ସୋମ୍ୟଙ୍କ ଆତ୍ମହତ୍ୟା ପରେ ତାଙ୍କର ସୁସାଇଡ ନୋଟକୁ ନେଇ ଓ ତାଙ୍କର ଗର୍ଲଫ୍ରେନ୍ଡକୁ ନେଇ ବହୁତ ଚର୍ଚା କରାଯାଉଛି । ସମସ୍ତେ ସୋମ୍ୟଙ୍କ ଆତ୍ମହତ୍ୟା ପଛରେ ତାଙ୍କର ଗର୍ଲଫ୍ରେନ୍ଡ ସୋନାଲିଙ୍କ ହାତ ଅଛି ବୋଲି କହୁଛନ୍ତି । କିନ୍ତୁ ଏହା କେତେ ଦୂର ସତ ଏହା କେହି ବି ଜାଣି ନାହାନ୍ତି । ଅନ୍ୟ ପଟେ ସୋମ୍ୟଙ୍କ ପରିବାର ପୂରାପୂରି ଭାଙ୍ଗି ପଡିଛନ୍ତି । ସୋମ୍ୟଙ୍କ ପରିବାର ଲୋକମାନେ କେବଳ କାନ୍ଦୁଛନ୍ତି । ଅନ୍ୟ ପଟେ ସୋମ୍ୟଙ୍କ ଭଉଣୀ ଓ ତାଙ୍କର ଭଣଜାଙ୍କ ଅବସ୍ଥା ବି କିଛି ସେହିଭଳି ।

ସୋମ୍ୟଙ୍କ ଭଣଜା ଆୟନ ବି ନିଜ ମାମୁଁକୁ ଖୋଜୁଛନ୍ତି । ଏହା ମଧ୍ୟରେ ସୋନାଲିଙ୍କ ପିତାଙ୍କ ବୟାନ ସାମ୍ନାକୁ ଆସିଛି । ସେ ସୋମ୍ୟଙ୍କୁ ନେଇ ବହୁତ ବଡ କଥା କହିଦେଇଛନ୍ତି । ଯେତେ ବେଳେ ମିଡିଆ ସୋମ୍ୟ ଓ ସୋନାଲିଙ୍କ ସମ୍ପର୍କ ନେଇ ସୋନାଲିଙ୍କ ପିତାଙ୍କୁ ପ୍ରଶ୍ନ କରିଲେ ତେବେ ସୋନାଲିଙ୍କ ପିତା କହିଲେ କି ଥରେ ମୋ ଝିଅ ପୁରୀ ଯାଇ ଥିଲା ।
ଯାହା ବିଷୟରେ ସେ ସୋମ୍ୟକୁ କହି ନ ଥିଲା ଓ ପୁରା ଯିବା ସମୟରେ ସେ ତାର ଫୋନକୁ ସୁଇଚଅଫ ବି କରି ଦେଇଥିଲା । ସୋମ୍ୟ ଏହା ବିଷୟରେ କେମିତି ଜାଣି ପାରି ସେହି ଦିନ ହିଁ ସିଧା ପୁରୀ ଚାଲି ଗଲା । ସେଠି ତାଙ୍କ ମଧ୍ୟରେ କଣ ହେଲା ମୁଁ ଜାଣି ନାହିଁ । କିନ୍ତୁ ଫେରିବା ସମୟରେ ସୋମ୍ୟ ମୋ ଝିଅକୁ ଡାକିଲା କି ତୁ ମୋ ସହିତ ଆସେ ମୁଁ ତୋତେ ଘରେ ଛାଡି ଦେବି ।
କିନ୍ତୁ ଫେରିବା ସମୟରେ ସୋମ୍ୟ ଏତେ ସ୍ପୀଡରେ ଗାଡି ଚଳାଉ ଥିଲା କି ମୋ ଝିଅ ଡରିଗଲା । ଏହା ଭିତରେ ସୋମ୍ୟ କହିଲା କି ମୁଁ ବି ମରିବି ତୁ ବି ମରିବୁ, ତୋତେ ମୁଁ ମାରିବି । ସୋମ୍ୟଙ୍କ ସ୍ଵଭାବ କିଛି ଏହିଭଳି ଥିଲା । ସୋମ୍ୟଙ୍କ ପିତା ଆଗକୁ କହିଲେ କି ତଥାପି ଆମେ ସୋମ୍ୟର ସ୍ଵଭାବକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଛୁ ।

ମୋ ଝିଅ ତାର ସ୍ଵଭାବକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଛି । ବହୁତ ସୁଯୋଗ ଦେଇଛି । କିନ୍ତୁ କିଛି ଦିନ ପରେ ଯେମିତି କି ସେମିତି । ଆଜି ପାଟିତୁଣ୍ଡ ହେଇଥିବ କାଲି ସକାଳେ ସେ ଗୋଡ ଧରୁଥିବ । ସୋନାଲି ମୋର ଭୁଲ ହୋଇ ଯାଇଛି ଓ ସୋନାଲିଙ୍କ ମାଙ୍କୁ ଫୋନ କରି କହିବେ ଆଣ୍ଟି ମୋର ଭୁଲ ହୋଇ ଯାଇଛି । ଏହିଭଳି ଭାବରେ ତାଙ୍କର କାର୍ଯ୍ୟକଳାପ ଚାଲୁଥିଲା ।