ଚାଇନିଜ କୋଟିପତି ବ୍ଯାଙ୍କରୁ ୫.୭ କୋଟି ଟଙ୍କା ୱିଥଡ୍ର କରି ଗୋଟି ଗୋଟି କରି ହାତରେ ଗଣିବା ପାଇଁ ବ୍ଯାଙ୍କ କର୍ମଚାରୀଙ୍କୁ ଅର୍ଡର ଦେଲେ, ଆଉ ଏହା ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ବ୍ଯାଙ୍କ କର୍ମଚାରୀଙ୍କ ସହ କୌଣସି କଥାକୁ ନେଇ ମତଭେଦ ହେବା ପରେ ଜଣେ ଚାଇନିଜ କରୋଡ଼ପତି ଯାହା କରିଛନ୍ତି ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଘଟଣାର କିଛି ଫଟୋ ବର୍ତ୍ତମାନ ଚାଇନିଜ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ୍ ଭାଇରାଲ ହେଉଛି । ଏହି ଫଟୋରେ ଆପଣ ଦେଖିବାକୁ ପାଇବେ କି, ବ୍ଯାଙ୍କ କର୍ମଚାରୀ ଜଣେ କରୋଡ଼ପତିଙ୍କୁ ୫ ମିଲିୟନ ୟୁଆନ ତଥା ପ୍ରାୟ ୫.୭ କୋଟି ଟଙ୍କା ଦେଉଛନ୍ତି । ଯାହାକି ଗୋଟିଏ ଦିନରେ ସର୍ବାଧିକ ଟଙ୍କା ସେହି ବ୍ଯାଙ୍କରୁ ଉଠାଯାଇ ପାରିବ ।

କେବଳ ଏତିକି ନୁହେଁ ବରଂ ସେ ନଗଦ ଟଙ୍କା ଗୋଟି ଗୋଟି କରି ହାତରେ ଗଣି ତାଙ୍କୁ ଦେବା ପାଇଁ ଅର୍ଡର ଦେଇଥିଲେ । ସେତିକି ଟଙ୍କା ଉଠାଇ ନେବା ପରେ କରୋଡ଼ପତି ଜଣକ କହିଛନ୍ତି କି ତାଙ୍କ ଆକାଉଣ୍ଟରୁ ଟଙ୍କା ଖାଲି ହେବା ପର୍ଯ୍ୟନ୍ତ ସେ ଏମିତି ପ୍ରତିଦିନ ବ୍ଯାଙ୍କ ଆସି ଟଙ୍କା ଉଠାଇବେ । ତେବେ ଆପଣ ଭାବୁଥିବେ କି କରୋଡ଼ପତି ଜଣକ ଏପରି କାହିଁକି କଲେ ? ଚାଇନିଜ ସୋ-ସି-ଆ-ଲ ମି-ଡି-ଆ ‘ୱିବୋ’ ଅନୁଯାୟୀ ବ୍ଯାଙ୍କ ଷ୍ଟାଫଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ କରୋଡ଼ପତି ଜଣକ ଏଭଳି ପଦକ୍ଷେପ ନେଇଥିବା କୁହାଯାଇଛି ।

ତେବେ ଉକ୍ତ କରୋଡ଼ପତିଙ୍କ ନାମ ହେଉଛି ‘ସନୱିୟର’ । କିନ୍ତୁ ବ୍ଯାଙ୍କ ଷ୍ଟାଫ ଜଣକ ଏହି ବାବଦରେ କହିଛନ୍ତି କି, କରୋଡ଼ପତି ଜଣକ ମାସ୍କ ପିନ୍ଧି ନଥିବାରୁ ବ୍ଯାଙ୍କର ସିକ୍ଯୁରିଟି ଗାର୍ଡ ତାଙ୍କୁ କେବଳ ମାସ୍କ ପିନ୍ଧିବା ପାଇଁ କହିଥିଲେ, ଆଉ ଏତିକିରେ ସେ ରାଗି ଯାଇଥିଲେ । ଉଭୟ କରୋଡ଼ପତି ଏବଂ ବ୍ଯାଙ୍କ କର୍ମଚାରୀ ଏହି ଘଟଣାକୁ ନେଇ ଦୁଇଟି ଭିନ୍ନ କାହାଣୀ ଶୁଣାଉଥିବା ବେଳେ କେଉଁଟି ସତ ତାହା କହିବା କଷ୍ଟକର ।

ତେବେ କରୋଡ଼ପତି ଜଣକ ବ୍ଯାଙ୍କ ଷ୍ଟାଫଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ନଗଦ ଟଙ୍କା ବ୍ଯାଙ୍କରୁ ୱିଥଡ୍ର କରିଥିଲେ ଏବଂ ବ୍ଯାଙ୍କ ଷ୍ଟାଫଙ୍କୁ ତାହା ହାତରେ ଗଣିକରି ଦେବାକୁ କହିଥିଲେ । ତାଙ୍କର ସବୁ ଟଙ୍କା ୱିଥଡ୍ର ହେବା ପର୍ଯ୍ୟନ୍ତ ସେ ଏପରି କରିବେ ବୋଲି କହିଛନ୍ତି । ଏହିପରି ଏକ ଅଜବ ଘଟଣା ଘଟିଯାଇଛି ସାଙ୍ଘାଇର ହୋଙ୍ଗମେ ରୋଡସ୍ଥିତ ବ୍ଯାଙ୍କ ଅଫ ସାଙ୍ଘାଇରେ । କରୋଡ଼ପତି ଜଣକ ଏହି ଘଟଣାରେ ପ୍ରତିକ୍ରିୟା ଦେଇ କହିଛନ୍ତି କି, ସେ ବ୍ଯାଙ୍କ ଷ୍ଟାଫଙ୍କ ସର୍ଭିସରେ ବିଲକୁଲ ମଧ୍ୟ ଖୁସି ନାହାନ୍ତି ।

କିନ୍ତୁ ଘଟଣାର ପ୍ରକୃତ କାରଣ କ’ଣ ତାହା ସେ ବିସ୍ତୃତ ଭାବେ କହି ନାହାନ୍ତି । ଅନ୍ୟପଟେ ତାଙ୍କୁ କେବଳ ମାସ୍କ ପିନ୍ଧିବାକୁ କୁହା ଯାଇଥିଲା ବୋଲି ବ୍ଯାଙ୍କ ଷ୍ଟାଫ ପ୍ରତିକ୍ରିୟା ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।