ହାଇଡ୍ରୋସିଲ କଣ ଓ କାହିଁକି ହୁଏ ? ଏହାର ଲକ୍ଷଣ ଓ ଚିକିତ୍ସା ଚାଲନ୍ତୁ ଜାଣିବା Dr. M Shiva Rama Krishna ଙ୍କ ଠାରୁ

ପୁରୁଷଙ୍କ ଶରୀରରେ ଯେକୌଣସି ଅଦରକାରୀ ପାଣି ସଂଗ୍ରହ ହୁଏ ତାହା ଲିମ୍ପାଟିକ ଚ୍ଯାନେଲ ଦ୍ଵାରା ବାହାରକୁ ବାହାରି ଯାଏ । ପୁରୁଷଙ୍କ ଟେ-ଷ୍ଟି-ସର ବାହାର ପରେ ଦୁଇଟି ସ୍ତର ରହିଥାଏ । ଅନେକ ସମୟରେ ଶରୀରରୁ ଦରକାର ଠାରୁ ଅଧିକ ପାଣି ନିର୍ଗତ ହୋଇ ସେହି ଦୁଇ ସ୍ତର ମଧ୍ୟରେ ଅସାଧାରଣ ଭାବେ ଜମାଟ ବାନ୍ଧେ । ଏହାକୁ ହିଁ ହାଇଡ୍ରୋସିଲ ବୋଲି କୁହାଯାଏ । ଏହିପରି ଅନେକ ସମୟରେ ବେକରେ ମଧ୍ୟ ପାଣି ଜମାଟ ବାନ୍ଧେ । ଏହା ପ୍ରାୟତଃ ଛୁଆଙ୍କ ଠାରେ ଦେଖିବାକୁ ମିଳେ ।

ସେହିପରି ମହିଳାଙ୍କ ପ୍ର-ଜ-ନ-ନ ଅଙ୍ଗ ଭିତରେ ମଧ୍ୟ ଏହିପରି ପାଣି ଜମା ହୋଇଥାଏ । ଏହିପରି ଦରକାର ଠାରୁ ଅଧିକ ପରିମାଣରେ ଶରୀରର ଯେକୌଣସି ଅଙ୍ଗରେ ପାଣି ଜମା ହେଲେ ତାକୁ ହାଇଡ୍ରୋସିଲ କୁହାଯାଏ । ଛୁଆ ମାନଙ୍କୁ ହାଇଡ୍ରୋସିଲ ହୋଇଥିଲେ ପ-ରି-ସ୍ରା ଯିବା ସମୟରେ କିମ୍ବା କାଶିବା ସମୟରେ ଏହା ଟେ-ଷ୍ଟି-ସ ଫୁଲି ଯାଉ ଥିବାର ଦେଖିବାକୁ ମିଳିଥାଏ ।

ବଡ ଲୋକ ମାନଙ୍କ ଠାରେ ମଧ୍ୟ ଟେ-ଷ୍ଟି-ସ ଫୁଲିବା ପରି ସମସ୍ଯା ଦେଖା ଦିଏ । ଏଥିପାଇଁ ଚାଲିବାରେ ମଧ୍ୟ କଷ୍ଟ ହୋଇଥାଏ । ଏହା ସେମିତି ଫୁଲିକି ରହିଥାଏ । ଏହିପରି ଯଦି ଆପଣଙ୍କ ଟେ-ଷ୍ଟି-ସ ବା ତଳ ପେଟରେ ଫୁଲା ରହିଛି ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାଇ ଦିଅନ୍ତୁ । ଏହା ପିଲା ଠୁ ନେଇ ବୁଢା ପର୍ଯ୍ୟନ୍ତ ପ୍ରତ୍ଯେକ ବର୍ଗର ଲୋକଙ୍କ ଠାରେ ଦେଖା ଯାଇଥାଏ । ଏହି ହାଇଡ୍ରୋସିଲ ତଳ ପେଟରୁ ଆରମ୍ଭ ଓଇ ଟେ-ଷ୍ଟି-ସ ପର୍ଯ୍ୟନ୍ତ ହୋଇପାରେ । ଡାକ୍ତର ଏହା ଦେଖିବା ପରେ ସଠିକ ପରୀକ୍ଷା କରିବା ପରେ ଆପଣଙ୍କୁ ସଠିକ ଚିକିତ୍ସା କହିବେ ।

ଏହା ଚିହ୍ନିବା ପାଇଁ ଡାକ୍ତର ଅ-ଲ-ଟ୍ରା-ସା-ଉ-ଣ୍ଡ ମଧ୍ୟ କରନ୍ତି । ଏହାଦ୍ବାରା ପାଣି ଟି କେଉଁ ସ୍ଥାନରେ ଜମା ହୋଇଛି ତାହା ସଠିକ ଭାବେ ଜଣା ପଡିଯିବ । ହାଇଡ୍ରୋସିଲ ହୋଇଥିଲେ ଏହାକୁ ନିଶ୍ଚୟ ସର୍ଜରୀ କରିବାକୁ ପଡେ । ସର୍ଜରୀ ହିଁ ଏହାର ଏକମାତ୍ର ଚିକିତ୍ସା । ତେବେ ଏହା କୌଣସି ଏମରଜେନ୍ସି ସର୍ଜରୀ ନୁହେଁ । ଆପଣ ଯେତେବେଳ ଶା-ରୀ-ରି-କ ଏବଂ ମା-ନ-ସି-କ ଭାବେ ପ୍ରସ୍ତୁତ ହୋଇଯିବେ ସେତେବେଳ ଏହା ସ-ର୍ଜ-ରୀ କରିବେ । ଅନେକ ସମୟରେ ଲୋକଙ୍କୁ ଏହା କୌଣସି ଅସୁବିଧାରେ ପକାଏ ନାହିଁ କିମ୍ବା ଯ-ନ୍ତ୍ର-ଣା ହୁଏ ନାହିଁ ।

ତଥାପି ଏହା ସ-ର୍ଜ-ରୀ କରିଦେବା ଉଠିତ ଅଟେ । କାରଣ ଏପରି ନ କରିବା ଦ୍ଵାରା ଗାଡି ଚଳାଇବା ବା ଖେଳିବା ବୁଲିବା ସମୟରେ ସେହି ସ୍ଥାନରେ ମାଡ ବାଜିଲେ ଏହା ଆପଣଙ୍କ ପାଇଁ ହାନିକରକ ହୋଇପାରେ । ଏପରିକି ସେ ସ୍ଥାନରେ ରକ୍ତ ମଧ୍ୟ ଜମାଟ ବାନ୍ଧି ପାରେ । ଅଧିକ ଦିନ ପର୍ଯ୍ୟନ୍ତ ଚିକିତ୍ସା ନ କରି ଏହାକୁ ଛାଡି ଦେଲେ ଏହା ଭବିଷ୍ୟତରେ ଆପଣଙ୍କୁ ଅସୁବିଧାରେ ପକାଇ ପାରେ । ଆପଣଙ୍କ ଶାରୀରିକ ଚଳାଚଳ କ୍ଷମତା ହ୍ରାସ ପାଇବା ସହ ଯୌ-ନ- କ୍ଷ-ମ-ତା ମଧ୍ୟ କମ ହୋଇଯାଇ ପାରେ ।

ସ-ର୍ଜ-ରୀ ହେଲା ପରେ ଆପଣ ପ୍ରତିଦିନ କାର୍ଯ୍ୟକଳାପ ସହଜରେ କରି ପାରିବେ । କିନ୍ତୁ କିଛି ସାବଧାନତା ଅବଲମ୍ବନ କରିବାକୁ ହେବ । ସ-ର୍ଜ-ରୀ ପରେ ଆପଣ ସବୁ କିଛି ଖାଇ ପାରିବେ । କିନ୍ତୁ ସ-ର୍ଜ-ରୀ ହେବାର ତୁରନ୍ତ ପରେ ଆପଣ ହାଲୁକା ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ । ହାଇଡ୍ରୋସିଲର ନିରାକରଣ ପାଇଁ ଆପଣ ସଫସୁତୁରା ଏବଂ ଆମ ଜୀବନଶୈଳୀ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ