ଋଷକୁ ଆଉ ଏକ ଝଟକା ଦେଲା ମୋବାଇଲ କମ୍ପାନୀ ‘Apple’, ଯୁଦ୍ଧ ମଧ୍ୟରେ ଋଷ ବିରୋଧରେ ନେଲା ଏହି ବଡ ନିଷ୍ପତ୍ତି…

ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ହେବାର ପ୍ରାୟ ୭ଦିନ ବିତିଗଲାଣି । ଇତିମଧ୍ୟରେ ୟୁକ୍ରେନ ଉପରେ ଅନବରତ ବୋମାମାଡ କରିଚାଲିଛି ଋଷ ସେନା । ଏବେ କିଭ ଅକ୍ତିଆର କରିବାକ୍ୟ ପ୍ରୟାସ ଚଳାଇଛନ୍ତି ପୁଟିନଙ୍କ ସେନାବାହିନୀ । ୟୁକ୍ରେନ ମଧ୍ୟ ହାର ନମାନି ଋଷ ସେନାଙ୍କୁ ଯଥା ସାମର୍ଥ୍ୟ ସାମ୍ନା କରୁଛି । ବିଶ୍ଵର ଅନେକ ଆଡୁ ଯୁଦ୍ଧ ରୋକିବାକୁ କହୁଥିଲେ ମଧ୍ୟ କାହାରି କଥାକୁ ଖାତିର କରୁ ନାହାନ୍ତି ପୁଟିନ । ଆମେରିକା ୟୁକ୍ରେନକୁ ଏଯାଏଁ ସାହାଯ୍ୟର ହାତ ବଢାଇ ନାହିଁ ।

କିନ୍ତୁ ନାଟୋ ସହ ଆମେରିକା ରହିଛି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ପୁଟିନ ମଧ୍ୟ ପୂର୍ବରୁ ଧମକ ଦେଇ କହିଥିଲେ ଯେ ତାଙ୍କ ମାମଲାରେ କିଏ ମୁଣ୍ଡ ପୁରାଇବ ତା’ ପାଇଁ ପରିସ୍ଥିତି ଖୁବ ଭୟାନକ ହେବ । ତେବେ ଆମେରିକୀୟ କମ୍ପାନୀ ଗୁଗୁଲ୍ ପ୍ରଥମେ ଋଷ ଉପରେ ଡିଜିଟାଲ ଆଟାକ୍ କରି ସାରିଛି । ୟୁଟ୍ଯୁବ ସମେତ ଫେସବୁକ ଓ ଅନ୍ୟ ଆପ୍ ଗୁଡିକର ମନିଟାଇଜେସନକୁ ବନ୍ଦ କରିଦେଇଛି ଗୁଗୁଲ୍ ।

ଯାହାଫଳରେ ଏହା ଋଷର ଅର୍ଥନୀତି ଉପରେ ବଡ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି । ଏହାସହ ଅନ୍ୟ ଦେଶମାନେ ମଧ୍ୟ ଋଷ ଉପରେ ବିଭିନ୍ନ ପ୍ରକାର ଅର୍ଥନୈତିକ ଚାପ ପକାଇଛନ୍ତି । ବର୍ତ୍ତମାନ ଆମେରିକାର ଅନ୍ୟ ଏକ ମୁଖ୍ୟ କମ୍ପାନୀ ଆପଲ୍ ମଧ୍ୟ ଋଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ବଡ ନିଷ୍ପତ୍ତି ନେଇଛି । ଋଷ ଉପରେ ଆପଲ୍ ମଧ୍ୟ ପ୍ରତିବନ୍ଧକ ଲଗାଇଛି ।

ମୋବାଇଲ କମ୍ପାନୀ ଆପଲ୍ ଘୋଷଣା କରିଛି ଯେ ଏବେ ଠାରୁ ସେ ଋଷ ସହ ସମସ୍ତ ରପ୍ତାନି ଏବଂ ଉତ୍ପାଦ ଉପରେ ନିଷେଧ ଲଗାଇଛି । ଏହାସହ କମ୍ପାନୀ ଆପଲ୍ ପେ ଏବଂ ଅନ୍ୟ ସେବାଗୁଡିକ ଉପରେ ମଧ୍ୟ ରୋକ ଲଗାଇଛି । ତେବେ ଋଷ ପାଇଁ ଏହା ଆହୁରି ଏକ ବଡ ଝଟକା ବୋଲି କୁହାଯାଉଛି । ଆପଲ୍ ଘୋଷଣା କରିଛି କି ସେ ଋଷକୁ ନିଜ ଉତ୍ପାଦ ବିକ୍ରି କରିବ ନାହିଁ କି ସେଠାରେ କୌଣସି ଉତ୍ପାଦ ପ୍ରସ୍ତୁତି କରିବ ନାହିଁ । ଋଷ କିନ୍ତୁ କିଛି ଖାତିର ନକରି କିଭ ଅକ୍ତିଆର କରିବା ଉଦ୍ଦେଶ୍ୟରେ ଯୁଦ୍ଧ ଜାରି ରଖିଛି ।

ଆହୁରି ମଧ୍ୟ ଶୁଣିବାକୁ ମିଳୁଛି କି କିଭ ଅକ୍ତିଆର କରିବା ପାଇଁ ଏବଂ ୟୁକ୍ରେନର କିଛି ମହାରଥୀଙ୍କୁ ହତ୍ୟା କରିବା ପାଇଁ ଋଷ କିଛି ଗୋଟେ ବଡ ପ୍ଳାନ କରୁଛି । ତେବେ ଆପଲ୍ ର ଏହି ନିଷ୍ପତ୍ତି ଋଷ ଉପରେ ସତରେ ବଡ ପ୍ରଭାବ ପକାଇବ କି ? ଏନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।