ଶକ୍ତିଶାଳୀ ଋଷିଆର ପରବର୍ତ୍ତୀ ଟାର୍ଗେଟରେ କିଏ ? ଜଣାପଡିଛି କି ପୁଟିନ ସରକାରଙ୍କ ଟାର୍ଗେଟରେ ରହିଛନ୍ତି ପ୍ରାୟ ୩୧ଟି ଦେଶ । ୟୁକ୍ରେନ ଋଷିଆ ମହାଯୁଦ୍ଧ ମଧ୍ୟରେ ଶତ୍ରୁ ଦେଶଙ୍କ ତାଲିକା ଜାରି କଲା ଋଷିଆ । ଏଥିରେ ଆମେରିକା ଓ ୟୁକ୍ରେନ ସମେତ ମୋଟ ୩୧୦ଟି ଦେଶ ସାମିଲ ଅଛନ୍ତି । ଋଷିଆ ନିଜ ଶତ୍ରୁ ଦେଶ ତାଲିକା ବାହାର କରିଥିବା ନେଇ ଦାବି କରିଛି ଚୀନର ଗଣମାଧ୍ୟମ ସିଜିଟିଏନ । ୟୁକ୍ରେନ ବ୍ଯତୀତ ଆମେରିକା, ବ୍ରିଟେନ, ଜାପାନ ଏବଂ ୟୁରୋପୀୟ ସଂଘର ସଦସ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ।
ୟୁରୋପୀୟ ସଂଘର କେବଳ ୨୭ଟି ଦେଶ ଏଥିରେ ସାମିଲ ଅଛନ୍ତି । ଆଉ ଏହି ଲିଷ୍ଟ ସାମ୍ନାକୁ ଆସିବା ପରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଦେଶ ଏହି ଲିଷ୍ଟରେ ଅଛନ୍ତି । ୟୁକ୍ରେନ ଓଳ ଋଷିଆ ଯୁଦ୍ଧକୁ ନେଇ ଚର୍ଚ୍ଚା ଥମୁନାହିଁ । ଆଉ ପୁଟିନଙ୍କ ଭୟଙ୍କର ପ୍ଳାନ ବିଷୟରେ ଜଣାପଡିବା ପରେ ବିଶ୍ଵ ଥରହର ହେଉଛି । ପୁଟିନ କେବଳ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ହତ୍ୟା କରି ୟୁକ୍ରେନକୁ ଖଣ୍ଡ ଖଣ୍ଡ କରିବ ଲକ୍ଷ୍ୟରେ ନାହାନ୍ତି ବରଂ ବିଶ୍ଵର ୩୧ ଦେଶ ଏବେ ପୁଟିନଙ୍କ ଟାର୍ଗେଟରେ ଅଛନ୍ତି ।
ଆମେରିକା, ବ୍ରିଟେନ, ଜାପାନ ଓ ୟୁରୋପୀୟ ସଂଘର ସଦସ୍ୟ ସହ ଅନେକ ରାଷ୍ଟ୍ରଙ୍କୁ ପାନେ ଦେବା ପାଇଁ ଚିନ୍ତା କରୁଛନ୍ତି ପୁଟିନ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୁଟିନଙ୍କ ଚାଲାଖି ସାମ୍ନାରେ ହାର ମାନିଯାଇଛି ଆମେରିକା । ଆମେରିକା ସମେତ ବିଶ୍ଵର ଅନେକ ଦେଶଙ୍କୁ ଚୁଟକିରେ ଚକମା ଦେବାରେ ମାହିର ପୁଟିନ । ଆଉ ପୁଟିନଙ୍କ ଏହି ପ୍ଳାନ ବିଷୟରେ ସବିଶେଷ ତଥ୍ୟର ଟେର୍ ପାଉ ନାହାନ୍ତି ବିଶ୍ଵର କୌଣସି ନେତା ।
ରାଷ୍ଟ୍ରପତି ହେବା ପୂର୍ବରୁ ପୁଟିନ ଜଣେ ସଫଳ ଗୁପ୍ତଚର ଥିଲେ । ତେଣୁ ତାଙ୍କ ରଣନୀତି ବିଷୟରେ ଖୋଦ ଋଷିଆର ଅନେକ ଅଧିକାରୀମାନେ ମଧ୍ୟ ସୂଚନା ପାଇନାହାନ୍ତି । କୁହାଯାଏ ପୁଟିନ ନାଟୋକୁ ନିଜର ଶତ୍ରୁ ଭାବନ୍ତି । ସେଥିପାଇଁ ୟୁକ୍ରେନକୁ ଟାର୍ଗେଟ କରିଛନ୍ତି ପୁଟିନ । କେବଳ ଏତିକି ନୁହେଁ ବରଂ ବିଶ୍ଵର ବୃହତ ଶକ୍ତି ଦେଶଙ୍କୁ ମଧ୍ୟ ପୁଟିନ ଖାତିର କରୁନାହାନ୍ତି । ୟୁକ୍ରେନ ଉପରେ ଆକ୍ରମଣ କରି ଆମେରିକା ସମେତ ୩୦ ଦେଶଙ୍କୁ ଚେତାବନୀ ଦେବାକୁ ସେ ପ୍ଳାନ କରିଛନ୍ତି ।
ମୋଟ ଉପରେ କହିବାକୁ ଗଲେ ନାଟୋ ସହ ବନ୍ଧୁତା ୟୁକ୍ରେନ ଉପରେ ମହଙ୍ଗା ପଡିଛି । ଯାହାଫଳରେ ଯୁଦ୍ଧର ବିଭୀଷିକା ମଧ୍ୟରେ ଛନ୍ଦି ହୋଇପଡିଛି ୟୁକ୍ରେନ । ଋଷର ପ୍ରଚଣ୍ଡ ଆକ୍ରମଣରେ ୟୁକ୍ରେନ ଥରହର ହେଉଥିବା ବେଳେ ୩୧ ଦେଶଙ୍କ ଲିଷ୍ଟ ସାମ୍ନାଊ ଆସିବା ପରେ ଚର୍ଚ୍ଚା ଜୋର ଧରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।