ମହା ଶିବରାତ୍ରୀରେ ମହାଦେବଙ୍କୁ ଖୋଜି ଖୋଜି ଆସିଲା ନାଗ, ଦେଖନ୍ତୁ ଏହି ଭାଇରାଲ Video ଆପଣ ବି ବିଶ୍ବାସ କରି ପାରିବେନି !

ଆଜି ହେଉଛି ମହା ଶିବରାତ୍ରି । ଏହିଦିନଟି ବାବା ଭୋଳାନାଥଙ୍କ ସବୁଠୁ ପ୍ରିୟ ଦିନ ବୋଲି ବିଶ୍ବାସ ରହିଛି । କୁହାଯାଏ କି ବର୍ଷର ମାତ୍ର ଏହି ଗୋଟିଏ ଦିନ ମହାଦେବ ଶ୍ମଶାନକୁ ଯାଆନ୍ତି ନାହିଁ । ଫଗୁଣ ମାସର କୃଷ୍ଣପକ୍ଷରେ ଏହି ମହା ଶିବରାତ୍ରି ପାଳନ କରାଯାଏ । ଏହିଦିନ ସମସ୍ତେ ସକାଳୁ ସକାଳୁ ସ୍ନାନ ଶୌଚ ସାରି ମନ୍ଦିରରେ ଯାଇ ମହାଦେବଙ୍କ ଆଶିଷ ଭିକ୍ଷା କରିବା ସହ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତି । ମହାଦେବ ଭକ୍ତଙ୍କ ଉପରେ ଖୁବ ଶୀଘ୍ର ପ୍ରସନ୍ନ ହୋଇଯାନ୍ତି, ସେଥିପାଇଁ ତାଙ୍କୁ ଭୋଳା ବୋଲି କୁହାଯାଏ ।

ମହାଦେବଙ୍କ ବେକ ଚାରିପଟେ ଗୋଟିଏ ନାଗ ସାପ ଟିଏ ଗୁଡାଇ ହୋଇ ରହିଥିବାର ଦେଖିବାକୁ ମିଳେ । ତେଣୁ ନାଗଦେବତାଙ୍କୁ ମଧ୍ୟ ମହାଦେବଙ୍କ ସହ ପୂଜା କରାଯାଏ । ଆଜି ଭଳି ଶୁଭ ଦିନରେ ନାଗଦେବତାଙ୍କ ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଯାହା ଦେଖିଲେ ଆପଣ ମଧ୍ୟ ଭଗବାନ ଶିବ ଏବଂ ମହା ଶିବରାତ୍ରିର ମହତ୍ଵ ଆହୁରି ଭଲ ଭାବେ ବୁଝି ପାରିବେ ।

ଏହି ଭିଡିଓରେ ଆପଣ ଦେଖି ପାରୁଥିବେ କି ଗୋଟିଏ ନାଗ ସାପ ଖୋଜି ଖୋଜି ସିଧା ଶିବ ମନ୍ଦିର ପାହାଚ ଉପରେ ଚଢିଯାଉଛି । ଆଉ ତା’ପରେ ଧୀରେ ଧୀରେ ଗେଟ୍ ଫାଙ୍କ ଦେଇ ଶିବ ମନ୍ଦିର ମଧ୍ୟକୁ ପ୍ରବେଶ କରୁଛି । ସାପଟି ଏମିତି ଗତି କରୁଛି ସତେ ଯେମିତି ସେ ମହାଦେବଙ୍କୁ ହିଁ ଖୋଜିବାକୁ ଆସିଛି । ନାଗ ସାପ ପ୍ରଥମେ ସିଧା ଶିବଲିଙ୍ଗ ପଛ ପାତକୁ ଚାଲି ଯାଉଛି । ଆଉ ଏହାର କିଛି ସମୟ ମଧ୍ୟରେ ସାପକୁ ଶିବଲିଙ୍ଗ ଚାରିପାରେ ଗୁଡାଇ ହୋଇ ରହିଥିବାର ଦେଖିବାକୁ ମିଳୁଛି ।

କେବଳ ସେତିକି ନୁହେଁ ବରଂ ଠିକ ଶିବଙ୍କ ବେକରେ ଗୁଡାଇ ହେବା ପରି ଶିବଲିଙ୍ଗର ଚାରିପାରେ ଗୁଡାଇ ହୋଇ ରହିଛି । ଆଉ ଫଣା ଟେକି ଅନାଇଛି । ନାଗ ସାପଟି ମନ୍ଦିର ମଧ୍ୟରେ ପ୍ରବେଶ କରିବାଠୁ ନେଇ ଶିବଲିଙ୍ଗଙ୍କ ଉପରେ ଗୁଡାଇ ହେବା ସମୟର ଭିଡିଓ କେହି ଜଣେ ନିଜ କ୍ୟାମେରାରେ ରେକର୍ଡ କରିଛନ୍ତି । ଯାହାଫଳରେ ଏହି ସୁନ୍ଦର ଭାବପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଛି ।

ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଲୋକେ କହୁଛନ୍ତି କି ମହାଦେବଙ୍କୁ ଖୋଜି ଖୋଜି ନାଗ ଆସିଛି । ଏହି ଭିଡିଓଟି ଶିବ ଭକ୍ତଙ୍କ ମନରେ ଭକ୍ତିଭାବ ସୃଷ୍ଟି କରୁଛି । ଯାହା ଏବେ ତୀବ୍ର ଗତିରେ ଭାଇରାଲ ହେଉଛି । ତେବେ ଆପଣ ଆଜି ଶିବରାତ୍ରି ପାଳନ କରୁଛନ୍ତି କି ନାହିଁ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।