ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଋଷକୁ କିଏ ଦେଲେ ଚେତାବନୀ ? ଦେଖନ୍ତୁ ସମ୍ପୁର୍ଣ୍ଣ ଖବର

ୟୁକ୍ରେନ ଓ ଋଷ ମଧ୍ୟରେ ଦୀର୍ଘଦିନ ଧରି ଯୁଦ୍ଧ ଲାଗି ରହିଛି । ୟୁକ୍ରେନ ଉପରେ ନବରତ ଆକ୍ରମଣ କରିଚାଲିଛି ଋଷ । ତେଣୁ ଋଷିଆ ବିରୋଧରେ ଆନ୍ତର୍ଜାତୀୟ କୋର୍ଟ ଯାଇଥିଲା ୟୁକ୍ରେନ । ତୁରନ୍ତ ଆକ୍ରମଣ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ୟୁକ୍ରେନ ଆବେଦନ କରିଥିଲା । ଆନ୍ତର୍ଜାତୀୟ କୋର୍ଟ ୟୁକ୍ରେନର ଆବେଦନକୁ ଗ୍ରହଣ କରି ଆନ୍ତର୍ଜାତୀୟ ଆଇନା ଧାରରେ ଋଷକୁ ତୁରନ୍ତ ଯୁଦ୍ଧ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଆନ୍ତର୍ଜାତୀୟ କୋର୍ଟ ଆଇସିଜେ ।

ଆଉ ଏହି ନିର୍ଦ୍ଦେଶ ଅମାନ୍ୟ କଲେ ଋଷ ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି କହିଛି ଆଇସିଜେ । ଋଷ ଆକ୍ରମଣକୁ ରୋକିବା ପାଇଁ ଯୁଦ୍ଧ ଆରମ୍ଭ ହେବାର ଦୁଇଦିନ ପରେ ଅର୍ଥାତ ଫେବୃୟାରୀ ୨୬ରେ ୟୁକ୍ରେନ ଋଷ ବିରୋଧରେ ଆନ୍ତର୍ଜାତୀୟ କୋର୍ଟର ଦ୍ଵାରସ୍ଥ ହୋଇଥିଲା । ଏହାର ଶୁଣାଣି କରି ଆଇସିଜେ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ସହ ଉଭୟ ପକ୍ଷ ଏହି ରାୟକୁ ମାନିବା ଦରକାର ବୋଲି କହିଛନ୍ତି । ଋଷ ୟୁକ୍ରେନରେ ଚଳାଇଥିବା ସାମରିକ କାର୍ଯ୍ୟକଳାପ ତୁରନ୍ତ ବନ୍ଦ କରୁ ବୋଲି ସେ କହିଛନ୍ତି ।

ସେପରି ଋଷ ସପକ୍ଷରେ କୌଣସି ରାଷ୍ଟ୍ର ପକ୍ଷରୁ ୟୁକ୍ରେନକୁ ସୈନ୍ୟ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରାଯାଉ ବୋଲି କହିଛନ୍ତି । ଆନ୍ତର୍ଜାତୀୟ ନ୍ୟାୟାଳୟ ବା ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ ବିଶ୍ବରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଅର୍ଥାତ ବିଶ୍ବରେ କୌଣସି ସ୍ଥାନରେ କୌଣସି ରାଷ୍ଟ୍ର ଯଦି କିଛି ଭୁଲ କରେ ତାହାକୁ ନିୟନ୍ତ୍ରଣ କରିବା ପାଇଁ ଏହି କୋର୍ଟ ଗଠନ କରା ଯାଇଥିଲା ।

ତେଣୁ ୟୁକ୍ରେନ ଓ ଋଷିଆର ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି କୋର୍ଟ ଉଭୟ ପକ୍ଷକୁ ଚେତାବନୀ ଦେଇଛନ୍ତି ଏହି ଯୁଦ୍ଧକୁ ବନ୍ଦ କରିବା ପାଇଁ । କାରଣ ଏହାଦ୍ବାରା ଦୀର୍ଘ ୨୨ଦିନ ଧରି ସାଧାରଣ ଜନତା ବହୁତ ଦୁଃଖ ଭୋଗ କଲେଣି । ଯୁଦ୍ଧରେ ଅନେକ ନିରୀହ ଜନତା ପ୍ରାଣ ମଧ୍ୟ ହରାଇଲେଣି । ଯୁଦ୍ଧ ଯୋଗୁଁ ବର୍ତ୍ତମାନ ପ୍ରାୟ ୨୭ ଲକ୍ଷ ୟୁକ୍ରେନିୟ ବାସିନ୍ଦା ଦେଶ ଛାଡି ସାରିଲେଣି । ଯାହାଫଳରେ ଏହା ମଧ୍ୟ ଏକ ସମସ୍ଯା ଭାବେ ଉଭା ହୋଇଛି ।

ଏହାର ମଧ୍ୟ ଶୀଘ୍ର ସମାଧାନ କରିବା ପାଇଁ ଆନ୍ତର୍ଜାତୀୟ କୋର୍ଟ ଋଷକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଋଷକୁ ବୁଝାଇବାରେ ଏବେ ପର୍ଯ୍ୟନ୍ତ ପ୍ରାୟ ସବୁ ଦେଶ ବିଫଳ ହୋଇଛନ୍ତି । ତେଣୁ ଋଷ ଆନ୍ତର୍ଜାତୀୟ କୋର୍ଟଙ୍କ ଏହି ନିର୍ଦ୍ଦେଶକୁ କେତେ ଦୂର ମାନୁଛି ତାହା ଦେଖିବା ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।