ମୁଣ୍ଡରେ ଓଢଣି ଟାଣି ଆସିଲେ ମହିଳା ଆଉ ତପସ୍ଵିନୀଙ୍କ ହାତରେ ଥାମି ଦେଇଗଲେ ସିନ୍ଦୂର ଫରୁଆ, ଜାଣନ୍ତୁ କିଏ ଏହି ମହିଳା, ଦେଖନ୍ତୁ video

ବ୍ରହ୍ମପୁର ବ୍ରହ୍ମାନଗର ତପସ୍ଵିନୀଙ୍କୁ ଦେଖିବାକୁ ଛୁଟୁଛି ଲୋକଙ୍କ ସୁଅ । କିଏ ତପସ୍ଵିନୀଙ୍କୁ ସାନ୍ତ୍ଵନା ଦେଉଛନ୍ତି ତ ଆଉ କିଏ ତପସ୍ଵିନୀଙ୍କୁ ମା’ଲୋ କହି ଜାବୁଡି ଧରୁଛନ୍ତି । ଏହାରି ଭିତରେ ଜଣେ ସଧବା ମହିଳା ଆସିଲେ, ଆଉ ତପସ୍ଵିନୀଙ୍କ ସିନ୍ଥିରେ ସିନ୍ଦୂର ଭରିଲେ ପୁଣି ଚାଲିଗଲେ । ଯିବାବେଳେ ତପସ୍ଵିନୀଙ୍କ ହାତରେ ସିନ୍ଦୂର ଫରୁଆ ଥାମି ଦେଇଗଲେ । ଏହି ମହିଳାଙ୍କ ଆଚରଣ ଦେଖି ସେଠାରେ ଉପସ୍ଥିତ ବହୁତ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଆଉ କିଏ କିଏ ମହିଳାଙ୍କୁ ଦେଖି ହସି ଦେଉଥିଲେ ।

ସ୍ବାମୀଙ୍କ ଦୁଆରେ ଜଣେ ସ୍ତ୍ରୀ ଅଧିଆ ପଡିଛନ୍ତି । ସ୍ଵାମୀ ସାତପର କରିଦେଲେ, ଆଉ ଶ୍ଵଶୁର ଘରଲୋକେ ଘରେ ପୁରାଇ ଦେଲେ ନାହିଁ । ଏହି ଅବେଳରେ ଜଣେ ମହିଳା କାହିଁ କେତେ ଦୂରରୁ ଧାଇଁ ଆସି ତପସ୍ଵିନୀଙ୍କ ମନୋବଳ ଦୃଢ କରିଛନ୍ତି । ଡ଼ାକ୍ତର ସମ୍ପର୍କ ନହୋଇ ମଧ୍ୟ ତପସ୍ଵିନୀଙ୍କୁ ଛାତିରେ ଜାବୁଡି ଧରି ସେ ଭୋ ଭୋ ହୋଇ କାନ୍ଦିଥିଲେ । ଶଙ୍ଖା ସିନ୍ଦୂର ବଜାୟ ରହୁ ବୋଲି ଜଣେ ସଧବା ନାରୀ ତପସ୍ଵିନୀଙ୍କୁ ଆଶୀର୍ବାଦ ଦେଇଛନ୍ତି ।

ଏହି ଭିଡିଓରେ ଆପଣ ଦେଖି ପାରୁଥିବେ ସଧବା ନାରୀ ଜଣକ କିଭଳି ଭାବେ ତପସ୍ଵିନୀଙ୍କୁ ଉପଦେଶ ଦେଉଛନ୍ତି । ତାଙ୍କର ମଞ୍ଚ ଉପରେ ଭାଷଣ ଦେବା ଭଳି କଥା ଶୁଣି କିଛି ଲୋକେ ହସି ପକାଉଛନ୍ତି ମଧ୍ୟ । ମହିଳା ଜଣକ ତପସ୍ଵିନୀଙ୍କୁ କହୁଛନ୍ତି କି, “ମୋତେ କଥା ଦେ ମା, ଦୁହିତା ଦୁଇ କୁଳର ହିତା ହେବୁ । ବାପମାଆଙ୍କ କୁଳ ରକ୍ଷା କରିବୁ, ଶାଶୁ ଶ୍ଵଶୁରଙ୍କୁ ସମ୍ମାନ ଦେବୁ, ସ୍ବାମୀଙ୍କୁ ଦେବତା ଠାରୁ ଅଧିକ ଭାବିବୁ ।

ଆଉ ତୋ ସ୍ଵାମୀର ଚାକିରି ସିନା ସସପେଣ୍ଡ ହୋଇଛି ବୋଲି ମୁଁ ଶୁଣିଲି, କିନ୍ତୁ ତୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ତୋ ସ୍ବାମୀର ଚାକିରି ପାଇଯିବୁ । ସେ ତୋତେ ନିଜର କରିବ ମା । ନେ ଏହି ସିନ୍ଦୂର ରଖେ ।” ଏରିକି କହି ତପସ୍ଵିନୀଙ୍କ ମୁଣ୍ଡରେ ସିନ୍ଦୂର ପିନ୍ଧାଇ ଦେଇଥିଲେ ମହିଳା ଏବଂ ସିନ୍ଦୂର ଫରୁଆ ବି ତାଙ୍କ ହାତରେ ଦେଇଥିଲେ ।

ଏହି ଦୃଶ୍ୟ ଦେଖି ଅନେକ ଲୋକ ଅନେକ କଥା ଭାବୁଛନ୍ତି । କିନ୍ତୁ ତପସ୍ଵିନୀଙ୍କ ପ୍ରତି ତାଙ୍କର ସ୍ନେହ ମମତା ସ୍ପଷ୍ଟ ଭାବେ ବାରି ହୋଇ ପଡୁଥିଲା । ଏହି ଭିଡିଓଟି ଏବେ ଦ୍ରୁତଗତିରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିନ୍ତୁ ମହିଳା ଜଣକ କିଏ ତାଙ୍କ ପରିଚୟ ମିଳି ପାରିନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।