ସନୀ ଲିୟୋନୀ ନିଜର ହଟ ଲୁକ ଓ ଲାଇଫ ଷ୍ଟାଇଲକୁ ନେଇ ପ୍ରାୟତଃ ଚର୍ଚାରେ ରହିଥାନ୍ତି । ବର୍ତ୍ତମାନ ବଲୀଉଡ ଅଭିନେତ୍ରୀ ଓ ଡାନ୍ସର ସନୀ ଲିୟୋନୀ ନିଜର ଗୀତ ‘ମଧୁବନ ମେ ରାଧିକା ନାଚେ’କୁ ନେଇ ଚର୍ଚାରେ ଅଛନ୍ତି । ଏହି ଗୀତରେ ଲୋକମାନଙ୍କ ମିଶାମିଶି ପ୍ରତିକ୍ରିୟା ସାମ୍ନାକୁ ଆସୁଛି । ପ୍ରାୟତଃ ଲୋକମାନେ ଏହାକୁ ବିରୋଧ କରୁଛନ୍ତି । ଗୀତରେ ସନୀ ଲିୟୋନୀ ଭଲ ଡାନ୍ସ କରୁଛନ୍ତି । କିନ୍ତୁ ମଥୁରାର ଲୋକମାନ ଏହାକୁ ନେଇ ବିରୋଧ କରୁଛନ୍ତି ।
ଉତ୍ତର ପ୍ରଦେଶର ମଥୁରାର ସଂସ୍ଥମାନେ ସନୀ ଲିୟୋନୀଙ୍କ ଏହି ନୂଆ ଭିଡିଓ ଆଲବମକୁ ବ୍ୟାନ କରିବା ପାଇଁ ଦାବି କରିଛନ୍ତି । ସଂସ୍ଥମାନେ କହିଛନ୍ତି କି ରାଧା ସେମାନଙ୍କ ପାଇଁ ପୂଜନୀୟ ଅଟନ୍ତି ।

ସନୀ ଲିୟୋନୀ ଗୀତରେ ଅଶ୍ଲୀଲ ଡାନ୍ସ କରିଛନ୍ତି । ସେଥିପାଇଁ ଏହାକୁ ବ୍ୟାନ କରାଯାଉ । ସେ ଡାନ୍ସକୁ ଅଶ୍ଲୀଲ କହି ଏହା ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ କରୁଛି ବୋଲି ଆରୋପ ଲଗାଇଛନ୍ତି । ସେମାନେ କହିଛନ୍ତି କି ଯଦି ସରକାର ଅଭିନେତ୍ରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟ କରିବେ ନାହିଁ କିମ୍ବା ଭିଡିଓର ଆଲବମକୁ ବ୍ୟାନ କରିବେ ନାହିଁ ତେବେ ବାଧ୍ୟ ହୋଇ ଆମେ ଶେଷରେ ଅଦାଲତ ଯିବୁ ।
କହିଦେଉଛୁ କି ସନୀ ଲିୟୋନୀଙ୍କ ଏହି ଗୀତ ୨୨ ଡିସେମ୍ବରରେ ରିଲିଜ ହୋଇଛି । ଏହି ଗୀତ ବହୁତ ଭାଇରାଲ ହେଉଛି । କିନ୍ତୁ ଏହା ଉପରେ ଲୋକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି । ଏହି ଗୀତର ଗୋଟିଏ ବୋଲରେ ‘ମଧୁବନ ମେଂ ରାଧିକା ନାଚେ ରେ’ ଲୋକମାନଙ୍କ କହିବା ଅଟେ କି ସନୀ ଲିୟୋନୀ ଯେଉଁ ଭଳି ଭାବରେ ଡାନ୍ସ କରୁଛନ୍ତି, ସେ ଏହି ଗୀତର ଶବ୍ଦ ହିସାବରେ ବହୁତ ଆପତ୍ତିଜନକ ଅଟେ ।

ରାଧା ଆମ ପାଇଁ ପୂଜନୀୟ ଅଟନ୍ତି । ଏହା ହିନ୍ଦୁମାନଙ୍କ ଭାବନାକୁ ଆଘାତ କରୁଛି । ଯାହା ପରେ ଲୋକମାନେ ଏହି ଗୀତକୁ ବୟକଟ କରିବା ପାଇଁ କହୁଛନ୍ତି । ମେକରମାନେ ଆଶା କରିଥିଲେ କି ଏହି ଗୀତ ବର୍ଷର ଶେଷ ଓ ନୂଆ ବର୍ଷ ୨୦୨୨ର ଆରମ୍ଭରେ ବହୁତ ଧୁମ କରିବ । କିନ୍ତୁ ବର୍ତ୍ତମାନ ଏହି ଗୀତ ବିବାଦ ମଧ୍ୟରେ ଘେରି ଯାଇଛି ।

୧୯୬୦ରେ ଫିଲ୍ମ କୋହିନୁର’ରେ ମୋହମ୍ମଦ ରଫୀ ‘ମଧୁବନ ମେଂ ରାଧିକା ନାଚେ’ ଗୀତ ଗାଇଥିଲେ । ବର୍ତ୍ତମାନ ଏହି ପୁରୁଣା ଗୀତକୁ ରିମିକ୍ସ କରାଯାଇଛି, ଯେଉଁଥିରେ ସନୀ ଲିୟୋନୀ ନାଚିଛନ୍ତି ।