କମେଡିଆନ ପାପୁ ପମପମ୍ ଏବେ ପୁଣି ଥରେ ଚର୍ଚ୍ଚାରେ । ଜଣେ କମେଡିଆନ ଭାବେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପପୁଙ୍କ ଯଥେଷ୍ଟ ଅବଦାନ ରହିଛି । ସେ ପାଟି ଖୋଲିଲେ ଦର୍ଶକେ ହସି ହସି ବେଦମ ହୋଇଯାନ୍ତି । କମେଡି ମାଧ୍ୟମରେ ଘରେ ଘରେ ନିଜ ପରିଚୟ ସୃଷ୍ଟି କରି ପାରିଛନ୍ତି ପପୁ । ପପୁ ପମପମ୍ ନାଁରେ ସେ ଓଡିଶାର ଘରେ ଘରେ ପରିଚିତ । ଅନେକ ଫିଲ୍ମ ଏବଂ ଆଲବମ ମାଧ୍ୟମରେ ସେ ଦର୍ଶକଙ୍କ ମନୋରଞ୍ଜନ କରି ଆସିଛନ୍ତି । କିନ୍ତୁ ବେଳେବେଳେ ଛୋଟ ଭୁଲ ଯୋଗୁଁ ସେ ବିବାଦରେ ମଧ୍ୟ ରହିଛନ୍ତି ।

ପପୁଙ୍କୁ ନେଇ ବିବାଦ ମୁଣ୍ଡ ଟେକିବା ସହ ଲୋକେ କଡା ବିରୋଧ ମଧ୍ୟ କରିଛନ୍ତି । ତେବେ ବର୍ତ୍ତମାନ ଆଉ ଥରେ ପପୁ ବିବାଦ ଘେରରେ ଫସି ଯାଇଛନ୍ତି । ପପୁଙ୍କ ଆଗାମୀ ଫିଲ୍ମ ମିଷ୍ଟର କହ୍ନେୟା ରିଲିଜ ହେବାକୁ ଯାଉଛି । ଭଗବାନ କୃଷ୍ଣଙ୍କ ନାଁରେ ଫିଲ୍ମର ନାଁ ରଖାଯାଇ ଥିବାରୁ ଏହାକୁ ବିରୋଧ କରିଛନ୍ତି ବଜରଙ୍ଗ ଦଳ । ଏହାସହ ଫିଲ୍ମର ପୋଷ୍ଟରରେ ଥିବା ପପୁଙ୍କ ଚିତ୍ରକୁ ନେଇ ମଧ୍ୟ ଜନ ଅସନ୍ତୋଷ ଦେଖା ଦେଇଛି ।
ଏହାକୁ ବିରୋଧ କରି ଆଜି ବଜରଙ୍ଗ ଦଳ ପପୁଙ୍କୁ ଘେରି ଯାଇଥିଲେ । ଯାହାର ଭିଡିଓ ଏବେ ଖୁବ ଭାଇରାଲ ହେଉଛି । କଟକରେ ଅଭିନେତା ତଥା କମେଡିଆନ ପପୁ ପମପମ୍ ଙ୍କୁ ତାଙ୍କର ଏହି ଫିଲ୍ମର ପୋଷ୍ଟରକୁ ନେଇ କଡା ବିରୋଧ କରିଛି ବଜରଙ୍ଗ ଦଳ । ମିଷ୍ଟର କହ୍ନେୟା ଚଳଚ୍ଚିତ୍ର ପାଇଁ ବିବାଦ ଘେରକୁ ଆସିଥିବା ପପୁଙ୍କୁ ଆଜି କଟକ ବୃନ୍ଦାବନ ସିନେମା ହଲ୍ ପାଖରେ ହଟହଟା ହେବାକୁ ପଡିଥିଲା ।
ସେଠାରେ ବଜରଙ୍ଗ ଦଳ ପପୁଙ୍କୁ ଘେରି ଯାଇ ଫିଲ୍ମର ପୋଷ୍ଟର କାହିଁକି ଏପରି ରଖାଗଲା ବୋଲି ପ୍ରଶ୍ନ କରିଛନ୍ତି । କାରଣ ଏହା ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଉଛି ବୋଲି ସେମାନେ ଯୁକ୍ତି ବାଢିଛନ୍ତି । ପପୁ କିନ୍ତୁ ସଫେଇ ଦେଇଛନ୍ତି ଯେ ପ୍ରଥମେ ଫିଲ୍ମଟି ଦେଖନ୍ତୁ । ଏଥିରେ ସେମିତି କିଛି ନାହିଁ ଯାହା ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେବ ।

ଫିଲ୍ମ ଦେଖି ସାରିବା ପରେ ଯାଇ ସେମାନେ ଯାହା କହିବେ ପପୁ ତାହା ମାନିନେବେ ବୋଲି କହିଛନ୍ତି । କିନ୍ତୁ ସେଠାରେ କେହି କାହାକୁ ବୁଝିବାକୁ ନାରାଜ ଥିବା ଦେଖିବାକୁ ମିଳିଥିଲା । ସତରେ ଏମିତି ଲାଗୁଥିଲା ଯେମିତି ଆଉ ଟିକେରେ ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରୋଶର ଶିକାର ହେବେ ପପୁ ।
କିନ୍ତୁ ପପୁ ସେମାନଙ୍କୁ ବୁଝାଇବା ସହ ପ୍ରଥମେ ଫିଲ୍ମ ଦେଖିବାକୁ ବାରମ୍ବାର ଅନୁରୋଧ କରିଥିଲେ । ଏହାସହ ତାଙ୍କ ସହ ଜାଣି ଶୁଣି ଏମିତି କରାଯାଉଛି ଯାହା ତାଙ୍କୁ ଖୁବ କଷ୍ଟ ଦେଉଛି ବୋଲି ପପୁ କହିଥିଲେ । ତେବେ ପପୁଙ୍କ ଏହି ବୟାନକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।