ଗୋଟିଏ ପରିବାରର ଦୁଇଟି ଚରିତ୍ର ଆଉ ସେମାନଙ୍କ ମଧ୍ୟରେ ବିବାଦ । ଦୁହିଁଙ୍କ ସମ୍ପର୍କକୁ ନେଇ ଆରମ୍ଭ ହୋଇଥିବା ଏହି ବିବାଦରେ ଜଣେ ପୁରା ଦୃଶ୍ୟପଟ୍ଟରେ ଥିବା ବେଳେ ଆଉ ଜଣେ ପୁରା ଉଭାନ ଅଛନ୍ତି । ତପସ୍ଵିନୀ କଣ କରୁଛନ୍ତି ତାହା ତ ସାରା ଓଡିଶା ଦେଖୁଛି, ହେଲେ ଆଢୁଆଳରେ ରହିଗଲେ କାହାଣୀର ଆଉ ଏକ ଚରିତ୍ର ଡାକ୍ତର ସୁମିତ । ପ୍ରଶଂସା ପାଇଁ ହେଉ ଅବା ସମାଲୋଚନା ପାଇଁ, କେବେ ହେଲେ ଗୋଟିଏ ହାତରେ ତାଳି ବାଜେ ନାହିଁ । କେଉଁଠି ନା କେଉଁଠି ଉଭୟ ପକ୍ଷଙ୍କ ଦୋଷ ତ୍ରୁଟି ରହିଛି ।

ହେଲେ ଏଠି ପୁରା କାହାଣୀର ଖଳନାୟକ ପାଲଟି ଯାଇଛନ୍ତି ସୁମିତ । ସ୍ଥିତି ଏମିତି ହେଲା ଯେ ତାଙ୍କୁ ଛୁଟି ପରେ ଛୁଟି ନେବାକୁ ପଡୁଛି । ଯେଉଁ ଘରେ ସେ ବଡ ହୋଇଥିଲେ ସେହି ଘରକୁ ଫେରିବାକୁ ମଙ୍ଗୁ ନାହାନ୍ତି ସୁମିତ । ଅନେକ ଲୋକ ଅନେକ କଥା କହୁଛନ୍ତି । କିଏ କହୁଛି କି ନୂଆ ବୋହୂଟିକୁ ଦାଣ୍ଡରେ ବସେଇ ଦେଲେ ତ ଆଉ କିଏ କହୁଛି ଜଣେ ଡାକ୍ତର ହୋଇ ଏମିତି କେମିତି କରିପାରିଲେ ।
ସମାଜର ସବୁଠୁ ସମ୍ମାନୀୟ ପେଷାରେ ଥିବା ଜଣେ ଡାକ୍ତର ନିଜେ ରୋଗୀ ପାଲଟି ଗଲେ । ମାନସିକ ଚାପ ମଧ୍ୟରେ ସ୍ୱାସ୍ଥ୍ୟ ସମସ୍ଯା ଯୋଗୁଁ ତାଙ୍କୁ ଛୁଟି ବଢାଇବାକୁ ପଡିଲା । ପ୍ରକୃତରେ ଉଭୟଙ୍କ ମଧ୍ୟରେ କଣ ଘଟିଛି ତାହା କେବଳ ସୁମିତ ଆଉ ତପସ୍ଵିନୀ ହିଁ କହିପାରିବେ । ଆଉ ଯଦି କିଏ ଏହାର ନିଷ୍ପତ୍ତି ନେଇପାରିବେ ସେ ହେଉଛନ୍ତି ମାନ୍ୟବର କୋର୍ଟ ।

କିନ୍ତୁ ପୁରା ଘଟଣାକ୍ରମ ମଧ୍ୟରେ ତପସ୍ଵିନୀ ଅନେକ ଝିଅଙ୍କ ପାଇଁ ଉଦାହରଣ ପାଲଟିଥିବା କୁହା ଯାଉଥିବା ବେଳେ ସ୍ଵାମୀ ସୁମିତଙ୍କୁ ଯେମିତି ଖଳନାୟକ ସଜେଇ ଦିଆଗଲା । ପରସ୍ପରର ହାତ ଧରିବାର ଜୀବନରେ ଏହି ଗୋଟିଏ ନିଷ୍ପତ୍ତି ସେମାନଙ୍କୁ କଣ ଦେଲା ? ଦେଢ ମାସ ଧରି ତପସ୍ଵିନୀ ସଂଗ୍ରାମ ଜାରି ରଖିଥିଲେ ମଧ୍ୟ ତପସ୍ଵିନୀ ସୁମିତଙ୍କୁ ପାଇଲେ ନାହିଁ କି ସୁମିତ ତପସ୍ଵିନୀଙ୍କୁ ଗ୍ରହଣ କଲେ ନାହିଁ ।
ଉଭୟଙ୍କୁ କେବଳ ତାରିଖ ହିଁ ମିଳୁଛି । ତାରିଖ ପରେ ତାରିଖ ଗଡିବା ସହ ମାମଲା ତଳ କୋର୍ଟରୁ ଉପରକୋର୍ଟ ଦେଇ ହାଇକୋର୍ଟରେ ପହଞ୍ଚି ଯାଇଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ସତରେ ଡାକ୍ତର ସୁମିତ କଣ ଏତେ ଖରାପ ? ଏନେଇ ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ଶ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।