ଏକ ମାମଲାର ଶୁଣାଣି କରି ଭଡାଟିଆଙ୍କ ବିରୋଧରେ ଘର ମାଇଳ୍କ ଦେଇଥିବା ଏତଲାକୁ ରବ୍ଦ କରି ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି କି ଭଡା ଦେଇ ପାରି ନଥିବା ଭଡାଟିଆଙ୍କ ବିରୋଧରେ ଦେୱାନି କାର୍ଯ୍ୟାନୁଷ୍ଠାନ ନିଆ ଯାଇ ପାରିବ । ହେଲେ ତାଙ୍କୁ ଜେଲଦଣ୍ଡ ହେବ ନାହିଁ । କାରଣ ଭାରତୀୟ ପିଙ୍ଗଳ କୋଡ୍ ଅନୁଯାୟୀ ଘରଭଡା ଦେଇ ନ ପାରିବାକୁ ଏକ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯାଏ ନାହିଁ ।

ସୂଚନାଯୋଗ୍ୟ ଯେ ଭଡାଟିଆ ଅନେକ ଦିନ ଧରି ଭଡାଘରେ ରହୁଥିଲେ ସୁଦ୍ଧା ଘର ମାଲିକଙ୍କୁ ଭଡା ଦେଇ ନଥିଲେ । ସେଥିପାଇଁ ଭଡାଟିଆଙ୍କ ବିରୋଧରେ ଆଲାହାବାଦ କୋର୍ଟର ଦ୍ଵାରସ୍ଥ ହୋଇଥିଲେ ଆବେଦନକାରୀ ଘର ମାଲିକ । ହେଲେ ସେଠାରେ ମଧ୍ୟ ତାଙ୍କ ସପକ୍ଷରେ ରାୟ ଆସି ନଥିଲା । ଘରଭଡା ଦେଇ ନ ପାରିବା ୪୧୫ ଧାରାରେ ଠକେଇ ଓ ୪୦୩ ଧାରାରେ ହେରଫେର ମାମଲା ଅଭିଯୁକ୍ତ ହୋଇ ପାରିବ ନାହିଁ ।
ଧାରା ୪୧୫ ଓ ଧାରା ୪୦୩ ଅନୁଯାୟୀ ରୁଜୁ ହୋଇଥିବା ଏହି ଏତଲାର ଶୁଣାଣି କରିବାକୁ ଆଲାହାବାଦ କୋର୍ଟ ମନା କରି ଦେଇଥିଲେ । ଆଲାହାବାଦ କୋର୍ଟ ବିରୋଧରେ ଏହି ମାମଲାକୁ ନେଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଆବେଦନକାରୀ । ଆଉ ଏହି ଆବେଦନର ଶୁଣାଣି କରିଥିଲେ ସୁପ୍ରିମକୋର୍ଟ ।

ଜଷ୍ଟିସ ସଂଜୀବ ଖାନ୍ନା ଓ ଜଷ୍ଟିସ ବେଲାୟମ ତ୍ରିବେଦୀଙ୍କୁ ନେଇ ଗଠିତ କରା ଯାଇଥିବା ଏକ ଖଣ୍ଡପୀଠ କହିଛନ୍ତି ଯେ ଏତଲାକୁ ଗ୍ରହଣ କରା ଯାଇଥିଲେ ବି ଘରଭଡା ଦେଇ ନ ପାରିବା ଏକ ଅପରାଧ ନୁହେଁ । ସୁପ୍ରିମକୋର୍ଟରେ ଘର ମାଲିକ ଦର୍ଶାଇଥିଲେ ଯେ ଭଡାଟିଆଙ୍କ ଉପରେ ତାଙ୍କର ବହୁତ ବକେୟା ରହିଛି । ତାଙ୍କ ସପକ୍ଷରେ ସେ ବହୁତ ଯୁକ୍ତି ବାଢିବା ସହ ବକେୟା ଥିବା ଘରଭଡା କିପରି ଆଦାୟ କରାଯିବ ବୋଲି ସେ ପ୍ରାର୍ଥନା କରିଥିଲେ ।
ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏହାର ଅନେକ ସିଭିଲ ବାଟ ରହିଛି । କିନ୍ତୁ ଥାନାରେ ଏହାକୁ ନେଇ କୌଣସି କେସ୍ ହୋଇ ପାରିବ ନାହିଁ । ଆଇଆନ ଅନୁଯାୟୀ ଏହାର ସମାଧାନ କରା ଯାଇ ପାରିବ କିନ୍ତୁ ଭଡାଟିଆଙ୍କ ବିରୋଧରେ କୌଣସି ଅପରାଧିକ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।