Tapaswini ସ୍ତ୍ରୀ ରୂପରେ ତାଙ୍କୁ ଗ୍ରହଣ କରିବା ପାଇଁ Sumit ଙ୍କ ଆଗରେ କଲେ ଗୁହାରି, Video ହେଉଛି Viral

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି ତପସ୍ଵିନୀ ବର୍ତ୍ତମାନ ସୁମିତଙ୍କ ଘରର ଗେଟ ଭିତରେ ରହୁଛନ୍ତି ଓ ତାଙ୍କ ଘର ସାମ୍ନାରେ ହିଁ ରୋଷେଇ କରି ଖାଉଛନ୍ତି । କହିଦେଉଛୁ କି ଏହା ମଧ୍ୟରେ ତପସ୍ଵିନୀ ଗତକାଲି ରାତିରେ ନିଜର ଏକ ଭିଡିଓ କରି ପୋସ୍ଟ କରିଛନ୍ତି । ଯେଉଁଥିରେ ସୁମିତଙ୍କ ସ୍ତ୍ରୀ ରୂପରେ ଗ୍ରହଣ କରିବା ପାଇଁ ସେ ସମସ୍ତଙ୍କୁ ଗୁହାର କରିଛନ୍ତି ।

ତପସ୍ଵିନୀ ଭିଡିଓରେ କହୁଛନ୍ତି କି ମୋତେ ବହୁତ କଷ୍ଟ ହେଉଛି । ଯେଉଁମାନେ ବି ଚିନ୍ତା କରୁଛନ୍ତି କି ମୁଁ ଟଙ୍କା ପାଇଁ ଏହି ସବୁ କରୁଛି । ସେ ସବୁ ଭୁଲ । ମୁଁ ଟଙ୍କା ପାଇଁ କରୁନି । ମୁଁ କେବଳ ମୋ ସ୍ଵାମୀଙ୍କୁ ଚାହୁଁଛି । ମୁଁ ସୁମିତଙ୍କୁ ଚାହୁଁଛି । ଆପଣମାନଙ୍କୁ ଅନୁରୋଧ କି ମୋତେ ଖରାପ କୁହନ୍ତୁ ନାହିଁ । କି ସୁମିତଙ୍କୁ ବି ଖରାପ କୁହନ୍ତୁ ନାହିଁ ।

ମୁଁ ଜାଣିଛି ସୁମିତଙ୍କ ଉପରେ କେତେ ମାନସିକ ଚାପ ପଡିଛି । ବର୍ତ୍ତମାନ ସେ କାହିଁକି ଏମିତି ହେଉଛନ୍ତି ଏହା ବିଷୟରେ ମୁଁ ବି ଜାଣି ପାରୁ ନାହିଁ । ମୁଁ କେବଳ ଶଶୁରଙ୍କୁ ଏତିକି କହିବାକୁ ଚାହୁଁଛି କି ବାପା ଦୟା କର । ଛୋଟ ଝିଅ ଭାବି ଯଦି କିଛି ବି ଭୁଲ କରିଛି ତେବେ କ୍ଷମା କର । ମୋତେ ମୋ ସ୍ଵାମୀଙ୍କୁ ଦେଇ ଦିଅନ୍ତୁ । ମୁଁ ଆଉ ପାରୁନି । ମୁଁ କେବଳ ମୋ ସୁମିତଙ୍କ ପାଇଁ ଆଜି ଲଢୁଛି । ଆଉ କାହା ପାଇଁ ନୁହେଁ । ବଞ୍ଚି ଥାଉ ଥାଉ ମୋତେ ଗ୍ରହଣ କରି ନିଅନ୍ତୁ ।

କହିଦେଉଛୁ କି ଏହି ଭିଡିଓ କରିବା ସମୟରେ ତପସ୍ଵିନୀ କାନ୍ଦୁଥିଲେ ଓ କାନ୍ଦି କାନ୍ଦି ନିଜର ଦୁଃଖ ଓ କଷ୍ଟ କଥା କହୁଥିଲେ । କିନ୍ତୁ କହିବାକୁ ଗଲେ ଅସଲ ସତ କଣ ଏହା ଜାଣିବା ପାଇଁ ସମୟ ଲାଗୁଛି । ଅନ୍ୟ ପଟେ ଏହି କେସ କୋର୍ଟରେ ଚାଲିଛି । ଯେଉଁ ସମୟ ପର୍ଯ୍ୟନ୍ତ କୋର୍ଟ କିଛି ନିଷ୍ପତି ନେବେ ନାହିଁ ସେହି ସମୟ ପର୍ଯ୍ୟନ୍ତ କେହି କିଛି ବି କରି ପାରିବେ ନାହିଁ ।

ଗତକାଲି ପୁଣି ଥରେ କୋର୍ଟରେ ଏହି ମାମଲାରେ ଶୁଣାଣୀ ଅଛି । କହିଦେଉଛୁ କି ଜନତାଙ୍କ ବିକ୍ଷୋଭୋ କାରଣରୁ କିଛି ଦିନ ହେବ ସୁମିତଙ୍କ ଘର ପାଖରେ ୧୪୪ ଧାରା ଲାଗୁ କରାଯାଇଛି । କହିଦେଉଛୁ କି ଏହା ପୂର୍ବରୁ ବି ତପସ୍ଵିନୀ ଏହିଭଳି ବହୁତ ଭିଡିଓ ପୋସ୍ଟ କରିଛନ୍ତି ।