ଅସାବଧାନତା ଏବଂ ବେପରୁଆ ମନୋଭାବ ମୃତ୍ୟୁକୁ ହାତ ଠାରି ଡାକି ଆଣେ । ଏହିପରି ସ୍ଵଭାବ ଅନେକଙ୍କ ପାଇଁ କାଳ ହୋଇଥାଏ । ସାମାନ୍ଯ ସାଧାରଣ ଜ୍ଞାନର ଅଭାବ ଯୋଗୁଁ ଏକ ପେଟ୍ରୋଲ ଟାଙ୍କିରେ ଅଗ୍ନିକାଣ୍ଡ ଘଟି ଯାଇଥାନ୍ତା ଓ ହୁଏତ ବଡ ଧରଣର ବିସ୍ଫୋରଣ ହୋଇଯାଇ ଥାଆନ୍ତା । କିନ୍ତୁ ସୌଭାଗ୍ୟବଶତଃ ଏଭଳି ଘଟିବାରୁ ଅଳ୍ପକେ ବର୍ତ୍ତି ଯାଇଛି । ଯାହା ହେତୁ ଅନେକ ଜୀବନ ମଧ୍ୟ ବଞ୍ଚି ଯାଇଛି । ବିପଦକୁ ସାମ୍ନାରେ ଦେଖି ମଧ୍ୟ ଭୟ ନକରି ଉପସ୍ଥିତ ବୁଦ୍ଧିର ପ୍ରୟୋଗ କରି ଏହି ଅଘଟଣକୁ ଏଡାଇ ଦିଆଯାଇଛି ।
ଏହି ଘଟଣାଟି ହେଉଛି ପୁରୀ ଚକ୍ରତୀର୍ଥ ରୋଡରେ ଥିବା ପେଟ୍ରୋଲ ଟାଙ୍କିର । ଏ ଦୃଶ୍ୟ ଦେଖିବା ଲୋକକୁ ବିଚଳିତ କରିବା ସହ ଏକ ଅଘଟଣର ଆଶଙ୍କା ମଧ୍ୟ ସୃଷ୍ଟି କରିଥିଲା । ହେଲେ ସେଭଳି କିଛି ଘଟିବା ପୂର୍ବରୁ ଜୀବନକୁ ବାଜି ଲଗାଇ ପେଟ୍ରୋଲ ପମ୍ପ ଭିତରେ ଏକ ବାଇକରେ ଲାଗିଥିବା ନିଆଁକୁ ଆୟତ କରିବାରେ ସଫଳ ହୋଇଛନ୍ତି ପେଟ୍ରୋଲ ପମ୍ପର କର୍ମଚାରୀ ମାନେ । ସୂଚନା ଅନୁଯାୟୀ ନରେନ୍ଦ୍ର କୋଣର ବିଦେଶୀ ନାୟକ ତାଙ୍କ ସ୍କୁଟରରେ ପେଟ୍ରୋଲ ପକାଉଥିଲେ ।
ସେତିକି ବେଳେ ସେହି ସ୍ଥାନରେ ଚାହା ଦୋକାନ କରିଥିବା ବ୍ୟବସାୟୀ ହଠାତ ଦିଆସିଲି ଜଳାଇ ଦେଇଥିଲେ । ଯାହା ଫଳରେ ଉକ୍ତ ବ୍ୟକ୍ତିଙ୍କ ସ୍କୁଟରରେ ନିଆଁ ଲାଗି ଯାଇଥିଲା । ସ୍କୁଟରରେ ଲାଗିଥିବା ନିଆଁ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା ଆଉ ଏହା ଦେଖି ସେଠାରେ ଉପସ୍ଥିତ ଲୋକେ ମଧ୍ୟ ଡରି ଯାଇଥିଲେ । ଏପରିକି ସେଠାରୁ ଦୌଡି ପଳାଇ ଯାଇଥିଲେ ।
କିନ୍ତୁ ପେଟ୍ରୋଲ ପମ୍ପର କର୍ମଚାରୀ ମାନେ ନିଆଁ ଆୟତ କରିବାକୁ ଯେଉଁ ଫୋମ ରହିଥିଲା, ତାହା ସାହାଯ୍ୟରେ ନିଆଁକୁ ଆୟତ କରିଥିଲେ । ବିଦେଶୀ ନାୟକ ଏବଂ ତାଙ୍କ ଧର୍ମପତ୍ନୀ ମମିତା ପେଟ୍ରୋଲ ପକାଇବାକୁ ଯାଇଥିବା ବେଳେ ଏହି କାଣ୍ଡ ଘଟିଥିଲା । ନିକଟସ୍ଥ ଥାନା ଅଧିକାରୀ ତୁରନ୍ତ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରି ଦେଇଛନ୍ତି ।
ଅଭିଯୋଗକୁ ଆଧାର କରି ଯେଉଁ ଲୋକ ନିଆଁ ଲଗାଇଛନ୍ତି ତାଙ୍କୁ ଧରିବା ପାଇଁ ମଧ୍ୟ ଟିମ୍ ପଠାଯାଇଛି । ଯାହା ବି ହେଉ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଉପସ୍ଥିତି ବୁଦ୍ଧି ଏବଂ ସାହାସ ଯୋଗୁଁ ଏକ ବଡ ଧରଣର ଅଘଟଣ ଘଟିବାରୁ ବଞ୍ଚି ଯାଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।