ଫଟୋ ଅସଲି କିନ୍ତୁ ପରିଚୟ ପତ୍ର ନକଲି । ଆଧାର କାର୍ଡ, ପ୍ୟାନ କାର୍ଡ ଠାରୁ ଆରମ୍ଭ କରି ବାହାଘର କାର୍ଡ ଆଦି ସବୁ ନକଲି । ଓଡଶପୁରର ଏହି ଦ୍ରୁତ ଠକ ସ୍ମୃତି ରଞ୍ଜନ ସାହୁ ନିଜ ଡକ୍ୟୁମେଣ୍ଟରେ ନିଜର ନାମ ରଖି ବାପାଙ୍କ ନାମକୁ ବଦଳାଇ ଠେକିର ମୂଳଦୁଆ ପକାଇଥିଲା । ଆଉ ଏପରି କରି ଅନେକ ବ୍ଯାଙ୍କ ଏବଂ ଫାଇନାନ୍ସ କମ୍ପାନୀ ପାଖରୁ ଲକ୍ଷାଧିକ ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି । ସବୁଠୁ ବଡ କଥା ହେଲା ପୋଲିସ ହାତରେ ଧରାପଡିବା ପରେ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି ଠକ ।
ଆଉ ସବୁ ଦୋଷ ଫାଇନାନ୍ସ କମ୍ପାନୀ ଉପରେ ଲଦି ଦେଇଛି । ନିଜ ଫଟୋ ଲଗାଇ ମାଳମାଳ ଆଧାର କାର୍ଡ ଓ ପ୍ୟାନ କାର୍ଡ କରି ଠକେଇର ଚେର ଲମ୍ବାଇ ଥିଲା ଠକ । କେଉଁଠି ବାପାଙ୍କ ନାଁ ବଦଲାଉ ଥିଲା ତ କେଉଁଠି ଯୁବତୀଙ୍କ ଫଟୋ ଲଗାଇ ଲୁଟୁଥିଲା ଲକ୍ଷ ଲକ୍ଷ ଟଙ୍କା । ଠକେଇ ଟଙ୍କାରେ ଭୁବନେଶ୍ବରରେ ବଡ ଅଟ୍ଟାଳିକା କରିଥିବା ଲୋକକୁ ବାନ୍ଧିଛି ପୋଲିସ । କିନ୍ତୁ କ୍ୟାମେରା ଆଗରେ ଠକ କହୁଛି କି ତାଙ୍କୁ ଫସେଇ ଦିଆଯାଇଛି ।
ଫାଇନାନ୍ସ କମ୍ପାନୀ ବଜାଜର କିଛି ଷ୍ଟାଫ ମାନେ ମିଶି ତାଙ୍କୁ ଫସେଇଛନ୍ତି ବୋଲି ସେ କହୁଛନ୍ତି । ସେ ଆହୁରି ମଧ୍ୟ କହୁଛନ୍ତି କି, ଲୋନ କରି ଘର କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏହି ଠକ ବିଭିନ୍ନ ଲୋକଙ୍କ ନାଁରେ ଜାଲ୍ ପରିଚୟ ପାତ୍ର ତିଆରି କରି ବ୍ଯାଙ୍କ ଏବଂ ଫାଇନାନ୍ସ କମ୍ପାନୀଙ୍କୁ ଚୂନ ଲଗାଉଥିଲା । ଏପରି ଠକେଇ କରି ଓଡଶପୁରଏ ଅଢେଇ କୋଟିତୁ ଅଧିକ ଟଙ୍କାର ଘର କରିଥିବା ଜଣାପଡିଛି ।
ସବୁ ବ୍ୟକ୍ତିଙ୍କ ନାଁରେ ଜାଲ୍ ପରିଚୟ ପତ୍ର ତିଆରି କରିଥିଲା ଏହି ଠକ ଏବେ ସେମାନଙ୍କୁ ଗୋଟି ଗୋଟି କରି ଯୋଗାଯୋଗ କରୁଛି ପୋଲିସ । ଏହି ବ୍ୟକ୍ତି ଜଣକ ବଜାଜରୁ ଲୋନ ନେଇ ଏହାକୁ ଶୁଝି ନଥିଲେ ତେଣୁ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ଆଉ ତାଙ୍କ ଘର ଯାଞ୍ଚ କରିବା ବେଳେ ଏକାଧିକ ପ୍ୟାନ କାର୍ଡ ଏବଂ ଆଧାର କାର୍ଡ ତାଙ୍କ ଘରୁ ବାହାରିଥିଲା ।
ବିଭିନ୍ନ ଥାନାକୁ କୁ ସ୍ମୃତି ରଞ୍ଜନଙ୍କ ଫଟୋ ପଠେଇ ପୂର୍ବରୁ ରହିଥିବା ୫ଟି ମାମଲାର ଖୋଳତାଡ କରୁଛି କମିଶନରେଟ ପୋଲିସ । ଏପରିକି ମୃତବ୍ୟକ୍ତିଙ୍କୁ ବି ଛାଡି ନାହିଁ ଏହି ଠକ । ମଲା ଲୋକ ନାଁରେ ଫାଇନାନ୍ସ କରି ଗାଡି ଚଢୁଛି ଏହି ଠକ ଓସ୍ତାଦ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।