ପାଠ ଶୀଘ୍ର ମନେ ରହୁନାହିଁ କି ? କିମ୍ବା ଯାହା ପଢୁଛନ୍ତି ଭୁଲି ଯାଉଛନ୍ତି କି ? ଦେଖନ୍ତୁ ପାଠ ଶୀଘ୍ର ମନେ ରଖିବାର ଏହି ସହଜ ଉପାୟ (Study Tips)

ଆଜିକାଲି ବିଦ୍ୟାର୍ଥୀ ମାନଙ୍କ ଉପରେ ପାଠପଢାର ବୋଝ ବା ଟେନସନ ଖୁବ୍ ଅଧିକ । ଏହି ଟେନସନରେ ପାଠ ମଧ୍ୟ ଶୀଘ୍ର ମନେ ରୁହେ ନାହିଁ । ପାଠ ଶୀଘ୍ର ମନେ ରଖିବା ପାଇଁ ଛାତ୍ର ଛାତ୍ରୀମାନେ କେବଳ ଘୋଷି ପକାନ୍ତି । ଯାହାଫଳରେ ତାହା ଶୀଘ୍ର ଭୁଲି ଯାଆନ୍ତି ମଧ୍ୟ । ତେବେ ଆପଣ ବି ଯଦି ଏଭଳି ସମସ୍ଯାର ସମୁଖୀନ ହେଉଛନ୍ତି ତେବେ ଆଜି ଆମେ ଆପଣଙ୍କୁ ପାଠ ଶୀଘ୍ର ମନେ ରଖିବାର ସର୍ବୋତ୍ତମ ଉପାୟ କହିବୁ, ଯାହା ଆପଣଙ୍କ ପାଇଁ ନିଶ୍ଚୟ ଲାଭଦାୟକ ହେବ ।

ପାଠ ଶୀଘ୍ର ମନେ ରଖିବା ଚକ୍କରରେ ଆମେ ଘୋଷିବା ଆରମ୍ଭ କରିଦେଉ । କିନ୍ତୁ ଏହା ପାଠ ମନେ ରଖିବାର ସବୁଠୁ ବେକାର ଉପାୟ ହୋଇଥାଏ । କାରଣ ଘୋଷିବା ଦ୍ଵାରା ଆମେ ପଢିଥିବା ପାଠ ଶୀଘ୍ର ଭୁଲିଯାଇ ଥାଉ । ତେଣୁ ସର୍ବପ୍ରଥମେ ମନରୁ ଏହା ବାହାର କରି ଦିଅନ୍ତୁ ଯେ ଆପଣଙ୍କୁ ଘୋଷିକରି ମନେ ରଖିବାର ଅଛି । ଯଦି ଆପଣ ଭାବିବେ କି କୌଣସି ବିଷୟକୁ ଆପଣ ଘୋଷିକରି ମନେ ରଖିଦେବେ ତେବେ, ଆପଣ ସେହି ବିଷୟ ଉପରେ ଫୋକସ କରିପାରିବେ ନାହିଁ । ଯାହାଫଳରେ ଏହାକୁ ଆପଣ ଶୀଘ୍ର ଭୁଲିଯିବେ ।

ଆପଣ ଯେକୌଣସି ବିଷୟକୁ ଶୀଘ୍ର ଏବଂ ସବୁଦିନ ପାଇଁ ମନେ ରଖିବାକୁ ଚାହୁଁଥିଲେ ତାହା ଉପରେ ଫୋକସ କରନ୍ତୁ ଓ ବୁଝିବାକୁ ଚେଷ୍ଟା କରନ୍ତୁ । ଦ୍ବିତୀୟରେ ପାଠ ପଢିବା ପାଇଁ ବସିବା ଆଗରୁ ଆପଣ ନିଜର ସମସ୍ତ ଅଧୁରା କାମ ଶେଷ କରି ଦିଅନ୍ତୁ । ଯେପରି ଆପଣଙ୍କୁ ଅଧାରୁ ଉଠିକି ଯିବାକୁ ନପଡେ । ଅଧୁରା କାମ ପକେଇ ରଖି ପଢିବାକୁ ବସିଲେ ଆପଣ ସେସବୁ ବିଷୟରେ ଚିନ୍ତା କରିବେ ଯାହାଫଳରେ ପାଠରେ ମନ ଲଗାଇ ପାରିବେ ନାହିଁ ।

ତୃତୀୟରେ ଆପଣ ଯେଉଁ ବିଷୟ ପଢୁଛନ୍ତି ତାହାକୁ ଥରକୁ ଦୁଇଥର ଭଲ ଭାବେ ପଢନ୍ତୁ ଓ ତ’ପରେ ସହଜ ଭାଷାରେ ଅନୁବାଦ କରିବାକୁ ଚେଷ୍ଟା କରନ୍ତୁ । ଏପରି କରିବା ଦ୍ଵାରା ତାହା ଆପଣ ଭଲ ଭାବେ ବୁଝିଯିବେ ଓ ଆପଣଙ୍କୁ ମନେ ରଖିବାକୁ ମଧ୍ୟ ସୁବିଧା ହେବ । ପଢୁଥିବା ବିଷୟକୁ ଆପଣ ଅନ୍ୟ କାହାକୁ ମଧ୍ୟ ବୁଝାଇ ପାରିବେ କିମ୍ବା ଲେଖି ପାରିବେ । ଚତୁର୍ଥରେ ଆପଣ ଯାହା ମଧ୍ୟ ପଢୁଛନ୍ତି ତାହାକୁ ଅତିକମରେ ଦୁଇରୁ ତିନିଥର ଲେଖିବାକୁ ଚେଷ୍ଟା କରନ୍ତୁ ।

ଯେପର୍ଯ୍ୟନ୍ତ ଆପଣ ଯାହା ଲେଖୁଛନ୍ତି ତାହା ଠିକ ଭାବେ ବୁଝିପାରୁ ନାହାନ୍ତି ସେପର୍ଯ୍ୟନ୍ତ ତାହା ଲେଖନ୍ତୁ ଓ ପଢନ୍ତୁ । ପଞ୍ଚମରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯାହା ପଢୁଛନ୍ତି ତାହା ରିଭିଜନ କରନ୍ତୁ । ଏହାଦ୍ବାରା ଆପଣ ଯାହା ପଢୁଛନ୍ତି ତାହା ଭୁଲିବେ ନାହିଁ । ଆଶା କରୁଛୁ ଆମର ଏହି ସବୁ ଟ୍ରିକ ଆପଣଙ୍କ ପାଇଁ ଉପାଦେୟ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।