ବାହା ହେବାକୁ ଆସି ବର ହଟହଟା ହୋଇଛି । ବଲାଙ୍ଗୀର ଜିଲ୍ଲା କଣ୍ଟାପାଞ୍ଝିର ଚାଉଳଶୁଖା ଗାଁ ରେ ବାହା ହେବାକୁ ଆସି ହଟହଟା ହୋଇଛି ବର । ବର ବାହା ହେବାକୁ ଆସିବା ବେଳେ ସାଙ୍ଗରେ ବରଯାତ୍ରୀ ଆଣି ନଥିବାରୁ ଗାଁ ଲୋକଙ୍କ ମନରେ ସନ୍ଦେହ ବଢିଥିଲା । ପରେ କନ୍ୟା ଘର ଲୋକେ ମଧ୍ୟ ଝିଅ ବାହା ଦେବାକୁ ରାଜି ହୋଇ ନଥିଲେ । ଆଉ ବରକୁ ସେଠାରେ ଅଟକ ରଖି ପଚରା ଉଚରା କରିଥିଲେ । ଆଉ ପଚରା ଉଚରା ବେଳେ ବାର ପୂର୍ବରୁ ବିବାହିତ ବୋଲି ଜଣା ପଡିଥିଲା ।
ଯାହାପରେ କନ୍ୟା ଘର ଲୋକ ତାକୁ ଅଟକ ରଖିଥିଲେ । ବାହାଘର ଦିନ ବରଯାତ୍ରୀ ପକ୍ଷରୁ ଦେଢ ଶହ ବରଯାତ୍ରୀ ଆସିବା ପାଇଁ କନ୍ୟା ପକ୍ଷ କହିଥିଲେ । ହେଲେ ଗତକାଲି ଯୁବକ ଜଣକ କେବଳ ନିଜେ ବର ବେଶରେ ଗୋଟିଏ ଗାଡିରେ ହିଁ ବାହା ହେବାକୁ ଆସିଥିଲେ । ବର ସାଙ୍ଗରେ ବରଯାତ୍ରୀ ନ ଆସିଥିବାରୁ ଅନେକ ଲୋକ ଏହାକୁ ନେଇ ସନ୍ଦେହ କରିଥିଲେ । ବର ଜଣକ ନାଁ ଲକ୍ଷ୍ମୀକାନ୍ତ ତିୱାରୀ ବୋଲି ଜଣାପଡିଛି ।
କନ୍ଯାର ମାଆଙ୍କ କହିବା ଅନୁସାରେ ବର କିଛି ନକଲି ସୁନା ଓ ମିଠା ନେଇ ଆସିଥିଲା । ଘଟଣାସ୍ଥଳରେ କଣ୍ଟାପାଞ୍ଝି ପୋଲିସ ପହଞ୍ଚି ଲୋକଙ୍କୁ ଏବେ ବୁଝାସୁଝା କରୁଛି । ବର ଏକା ଆସିବା ସହ ଲୋକଙ୍କ କଥା କଇଁ ଧରୁଛ ବୋଲି କନ୍ୟା ଘରଲୋକଙ୍କୁ ବୁଝାଇଥିଲା । ନକଲି ସୁନା ଆଣି ଝିଅକୁ ନିଜେ ସୁନାଗହଣା ଦେଇ ବାହା ହେବ କିଛି ନେବ ନାହିଁ ବୋଲି କହିଥିଲା ।
ଯାହା ସକ୍ଷମ ହେବ ତାହା ଦେବ ବୋଲି କହିଥିଲା । ଏହାସହ ତା’ର ବ୍ୟବସାୟ ଚାଲିଛି ଘରେ ସବୁ ଅଛି କହି ଝିଅ ଘରଲୋକଙ୍କୁ ଲୋଭ ଦେଖାଇଥିଲା । ସମାଜର ରୀତିନୀତି ଅନୁସାରେ ବାହାଘର ଠିକ କରିଥିଲେ ଘର ଲୋକ । କିନ୍ତୁ ବାହାଘର ଦିନ କେବଳ ବର ଆସିବାରୁ ଏହାକୁ ନେଇ ଲୋକେ ପ୍ରତିରୋଧ କରିଥିଲେ । ଏହାପରେ ବରକୁ ଅଟକି ରଖି ଲୋକେ ତା’ ଠାରୁ କଥା ଆଦାୟ କରିଥିଲେ ।
ଯାହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହାପରେ ପୋଲିସ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।