ମାଳିକା ବିଚାର- 2022 କୁ ନେଇ ମଳିକାରେ ବର୍ଣ୍ଣିତ ଅଛି କିଛି ଏମିତି, ଜାଣନ୍ତୁ ଏହାର ସତ୍ୟାସତ୍ୟ ?(Baba Dibakar Das)

ବନ୍ଧୁଗଣ ଦୀର୍ଘ ୬୦୦ ବର୍ଷ ପୂର୍ବେ ପଞ୍ଚସଖା ମାଳିକାରେ ଯାହା ଲେଖି ଯାଇଛନ୍ତି ତାହା ଆଜି ସମୟ କ୍ରମେ ସତ୍ୟ ହେବାରେ ଲାଗିଛି । ମାଳିକାରେ ଲେଖା ଅଛି କି ୨୦୩୦ ସୁଧା କଳିଯୁଗର ଅନ୍ତ ଘଟିବ, ପବିତ୍ର ଘୋସଯାତ୍ରାର କଣ ବନ୍ଦ ହୋଇଯିବ , ସତରେ କଣ କଳ୍ପବଟ ଜଳିଯିବ, ବନ୍ଦ ହୋଇଯିବ ଇଣ୍ଟରନେଟ ଅଚଳ ହେବ ମୋବାଇଲ, ସାଟେଲାଇଟ କଣେକ୍ଷଣ କଟିବ, ୨୦୩୦ ସୁଧା ଭାରତର ୧୩ଟି ସହର ଜଳମଗ୍ନ ହେବ ଇତ୍ୟାଦି ।

ଗତ ୫ ବର୍ଷ ପୂର୍ବରୁ ମାଳିକାରେ ଯାହା ଲେଖା ଯାଇଛି ତାହା ସତ୍ୟ ହେବାରେ ଲାଗିଛି । ମହାପୁରୁଷ କହିଛନ୍ତି ଯେ ମାଲିକ ପ୍ରଚାର ହେବାର ସମୟ ଆସି ଗଲାଣି । ମାଳିକା ଅନୁସାରେ ୯୦% ହୋଇଗଲାଣି ଆଉ ମାତ୍ର ୧୦% ବାକି ରହିଛି ଘଟଣା ଘଟିବାର । ମହାପୁରୁଷ କହିଛନ୍ତି ଏମିତି ଏକ ସମୟ ଆସିବ ଯେବେ ଗଛରେ ଫଳ ଫଳିବା ନାହି, ଗଛ ଗୁଡିକ ରୋଗାଗ୍ରସ୍ତ ହେବ । ଏମିତି ଏକ ସମୟ ଆସିବ ବିଜ୍ଞାନ ଯନ୍ତ୍ରରେ ପିଲାମାନେ ବାଇ ହେବେ ।

ଆଜିର ପିଲାମାନେ ଅନ୍ଲାଇନ କ୍ଳାସ କରୁଛନ୍ତି ତାହା ଆଗାମୀ ସମୟରେ ବହୁତ ଭୟଙ୍କର ହେବ ବୋଲି ମହାପୁରୁଷ କହିଛନ୍ତି । ପିଲାମାନେ ନିଜର ଶିଶୁ ଅବସ୍ଥାରେ ଏଭଳି ଅଶ୍ଳୀଳ ଭିଡିଓ ଦେଖିବା ଫଳରେ ସେମାନଙ୍କର ମାନସିକ ସ୍ତରରେ ଖରାପ ପ୍ରଭାବ ପଡିବ । ଯେଉଁମାନେ ବାପା ମାଙ୍କୁ କଷ୍ଟ ଦେଉଛନ୍ତି ସେମାନେ ସମ୍ପତିରୁ ଭାଗ ନେଇପାରିବେ ନାହି ଯାହା ମହାପୁରୁଷ କହିଛନ୍ତି । ପୁନଶ୍ଚ ଲେଖାଯାଇଛି କି ଛକ ଛକରେ ଚୋର ଗୁଡିକ ଏମିତି ମାତ୍ରାରେ ମାତିବେ ଘରୁ ବାହାରିବା ଅସମ୍ଭବ ହୋଇପଡିବ ।

ଆଖି ସାମନାରେ ଏଭଳି ଘଟଣା ଘଟିବାରେ ଲାଗିଛି ଯାହା ମାଳିକାରେ ଲେଖା ଅଛି । ପୂର୍ବରୁ କେହି ପରିଜନଙ୍କର ମୃତ୍ୟୁ ହୋଇଗଲେ ପରିବାରରେ ୫ଦିନ ରୋଷେଇ ବନ୍ଦ କରି ଦେଉଥିଲେ । କିନ୍ତୁ ଆଗାମୀ ସମୟରେ ଯଦି ପରିବାରରେ କେହି ମରିଯିବେ ତେବେ ଭଡାରେ କାନ୍ଦିବା ପାଇଁ ଲୋକମାନେ ଆସିବେ । କାରଣ ହୃଦୟରେ ଆଉ ସେହି ଦୁଖ ନ ଥିବ କି ସ୍ନେହ ନ ଥିବ । ପୂର୍ବରୁ ମାମୁଁ ଭଣଜା ପ୍ରତି ଯେଉଁ ଭଲ ପାଇବା ରହିଥିଲା ତାହା ଧୀରେ ଧୀରେ ଲୋପ ପାଇବାରେ ଲାଗିଛି ।

ମାମୁଁ ଶବ୍ଦର ଅର୍ଥ ହେଉଛି ଯଦି ମା ଚାଲିଯାଏ ତେବେ ମାମୁଁ ଅଛି । ମା ପରେ ଯଦି କେହି ଥାଏ ତେବେ ସେ ହେଉଛି ମାମୁଁ । ସମୟ ବଦଳୁଛି ଯାହା ପାଇଁ ଏହି ସମ୍ପର୍କର କୌଣସି ମୂଲ୍ୟ ରହୁନାହି । ଆଗାମୀ ସମୟରେ ବାୟୁ ଦୂଷିତ ହେବା ସହ ଯାହା ଯୋଗୁ ପିଲାମାନେ ନିଶ୍ଵାସ ନେବାରେ ଅସୁବିଧା ହେବ ।

କଳିଯୁଗରେ ଲୋକମାନେ ଆଉ ମନ୍ଦିର ଯିବେ ନାହି ବରଂ ମେସିନ ସାହାରାରେ ପୂଜା କରିବା ଆରମ୍ଭ ହେବ । ବାବା ଦିବାକର ଦାସ ମାଳିକା ବିଷୟରେ ଏହି ସବୁ ମନ୍ତବ୍ୟ ଦେଇଛନ୍ତି । ଆହୁରି ମଧ୍ୟ ବାବା ଦିବାକର କହିଥିଲେ କି ୨୦୧୩ରେ ଉତ୍ତରାଖଣ୍ଡରେ ପ୍ରଳୟକାରୀ ବନ୍ୟା ହୋଇଥିଲା ଯାହା କେଦାରନାଥ ମନ୍ଦିରରେ, ଏହା ପରେ ଆମାଜନ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ଦୀର୍ଘ ୮ମାସ ଯାଏଁ, ୨୦୧୯ରେ ପବନର ବେଗ ଥିଲା ଫନି ବାତ୍ୟାରେ ଘଣ୍ଟା ପ୍ରତି ୨୦୦କିମି ବେଗ, ୨୦୨୧ରେ ଆସିଲା କୋରୋନା ମହାମାରୀ ଯାହା ସାରା ବିଶ୍ଵ ଦେଖିଲା ଯାହା ୬୦୦ ବର୍ଷ ପୂର୍ବେ ମାଳିକାରେ ଲେଖାଯାଇଛି । ବନ୍ଧୁଗଣ ଆପଣଙ୍କର ମାଳିକା ଉପରେ ମତାମତ କଣ କମେଣ୍ଟ ଜରିଆରେ ଜଣାଇବେ ।