ଭବିଷ୍ୟତରେ କିଏ ସବୁଠୁ ବଡ ମହାଶକ୍ତି ହେବ ଏହାକୁ ନେଇ ଚୀନ ଓ ଆମେରିକା ମଧ୍ୟରେ ସର୍ବଦା କଡା ମୁକାବିଲା ହୋଇ ଆସୁଛି । କିନ୍ତୁ ଏହା ମଧ୍ୟରେ ଭାରତ ଏପରି ଏକ ଚାଲ୍ ଚାଲିଛି ଯାହାଦ୍ୱାରା ଏହି ରେସ୍ ରେ ଭାରତ ମଧ୍ୟ ସାମିଲ ହୋଇଛି । ଭାରତ ଏନେଇ ସାରା ପୃଥିବୀକୁ ସନ୍ଦେଶ ମଧ୍ୟ ଦେଇ ସାରିଛି ଯେ ଭାରତ ଦୁନିଆର ତୃତୀୟ ମହାଶକ୍ତି ବନିବାକୁ ଚାହୁଁ ନାହିଁ, ବରଂ ସବୁଠୁ ବଡ ମହାଶକ୍ତି ବନିବାକୁ ଚାହୁଁଛି । ତେବେ ଚାଲନ୍ତୁ ଜାଣିବା ଏମିତି କ’ଣ ଯୋଜନା କରିଛି ଭାରତ ।
ଦୁନିଆର ଭବିଷ୍ୟତ ଇଲେକ୍ଟ୍ରୋନିକ୍ସରେ ପରିଚାଳିତ ହେବାକୁ ଯାଉଛି । କାରଣ ଏବେଠୁ ଆମ ଟୁଥବ୍ରଶ ଠାରୁ ନେଇ କାର୍ ପର୍ଯ୍ୟନ୍ତ ସବୁକିଛି ଇଲେକ୍ଟ୍ରୋନିକରେ ଚାଲୁଛି । ଏହି ତୁଳନାରେ ଆଜିଠାରୁ ୫-୧୦ ବର୍ଷ ମଧ୍ୟରେ ପ୍ରତ୍ଯେକ ଜିନିଷ ଇଲେକ୍ଟ୍ରିରେ ଚାଲିବ ବା ଇଲେକ୍ଟ୍ରୋନିକ୍ସ ହେବ । କିନ୍ତୁ ଯେମିତି ବ୍ରେନ ବିନା ମଣିଷ ବେକାର ଏବଂ ଚାବି ବିନା ତାଲା ବେକାର ଠିକ ସେହିପରି ସେମିକଣ୍ଡକ୍ଟର ଓ ଚିପ୍ସ ବିନା ଯେକୌଣସି ଇଲେକ୍ଟ୍ରୋନିକ୍ସ ବସ୍ତୁ ମଧ୍ୟ ବେକାର ଅଟେ ।
ନିକଟରେ ଆପଣ ଶୁଣିଥିବେ ମାର୍କେଟରେ ସେମିକଣ୍ଡକ୍ଟରର ସର୍ଟେଜ ହେତୁ ଇଲେକ୍ଟ୍ରୋନିକ୍ସ ଉପକରଣ ଗୁଡିକ ମହଙ୍ଗା ହୋଇ ଯାଇଥିଲା । କାର୍ କମ୍ପାନୀ ମାନେ ମଧ୍ୟ ସମୟରେ କାର୍ ଡେଲିଭର କରିପାରୁ ନଥିଲେ । ପେଟ୍ରୋଲ, ଡିଜେଲର କାର୍ ରେ ମଧ୍ୟ ଅନେକ ପ୍ରକାରରର ଇଲେକ୍ଟ୍ରୋନିକ୍ସ ଉପକରଣ ଲାଗିଥାଏ, ଯାହା ପାଇଁ ସେମିକଣ୍ଡକ୍ଟର ଆବଶ୍ୟକ ହୋଇଥାଏ । ଭାରତ ସେମିକଣ୍ଡକ୍ଟର ଓ ଚିପ୍ସର ମୂଲ୍ୟ ବୁଝି ପାରିଥିଲା ।
ଭବିଷ୍ୟତରେ ଇଲେକ୍ଟ୍ରୋନିକ୍ସ ଉପକରଣ ବହୁଳ ବ୍ୟବହାର ହେବ, ଆଉ ଏମିତି ସମୟରେ ଯାହା ହାତରେ ସେମିକଣ୍ଡକ୍ଟର ଏବଂ ଚିପ୍ସ ରହିବା ସେ ହିଁ ବଡ ମହାଶକ୍ତି ହେବ । ତେବେ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଭାରତରେ କୌଣସି ସେମିକଣ୍ଡକ୍ଟର ନଥିଲା । ଏହା ଶତ ପ୍ରତିଶତ ବିଦେଶରୁ ହିଁ ଆମଦାନୀ ହୋଇଥାଏ । କିଛିଦିନ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମାମଲାକୁ ବ୍ୟକ୍ତିଗତ ଭାବେ ହ୍ୟାଣ୍ଡେଲ କରିବା ଆରମ୍ଭ କରି ଦେଇଥିଲେ ।
ସେ ତାଇୱାନରେ ଥିବା ଦୁନିଆର ସବୁଠୁ ବଡ ସେମିକଣ୍ଡକ୍ଟର ଓ ଚିପ୍ସ ନିର୍ମାଣକାରୀ କମ୍ପାନୀ ଟିଏସଏମସି କୁ ଏବଂ ତାଇୱାନ ସରକାରଙ୍କୁ ଯୋଗାଯୋଗ କରିଥିଲେ । ମୋଦି ଏହି କମ୍ପାନୀ ସହ ଏକ ଫ୍ରି ଟ୍ରେଡ ଆଗ୍ରିମେଣ୍ଟ କରିଥିଲେ । ଯାହା ପ୍ରାୟତଃ ହୋଇସାରିଛି କହିଲେ ଚଳେ । ଏହା କାର୍ଯ୍ୟକାରୀ ହେଲେ ତାଇୱାନର କମ୍ପାନୀ କିଛି ଆରବ ଡଲାର ଭାରତରେ ନିବେଶ କରିବ ଓ ଭାରତରୁ ସେମିକଣ୍ଡକ୍ଟର ପ୍ରସ୍ତୁତ କରି ଭାରତକୁ ବିକ୍ରି କରିବା ସହ ବିଦେଶର ବଡ ବଡ ଇଲେକ୍ଟ୍ରୋନିକ୍ସ କମ୍ପାନୀ ମାନଙ୍କୁ ମଧ୍ୟ ରପ୍ତାନୀ କରିବ ।
ଏହାଦ୍ବାରା ଭାରତରେ ଥିବା କିଛି ଛୋଟ ଛୋଟ କମ୍ପାନୀ ମାନଙ୍କୁ ମଧ୍ୟ ଭବିଷ୍ୟତରେ ସେମିକଣ୍ଡକ୍ଟର ଓ ଚିପ୍ସ ପ୍ରସ୍ତୁତି କରିବା ପାଇଁ ଅନୁଭୂତି ମିଳିବ । ଟିଏସଏମସି ଭାରତ ଆସିବା ପରେ ଭାରତରେ ବଡ ରକମର ପୁଞ୍ଜି ନିବେଶ କରିବ । ଯାହାଦ୍ୱାରା ଭାରତର ଯୁବାମାନଙ୍କୁ ମଧ୍ୟ ଭଲ ନିଯୁକ୍ତିର ସୁଯୋଗ ପ୍ରାପ୍ତ ହେବ । ଭାରତ ପାଇଁ ଏହି ଆଗ୍ରିମେଣ୍ଟ ଅତ୍ୟନ୍ତ ଭଲ ରହିବ ଏବଂ ଭାରତ ଓ ତାଇୱାନର ସମ୍ବନ୍ଧ ମଧ୍ୟ ଭଲ ରହିବ ।
ଯାହାଦ୍ୱାରା ଚୀନକୁ କଡା ଜବାବ ଦେବ ଭାରତ । ତେବେ ଏହି ମାମଲାରେ ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।