ସୁମିତ ଓ ତପସ୍ଵିନୀ ବିବାଦ ମାମଲାରେ ବ୍ରହ୍ମପୁର ଏସଡ଼ିଜେଏମ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଉପର କୋର୍ଟରେ ତଥା ବ୍ରହ୍ମପୁର ଜିଲ୍ଲା ଜଜ୍ କୋର୍ଟରେ ଆବେଦନ କଲେ ସୁମିତଙ୍କ ଓକିଲ । ଏସଡ଼ିଜେଏମ କୋର୍ଟଙ୍କ ଏକାଠି ରହିବା ଆଦେଶ ଉପରେ ଆବେଦନ କରିଛନ୍ତି ସୁମିତ । ଏସଡ଼ିଜେଏମ କୋର୍ଟଙ୍କ ଆଦେଶ ମାନି ସୁମିତ ପ୍ରଥମ ସାତଦିନ ଏକାଠି ରହିଥିଲେ । କିନ୍ତୁ ଏସଡ଼ିଜେଏମ କୋର୍ଟ ଏକାଠି ରହଣିର ସମୟକୁ ଆଉ ସାତଦିନ ବୃଦ୍ଧି କରିବା ପରେ ସୁମିତ ଫେରାର ହୋଇ ଯାଇଛନ୍ତି ।
ଆଉ ସେପଟେ ତପସ୍ଵିନୀ ଗେଷ୍ଟହାଉସରେ ଏକାକୀ ରହୁଥିଲେ । ଗତକାଲି ସେ ଗେଷ୍ଟହାଉସ ଛାଡିବା ସହ ରାତାରାତି ପୁଣି ଯାଇ ପହଞ୍ଚିଥିଲେ ସୁମିତଙ୍କ ଘର ଆଗରେ । ସୁମିତ ତପସ୍ଵିନୀଙ୍କ ସହ ଏକାଠି ରହିବାକୁ ରାଜି ହେଉ ନାହାନ୍ତି । ସୁମିତ କୋର୍ଟରେ ଛାଡପତ୍ର ମାମଲା ଦାଖଲ କରିଥିବାରୁ ତାଙ୍କୁ ତପସ୍ଵିନୀଙ୍କ ସହ ରହିବାକୁ କୋର୍ଟ ବାଧ୍ୟ କରିପାରିବେ ନାହିଁ ବୋଲି କହିଛନ୍ତି ସୁମିତଙ୍କ ଓକିଲ । ସେପଟେ ତପସ୍ଵିନୀ କହିଛନ୍ତି କି, ଏଥର ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ସୁମିତଙ୍କ ଘରଆଗରେ ବସିବେ ।
ଯେ ପର୍ଯ୍ୟନ୍ତ ତାଙ୍କୁ ତାଙ୍କ ସ୍ଵାମୀଙ୍କ ସହ ରହିବାକୁ ନ ଦିଆଯାଇଛି ସେ ପର୍ଯ୍ୟନ୍ତ ସେ ସୁମିତଙ୍କ ଘରଆଗରେ ବସିବେ ବୋଲି କହିଛନ୍ତି । ଆଉ ଏଥିପାଇଁ ସେଠାରେ ସେ ଟେଣ୍ଟ ମଧ୍ୟ ବାନ୍ଧିଛନ୍ତି । ଆଉ ଏଥିପାଇଁ ପ୍ରମିଳା ମା’ଙ୍କ ସାହାଯ୍ୟ ଲୋଡିଛନ୍ତି । ଏଥର ସେ ସେଠାରେ ଏକ ଚୁଲି କରି ରୋଷେଇ କରିବେ ବୋଲି ମଧ୍ୟ କହିଛନ୍ତି । ତପସ୍ଵିନୀ ସୁମିତଙ୍କ ଘରଆଗରେ ଯାଇ ବସିଲେଣି ବୋଲି ସୁମିତଙ୍କ ଘରଲୋକ ମଧ୍ୟ ଦେଖି ସାରିଲେଣି ।
ଏପରିକି ସୁମିତ ମଧ୍ୟ ସ୍କୁଟିରେ ଆସି ଘର ଭିତରକୁ ଗଲେ ବୋଲି ତପସ୍ଵିନୀ ନିଜେ ଦେଖିଥିବାର ଦେଖିଛନ୍ତି । ଯଦି ସୁମିତଙ୍କ ଦେହ ଖରାପ ତେବେ ସେ ସ୍କୁଟି ଚଲେଇ ଆସିଲେ କେମିତି ବୋଲି ତପସ୍ଵିନୀ କହିଛନ୍ତି । ଯେଉଁଠାରୁ ତପସ୍ଵିନୀଙ୍କ ତପସ୍ୟା ଆରମ୍ଭ ହୋଇଥିଲା, ପୁଣି ଥରେ ସେହି ସ୍ଥାନକୁ ଫେରିଛନ୍ତି ସେ । ଆଉ ଏଥର ପୂର୍ବ ଠାରୁ ଅଧିକ ଦୃଢତାର ସହ ଏହି ପରିସ୍ଥିତି ସେ ଲଢେଇ କରିବେ ବୋଲି କହିଛନ୍ତି ।
ତେବେ ସୋମବାର ଦିନ ସୁମିତ ଓ ତପସ୍ଵିନୀଙ୍କ କୋର୍ଟରେ ଶୁଣାଣି ରହିଛି । ଆଗକୁ ଏହି ମାମଲାରେ ଆଉ କେଉଁ ନୂଆ ମୋଡ ଆସିବ ତାହା ଦେଖିବାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।