏ । ହଇଜା ପାଇଁ ଆପଣ ସଜନ ପତ୍ରକୁ ପାଣିରେ ଫୁଟାଇ ପିଇ ପାରିବେ ଓ ସଜନା ଶାଗକୁ ଭାଜି କିମ୍ବା ତରକାରୀ ବନେଇ ମଧ୍ୟ ଖାଇପରିବେ । ଏହାସହ ଏଥିରୁ ଗୁଣ୍ଡ ପ୍ରସ୍ତୁତ କରି ମଧ୍ୟ ଭୋଜନ ସାଙ୍ଗରେ ଗୋଟିଏ ଚାମୁଚ ଲେଖାଏଁ ଖାଇ ପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।