ୟୁକ୍ରେନ ପରେ ଏବେ ତାଇୱାନର ପାଳି । ତାଇୱାନ ଉପରେ ଆକ୍ରମଣ କରିବ କି ଚୀନ ? ଏହା ଭାରତ ପାଇଁ ଚିନ୍ତାଜନକ ବିଷୟ ସାଜିଛି । ଯଦି ୟୁକ୍ରେନ ଉପରେ ରୁଷ ସଂପୂର୍ଣ୍ଣ ଭାବେ କବଜା କରିନିଏ ତେବେ ପରବର୍ତ୍ତୀ ଟାର୍ଗେଟ ତାଇୱାନ ହେବ ବୋଲି କହିଛନ୍ତି ଋଷିଆର ଚେସ୍ ଗ୍ରାଣ୍ଡ ମାଷ୍ଟର ଗ୍ୟାରୀ କାସ୍ପାରୋଭ । ଆଉ ଏହି ଆକ୍ରମଣ ଋଷିଆ ନୁହେଁ ବରଂ ଚୀନ କରିବ ବୋଲି କୁହାଯାଇଛି । ଏହାସହ ଗ୍ୟାରୀ ଆହୁରି ମଧ୍ୟ କହିଛନ୍ତି କି, ପୁଟିନ ନିଜକୁ ବଡ ଯୁଦ୍ଧ ପାଇଁ ପ୍ରସ୍ତୁତ କରୁଛନ୍ତି ।

ଯଦି ପୁଟିନଙ୍କ ପ୍ଳାନ ସଫଳ ହୁଏ ତେବେ ତାଇୱାନ ପ୍ରତି ବଡ ବିପଦ ରହିଛି । ବର୍ତ୍ତମାନ ସମୟରେ ୟୁକ୍ରେନ ଉପରେ ଋଷିଆ ଯେମିତି ଆକ୍ରମଣ କରୁଛି ସେଥିରୁ ସ୍ପଷ୍ଟ ଜଣାପଡୁଛି କି ଆଉ ମାତ୍ର କିଛି ଦିନ ମଧ୍ୟରେ ୟୁକ୍ରେନକୁ କବଜା କରିନେବ ଋଷ । ଆଉ ଋଷିଆ ପରେ ନିଜ ଦମ୍ ଦେଖାଇବାକୁ ଚୀନ ମଧ୍ୟ ତାଇୱାନ ଉପରେ ଆକ୍ରମଣ କରିବ ।
କେବଳ ଏତିକି ନୁହେଁ ବରଂ ୟୁକ୍ରେନ ଉପରେ ଆକ୍ରମଣ ଋଷ ଓ ଋଷ ନାଗରିକଙ୍କ ପମାନ ସହ ସମାନ କହିବା ସହ ପୁଟିନ ଏବେ ଯାହା କହୁଛନ୍ତି ପୂର୍ବରୁ ଆଡଲଫ ହିଟଲର ଓ ବେନିଟୋ ମୋସାଲିନ ତାହା କରୁଥିଲେ । ଏହାସହ ଆନ୍ତର୍ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ସେ କହିଛନ୍ତି କି ପୁଟିନ ଏକ ଗ୍ଯାଙ୍ଗ ଚଳାଉଛନ୍ତି । ଜଣେ ମଫିଆ ଋଷକୁ ଶାସନ କରୁଛି । ପୁଟିନ ଦେଶକୁ କଳଙ୍କିତ କରିଛନ୍ତି । ୟୁକ୍ରେନ ଆକ୍ରମଣର ଫଳ ପୁଟିନଙ୍କୁ ଆଗକୁ ଭୋଗିବାକୁ ପଡିବ ।

କାରଣ ବର୍ତ୍ତମାନ ସମୟରେ ପୁଟିନଙ୍କ ବିରୋଧରେ ନାଟୋ ଦେଶ ଏକାଠି ହେଲେଣି । ଯଦି ନାଟୋ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତେବେ ସେଥିରେ ଋଷିଆ ଅଧିକ କ୍ଷତିଗ୍ରସ୍ତ ହେବ । ଏବେ ଠାରୁ ଗୁଗୁଲ୍ ଠୁ ଆରମ୍ଭ କରି ବଡ ବଡ କମ୍ପାନୀ ମଧ୍ୟ ଋଷିଆ ଉପରେ ପ୍ରତିବନ୍ଧକ ଲଗାଇ ସାରିଛନ୍ତି । ଯାହା ଋଷର ଅର୍ଥନୀତିକୁ ଦୋହଲାଇ ରଖିଦେବ । ଏସବୁ ନଜରରେ ରଖିଲେ ଆଗାମୀ ସମୟରେ ଋଷ ଏକ ବଡ ସମସ୍ୟାର ସମୁଖୀନ ହେବ ଯାହାକୁ କେହି ଏଡାଇ ଦେଇପାରିବେ ନାହିଁ ।
ତେବେ ଋଷ ଓ ୟୁକ୍ରେନ ଯୁଦ୍ଧ ଶୀଘ୍ର ସମାପ୍ତ ହୋଇ ବିଶ୍ବରେ ଶାନ୍ତି ହେଉ ବୋଲି ସମସ୍ତଙ୍କ ଇଚ୍ଛା । ତେବେ ଆଗକୁ କଣ ହେବ ତାହା କେବଳ ସମୟ କହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।