ଜାଣି ରଖନ୍ତୁ ଓମିକ୍ରନର ଏହି 5ଟି ନୂଆ ଲକ୍ଷଣ, ଯଦି ଆପଣଙ୍କ ଠାରେ ଦେଖାଯାଉଛି ଏଭଳି କିଛି ଲକ୍ଷଣ ତେବେ ତୁରନ୍ତ କରାନ୍ତୁ କୋଭିଡ ଟେଷ୍ଟ

କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ଏବେ ସାରା ବିଶ୍ଵ ବେଶ୍ ଚିନ୍ତିତ ହୋଇ ପଡିଲାଣି । କାରଣ ଦିନକୁ ଦିନ ଓମିକ୍ରନ କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ପ୍ରି ୫୦ରୁ ଅଧିକ ଲୋକଙ୍କୁ ଏହି ମାରାତ୍ମକ ଭୂତାଣୁ ସଂକ୍ରମଣ କରି ସରିଲାଣି । ତେଣୁ ସଚେତନତା ସୃଷ୍ଟି ଲାଗି ଗଣମାଧ୍ୟମରେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ବିଜ୍ଞାପନ ମଧ୍ୟ ଜାରି କରାଯାଉଛି । ଓମିକ୍ରନକୁ ନଡରି ସତର୍କ ରହିବାକୁ ଦିଆଯାଉଛି ପରାମର୍ଶ । ତେଣୁ ସବୁ ବିଦେଶ ଫେରନ୍ତାଙ୍କୁ ଠାବ କରିବା ଲାଗି ପ୍ରଚେଷ୍ଟା ଚାଲିଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ।

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି ଯେ ଏହି ନୂତନ ଭ୍ୟାରିଆଣ୍ଟ ସେମାନଙ୍କୁ ସହଜରେ ସଂକ୍ରମିତ କରିପାରେ । କରୋନାର ଏହି ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ଚିହ୍ନଟ କ୍ଷେତ୍ରରେ ICMR ସଫଳତା ପାଇଛି । କେବଳ ଦୁଇ ଘଣ୍ଟା ମଧ୍ୟରେ ଓମିକ୍ରନକୁ ଚିହ୍ନଟ କରି ପାରୁଥିବା କିଟ୍ ବାହାର କରିସାରିଛି ICMR । ଶୀଘ୍ର ଚିହ୍ନଟ ହେଲେ ଶୀଘ୍ର ଚିକିତ୍ସାର ସୁବିଧା ମିଳିବ ବୋଲି ଆଶା ମଧ୍ୟ କରାଯାଉଛି । ଆସାମ ଦେବଗଡର ICMR ଲ୍ୟାବରେ ଏହି କିଟ୍ ର ଡିଜାଇନ କରାଯାଇଛି ।

ବର୍ତ୍ତମାନ ପଦ୍ଧତିରେ ଓମିକ୍ରନ ସଂକ୍ରମଣ ବିଷୟରେ ଜାଣିବାକୁ ତିନିରୁ ଚାରିଦିନ ସମୟ ଲାଗୁଛି । ତେବେ ଓମିକ୍ରନ ଆକ୍ରାନ୍ତଙ୍କ ଠାରେ ଶୁଖିଲା କାଶର ଲକ୍ଷଣ ଦେଖା ଯାଇଥାଏ । ପ୍ରଥମ ଭ୍ୟାରିଆଣ୍ଟ ଗୁଡିକରେ ମଧ୍ୟ ମଧ୍ୟ ଏହିଭଳି ଲକ୍ଷଣ ଦେଖା ଯାଉଥିଲା । ଏଭଳି ଲକ୍ଷଣ ଦେଖା ଯାଉଥିଲେ ତୁରନ୍ତ କୋଭିଡ ଟେଷ୍ଟ କରାଇବା ପାଇଁ ସ୍ୱାସ୍ଥ୍ୟବିଭାଗ ପରାମର୍ଶ ଦେଇଛି । ସେହିପରି ଓମିକ୍ରନ ଆକ୍ରାନ୍ତଙ୍କ ଠାରେ ଗଳା ଯନ୍ତ୍ରଣା ହେବା ପରିବର୍ତ୍ତେ ଗଳା କୁଣ୍ଡାଇ ହେବାପରି ଲକ୍ଷଣ ଦେଖାଯାଉଛି । ଏହା ମଧ୍ୟ ଓମିକ୍ରନର ଲକ୍ଷଣ ହୋଇପାରେ ।

କରୋନାର ପୂର୍ବ ଭ୍ୟାରିଆଣ୍ଟ ଭଳି ଓମିକ୍ରନରେ ମଧ୍ୟ ହାଲିଆ ଲାଗିବା ଭଳି ଲକ୍ଷଣ ଦେଖାଯାଉଛି । ଯଦି ଏପରି କିଛି ଲକ୍ଷଣ ରହୁଛି ତେବେ ପରୀକ୍ଷା କରାଇ ନେବା ଉଚିତ । ପୂର୍ବରୁ କରୋନା ସଂକ୍ରମିତଙ୍କ ଠାରେ ତାପମାତ୍ରା ଉଚ୍ଚ ରହୁଥିବାର ଦେଖିବାକୁ ମିଳୁଥିଲା । ଠିକ ସେହିପରି ଓମିକ୍ରନରେ ମଧ୍ୟ ଶରୀରର ତାପମାତ୍ରା ହାଲୁକା ରୁ ଉଚ୍ଚ ରହୁଥିବାର ଦେଖିବାକୁ ମିଳୁଛି । ତେବେ ଓମିକ୍ରନରେ ସ୍ଵାଦ ଏବଂ ଗନ୍ଧ ବାରିବା ଉପରେ କୌଣସି ପ୍ରଭାବ ପଡୁନାହିଁ ।

ଯଦି ଆପଣଙ୍କ ଶରୀରରେ ଉପରୋକ୍ତ ସମସ୍ତ ଲକ୍ଷଣ ଅନୁଭୂତ ହେଉଛି ତେବେ ତୁରନ୍ତ ଡାକ୍ତରଖାନା ଯାଇ କୋଭିଡ ଟେଷ୍ଟ କରାଇ ନିଅନ୍ତୁ । ଦେହରେ ସାମାନ୍ଯ ଥଣ୍ଡା ରହିଲେ ମଧ୍ୟ ଡାକ୍ତରଙ୍କ ପରାମର୍ଶ କରିନେବା ଉଚିତ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।