ସୁମିତ ଓ ତପସ୍ଵିନୀଙ୍କ ପାରିବାରିକ ବିବାଦ ମାମଲା ଦିନକୁ ଦିନ ତୀବ୍ର ରୂପ ନେବାରେ ଲାଗିଛି । ଶ୍ଵଶୁର ଘରେ ରହିବା ଜିଦ୍ ରେ ତପସ୍ଵିନୀ ସୁମିତଙ୍କ ଘର ଆଗରେ ଧାରଣା ଦେଇ ଆସୁଥିଲେ । ବାହାରେ ଟେଣ୍ଟ ବାନ୍ଧି ରହୁଥିଲେ ଓ ସେଠାରେ ରୋଷେଇ କରି ଖାଉଥିଲେ । ଗତକାଲି ଶତାଧିକ ସଂଖ୍ଯାରେ ମହିଳାମାନେ ଆସି ସୁମତିଙ୍କ ଘରର ମୁଖ୍ୟ ଫାଟକ ଭାଙ୍ଗି ତପସ୍ଵିନୀଙ୍କୁ ବାରଣ୍ଡାରେ ପ୍ରବେଶ କରାଇଛନ୍ତି । ଆଉ ଏବେ ତପସ୍ଵିନୀ ସୁମିତଙ୍କ ଘରର ବାରଣ୍ଡାରେ ରହୁଛନ୍ତି ।

ବାହାରେ ବହୁତ ଶୀତ ହେଉଥିବାରୁ ଏବେ ଶୀତ ଦାଉରୁ ସାମାନ୍ଯ ରକ୍ଷା ପାଇବେ ବୋଲି ସେ ଖୁସି ହେଉଛନ୍ତି । ତେବେ ସୁମିତ କିମ୍ବା ତାଙ୍କ ଘରଲୋକ ଏବେ ବି ତାଙ୍କୁ ଘରକୁ ନେଉ ନାହାନ୍ତି । ଆଉ ଏନେଇ ତପସ୍ଵିନୀ ଯାହା ପ୍ରତିକ୍ରିୟା ଦେଇଛନ୍ତି ଶୁଣିଲେ ଆପଣଙ୍କୁ ମଧ୍ୟ ବିଶ୍ବାସ ହେବନାହିଁ । ତପସ୍ଵିନୀ ନିଜ ବୟାନରେ କହିଛନ୍ତି, ସୁମିତଙ୍କ ଘରଲୋକ ସୁମିତଙ୍କୁ ଗୁଣି କରିଛନ୍ତି । ଆଉ ସେସବୁର ପ୍ରମାଣ ମଧ୍ୟ ତାଙ୍କ ପାଖରେ ଅଛି, ଯାହା ସେ କୋର୍ଟରେ ଉପସ୍ଥାପନା କରିବେ ।
କାରଣ ତାଙ୍କର ଏହି କଥାକୁ ହୁଏତ କେହି ବିଶ୍ବାସ କରି ନ ପାରନ୍ତି । ସୁମିତଙ୍କ ସହ କ’ଣ ହୋଇଥିଲା, କ’ଣ ପାଇଁ ଏସବୁ ଚାଲିଥଲ, କେମିତି ସୁମିତଙ୍କ ମନ ପରିବର୍ତ୍ତନ ହେଲା ସବୁ ତପସ୍ଵିନୀଙ୍କ ପାଖେ ଅଛି ବୋଲି ସେ କହିଛନ୍ତି । ଯେବେ ତାଙ୍କ ୪୯୮ର କେସ୍ ଚାଲିବ ସେହି ସମୟରେ ତପସ୍ଵିନୀ କୋର୍ଟରେ ପ୍ରମାଣ ଦେବେ ବୋଲି କହିଛନ୍ତି ।
ଏହାସହ ତପସ୍ଵିନୀ ପୁଣି ଥରେ କହିଛନ୍ତି କି ଯେପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ନ ମିଳିଛି ଓ ତାଙ୍କ ଅଧିକାର ନ ମିଳିଛି ସେପର୍ଯ୍ୟନ୍ତ ତପସ୍ଵିନୀ ସୁମିତଙ୍କ ଘର ବାହାରେ ବସିଥିବେ ବୋଲି କହିଛନ୍ତି । ଯେତେ ବାଧାବିଘ୍ନ ଆସିଲେ ବି ସେ ସେଠାରୁ ହଟିବେ ନାହିଁ । ସୁମିତ ତାଙ୍କୁ ୟୁଜ୍ କରି ଏମିତି ଫୋପାଡି ପାରିବେନି । ତପସ୍ଵିନୀ କହିଛନ୍ତି କି, ସୁମିତ ଚିନ୍ତା କରିବା କଥା କି ମୁଁ ତାଙ୍କ ସ୍ତ୍ରୀ । ଆମର ଶାରୀରିକ ସମ୍ପର୍କ ରହିଥିଲା ଓ ଗୋଟିଏ ପିଲା ମଧ୍ୟ ସେ ନଷ୍ଟ କରିଛନ୍ତି ।

ତେଣୁ ଏତେ ସବୁ କଲା ପରେ ସେମିତି ସେ ତାଙ୍କୁ ଛାଡି ଦେଇ ପାରିବେନି । ସୁମିତଙ୍କ ବାପାମାଆ ଗୁଣି ଗାରେଡି କରି ସୁମିତଙ୍କୁ ତାଙ୍କ ଠାରୁ ଅଲଗା କରିଛନ୍ତି ଓ ତାଙ୍କ ପାଖେ ସବୁର ପ୍ରମାଣ ଅଛି ବୋଲି କହୁଛନ୍ତି ତପସ୍ଵିନୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।