ଆରମ୍ଭରୁ ମନା କରି ଆସୁଥିଲା କିନ୍ତୁ ଶେଷରେ ଏବେ ସାହାଯ୍ୟର ହାତ ବଢାଇଲା । ଏବେ ୟୁକ୍ରେନକୁ ଡ୍ରୋନ ଦେବ ଆମେରିକା । ଆଉ ଗେମ୍ ଚେଞ୍ଜ୍ କରିଦେବେ ଏହି ଡ୍ରୋନ । ଏ ପର୍ଯ୍ୟନ୍ତ ନା ନା ବୋଲି କହି ଆସୁଥିଲା ହେଲେ ଏବେ ହଁ କହିଦେଲା । ଋଷିଆ ୟୁକ୍ରେନ ଯୁଦ୍ଧ ସମୟରେ ୟୁକ୍ରେନକୁ ଡ୍ରୋନ ଦେବାକୁ ନିଷ୍ପତ୍ତି ନେଇଛି ଆମେରିକା । ଖୁବ ଶୀଘ୍ର ୟୁକ୍ରେନ ସେନାକୁ ଆମେରିକୀୟ ଡ୍ରୋନ ମିଳିବ । ଆଉ ଏହି ଡ୍ରୋନ ମିଳିବା ପରେ ୟୁକ୍ରେନ ସୈନ୍ୟ ଋଷିଆ ଉପରେ ଭାରି ପଡିବେ ବୋଲି ଆଶଙ୍କା କରାଯାଉଛି ।
କାରଣ ଋଷିଆର ବୁଦ୍ଧି ହଜେଇ ଦେବ ଏହି ଶକ୍ତିଶାଳୀ ଡ୍ରୋନ । ଆଉ ଏହି ମହାଯୁଦ୍ଧ ବେଳେ ଆମେରିକା ୟୁକ୍ରେନକୁ ଏଭଳି ସାହାଯ୍ୟ କରିବା ନେଇ ଏବେ ପୁରା ବିଶ୍ବରେ ଚର୍ଚ୍ଚା ହେଉଛି । ୟୁକ୍ରେନକୁ ସାହାଯ୍ୟ କରିବାକୁ ଘୋଷଣା କରିଛି ଆମେରିକା । ହ୍ଵାଇଟ ହାଉସ ଘୋଷଣା କରିଛି ଯେ ସେ ୟୁକ୍ରେନକୁ ୮ ଶହ ମିଲିୟନ ଡଲାରର ଅତିରିକ୍ତ ସହାୟତା ଦେବାକୁ ଯାଉଛି ।
କାମିକାଜି ଡ୍ରୋନ ବ୍ଯତୀତ ଆମେରିକା ୟୁକ୍ରେନକୁ ୮ ଶହ ଷ୍ଟ୍ରିଙ୍ଗର ଆଣ୍ଟି ଏୟାରକ୍ରାଫ୍ଟ ସିଷ୍ଟମ, ୧୦୦ ଗ୍ରେନେଡ ଲଞ୍ଚର, ୨ କୋଟି ରାଉଣ୍ଡର ଯୁଦ୍ଧାସ୍ତ୍ର ଓ ଗ୍ରେନେଡ ଲଞ୍ଚର ଏବଂ ମୋର୍ଟାର ରାଉଣ୍ଡ ଯୋଗାଇ ଦେବ । ୟୁକ୍ରେନକୁ ଆମେରିକା ଡ୍ରୋନ ଦେବାକୁ ଘୋଷଣା କରିବା ପରେ ଏବେ ଚିନ୍ତାରେ ଋଷିଆ । ସୂଚନା ଅନୁସାରେ କାମିକାଜୀ ହେଉଛି ଏକ ଜାପାନୀ ଶବ୍ଦ । ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ଏହା ଏକ ସ୍ଵତନ୍ତ୍ର ଆକ୍ରମଣକାରୀ ୟୁନିଟ ସହିତ ଜଡିତ ଥିଲା ।
ଏହା ଏକ ରୋବଟିକ ବୋମା । ଏହା ଏକ ଗାଇଡୟୁଜ କ୍ଷେପଣାସ୍ତ୍ର ଏବଂ ଏକ ମାନବବିହୀନ କ୍ଷେପଣାସ୍ତ୍ର ଯାନର ମିଶ୍ରଣ । ଏମବିସି ନ୍ଯୁଜ ଅନୁଯାୟୀ ହ୍ଵାଇଟ ହାଉସର ଫ୍ୟାକ୍ଟ ସିଟ୍ ଏହାକୁ ଶହେ ଷ୍ଟ୍ରାଟେଜିକ ୟୁଏସଏ ସହିତ ସମାନ ବୋଲି ବିବେଚନା କରାଯାଏ । ଏଥିସହ ୟୁକ୍ରେନକୁ ସ୍ଵିଚବେଲ୍ଟ ୩୦୦ ଏବଂ ସ୍ଵିଚବେଲ୍ଟ ୬୦୦ ଡ୍ରୋନ ମଧ୍ୟ ଦିଆଯିବ । ଲୋକଙ୍କୁ ହତ୍ୟା କରିବା ପାଇଁ ସ୍ଵିଚବେଲ୍ଟ ୩୦୦ ଡିଜାଇନ ହୋଇଥିବା ବେଳେ ସ୍ଵିଚବେଲ୍ଟ ୬୦୦ ଟ୍ୟାଙ୍କ ଏବଂ ଅନ୍ଯାନ୍ଯ ସାମରିକ ଯାନକୁ ନଷ୍ଟ କରିବା ପାଇଁ ଡିଜାଇନ କରାଯାଇଛି ।
ତେବେ ବର୍ତ୍ତମାନ ଆମେରିକାର ୟୁକ୍ରେନକୁ ଡ୍ରୋନ ଦେବା ନିଷ୍ପତ୍ତି ଉପରେ ଏବେ ପୁରା ବିଶ୍ଵର ନଜର ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।