କଂଗ୍ରେସ କର୍ମୀଙ୍କ ଧାରଣା ବେଳେ ଏହି ବୁଢୀ ମାଉସୀ ଯାହା କରିଲେ ଦେଖିଲେ ଆପଣ ହସି ହସି ଗଡିଯିବେ, ଦେଖନ୍ତୁ video

ଆଜି ଆମେ ଆପଣଙ୍କୁ କଂଗ୍ରେସ କର୍ମୀ ଏବଂ ସମର୍ଥକଙ୍କ ଧାରଣା ସମୟର ଏକ ରୋଚକ ଘଟଣା ଦେଖାଇବୁ । ଯାହା ଓଟିଭିର ନ୍ଯୁଜଫ୍ୟୁଜ କାର୍ଯ୍ୟକ୍ରମରେ ପ୍ରସାରିତ ହୋଇଥିଲା । ଆଉ ଏହାପରେ ଖୁବ୍ ଭାଇରାଲ ହେଉଛି । ଘଟଣାର ଭିଡିଓ ଦେଖିଲେ ଆପଣ ମଧ୍ୟ ନିଜ ହସ ସମ୍ଭାଳି ପାରିବେନି । ଭିଡିଓରେ ଆପଣ ଦେଖି ପାରୁଥିବେ କି ରାସ୍ତାକଡରେ କିଛି କଂଗ୍ରେସ କର୍ମୀ ଦଳୀୟ ପତାକା ଧରି ଧାରଣାରେ ବସିଛନ୍ତି । ଆଉ ସେମାନଙ୍କ ସାମନାରେ ଜଣେ ବୁଢୀ ମାଉସୀ ଆସି ନାଚୁଛନ୍ତି ଆଉ ପଛରେ ‘ପାଣି ମାରିଦେଲା ଝାଇଁ’ ଗୀତଟି ବାଜୁଛି ।

ମାଉସୀ ବହୁତ ମଜାଳିଆ ଢଙ୍ଗରେ କଂଗ୍ରେସ କର୍ମୀଙ୍କ ଆଗରେ ନାଚୁଛନ୍ତି ଯାହା ଦେଖିବା ଲୋକକୁ ଖୁବ୍ ହସାଉଛି । ମାଉସୀ ଜଣକ ସବୁଜ ରଙ୍ଗର ଶାଢୀ ଉପରେ ଏକ ନୀଳ ରଙ୍ଗର କୋଟ୍ ଟିଏ ପିନ୍ଧିଛନ୍ତି ଓ ଏକ ଗୋଲ୍ଡେନ ରଙ୍ଗର ଝାଲେରିରେ ତାଙ୍କ ଚୁଟିକୁ ବାନ୍ଧିଛନ୍ତି । ଦେଖିଲେ ଲାଗୁଛି ସତେ ଯେମିତି କଂଗ୍ରେସ କର୍ମୀଙ୍କ ପ୍ରତିବାଦ ଭଣ୍ଡୁର କରିବାକୁ ବିଜେଡି ତାଙ୍କୁ ସେଠାକୁ ପଠାଇଛି । ତେବେ ବିଜେଡି ପାଖେ କ’ଣ ପୋଲିସ ବଳ ଅଭାବ ଯେ ସେ ମାଉସୀଙ୍କୁ ଏଠାକୁ ପଠାଇବେ ।

ବୁଢୀ ମାଉସୀଟି ନାଚି ନାଚି କଂଗ୍ରେସ କର୍ମୀଙ୍କ ଠାରୁ କିଛି ଟଙ୍କା ଆଦାୟ କରି ନେଇଥିଲା । କିନ୍ତୁ ଯେତେବେଳେ ପୋଲିସ ଆସିଲାଣି କହି ତାଙ୍କୁ ସେଠାରୁ ସେମାନେ ତଡିବାକୁ ଚେଷ୍ଟା କରିଥିଲେ ସେତେବେଳେ ବୁଢୀ ମାଉସୀ ଉତ୍ତର ଦେଇଥିଲେ ‘କୋଉ ପୋଲିସ ବା’ । ଯାହା ଶୁଣିଲେ ଆପଣଙ୍କୁ ଆହୁରି ହସ ଲାଗିବ ।

କାରଣ କଂଗ୍ରେସ ଅଫିସ ବାହାରେ କଂଗ୍ରେସ କର୍ମୀଙ୍କୁ ପୋଲିସମାନେ ଗୋଡେଇ ଗୋଡେଇ ପିଟିଥିବାରୁ, ସେହି ପ୍ରତିବାଦରେ ହିଁ ସେମାନେ ଧାରଣାରେ ବସିଥିଲେ । ସତେ ଯେମିତି ବୁଢୀ ମାଉସୀଟି ସେଥିପାଇଁ ତାଙ୍କୁ ତାତ୍ସଲ୍ୟ କରୁଛି ବୋଲି ଲାଗୁଛି । ଅନ୍ୟପଟେ କଂଗ୍ରେସ ବିଧାୟକ ସୁରଭାଇଙ୍କୁ ମଧ୍ୟ ଧାରଣା ସ୍ଥଳରେ ସ୍ଲୋଗାନ ଲଗାଉଥିବାର ଦେଖିବାକୁ ମିଳିଥିଲା । ଏହାସହ କଂଗ୍ରେସର ବରିଷ୍ଠ ନେତାମାନେ ଡିସିପି ଅଫିସକୁ ଯାଇ ଡିସିପିଙ୍କୁ ଦେଖା କରିଥିଲେ ।

ଯେଉଁମାନେ କଂଗ୍ରେସ ଅଫିସ ବାହାରେ ତାଙ୍କ ଦଳର କର୍ମୀଙ୍କୁ ଏଭଳି ବ୍ୟବହାର କରିଥିଲେ ସେମାନଙ୍କ ବିରୋଧରେ କଡା ପଦକ୍ଷେପ ନିଆଯାଉ ବୋଲି ଡିସିପିଙ୍କ ପାଖେ ଦାବି କରିଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।