ପାହାଡ ଭାଙ୍ଗି ପଡିଲା ଗାଡି ଉପରେ, ଦେଖୁ ଦେଖୁ ଚାଲିଗଲା 9 ଜଣଙ୍କ ଜୀବନ, ଦୁର୍ଘଟଣା ସମୟର ସେହି Video ଦେଖିଲେ ଛାତି ଥରି ଉଠିବ !

ହିମାଚଲ ପ୍ରଦେଶର କିନ୍ନୌରରେ ପାହାଡ ଭାଙ୍ଗି ପଥର ଖସିବାର ଏକ ଭୟଙ୍କର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ସେଠାରେ ଅଚାନକ ଭୁସ୍ଖଳନ ହୋଇଥିଲା ଓ ଟିଟି ପରେ ଦେଖିବାକୁ ମିଳିଥିଲା ଭୟାନକ ଦୃଶ୍ୟ । କିନ୍ନୌରର ସାଙ୍ଗଲା-ଛିତକୁଲ ରୋଡ ଉପରେ ପାହାଡ ଭାଙ୍ଗି ପଥର ପଡିଥିଲା ଓ ଏହି ସମୟରେ ତଳେ ସଡକରେ ଯାଉଥିବା ଏକ ଗାଡି ଉପରେ ପଡିଥିଲା ।

ଜୋରରେ ପଥର ପଡିବ ଦ୍ଵାରା ଟେମ୍ପୋ ଟ୍ରାଭେଲରରେ ଯାଉଥିବା ୯ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇ ଯାଇଛି । କିଛି ଲୋକ ଗମ୍ଭୀର ଭାବେ ଆହତ ମଧ୍ୟ ହୋଇଛନ୍ତି । ଏହି ଖବର ଦିଲ୍ଲୀ ଯାଏ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ଏହି ଘଟଣାରେ ନିଜ ଦୁଃଖ ବ୍ୟକ୍ତ କରି ମୃତ୍ୟୁବରଣ କରିଥିବା ଲୋକଙ୍କ ପରିଜନଙ୍କୁ ଦୁଇ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି ।

କୁହାଯାଉଛି କି ଦ୍ଵିପ୍ରହର ସମୟରେ ଏହି ଦୁର୍ଘଟଣାଟି ଘଟିଥିଲା । ହଠାତ ସାଙ୍ଗଲା-ଛିତକୁଲ ରୋଡ ଉପରେ ପାହାଡ଼ରୁ କେତେକ ପଥର ଖସିଥିଲା । ସାଙ୍ଗଲା ଆଡକୁ ଯାଉଥିବା ଏକ ଟେମ୍ପୋ ଟ୍ରାଭେଲର ଏହାର କବଳରେ ଆସି ଯାଇଥିଲା । ଏହି ଯାତ୍ରୀ ସମସ୍ତେ ଅଲଗା ଅଲଗା ଜାଗାର ବୋଲି କୁହାଯାଉଛି । ଘଟଣାସ୍ଥଳରେ ହିଁ ଆଠ ଜଣଙ୍କ ମୃତ୍ୟୁ ହୋଇ ଯାଇଥିଲା ଓ ଅନ୍ୟ ଜଣଙ୍କୁ ହସ୍ପିଟାଲ ନେବା ସମୟରେ ହିଁ ମୃତ୍ୟୁ ହୋଇ ଯାଇଥିଲା ।

ଏହି ଦୁର୍ଘଟଣାରେ ଏକ ସ୍ଥାନୀୟ ନାଗରିକ ମଧ୍ୟ ଆହତ ହୋଇଥିବା କୁହାଯାଇଛି । ବଡ ବଡ ପଥ ଖସିବା ଦ୍ଵାରା ଅନ୍ୟ ଗାଡି ଗୁଡିକର ମଧ୍ୟ କ୍ଷୟକ୍ଷତି ହୋଇଛି, କିନ୍ତୁ ସେଗୁଡିକର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଗତ କିଛି ଦିନ ଧରି ଏହି ସଡକରେ ଭୁସ୍ଖଳନ ହେଉଥିଲା । ଏହା ଯୋଗୁଁ ସେଠାରେ ଥିବା ଏକ ପୋଲ ମଧ୍ୟ ସଂପୂର୍ଣ୍ଣ ଭାଙ୍ଗି ଯାଇଛି । ଏହା ବ୍ଯତୀତ ସେହି ବାଟ ଦେଇ ଯାଉଥିବା କିଛି ଲୋକ ଓ ଘର ଗୁଡିକୁ ମଧ୍ୟ କ୍ଷତି ପହଞ୍ଚିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ଏହି ଘଟଣା ଜାଣିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ଵିଟ ସହକାରେ ଘଟଣାରେ ମୃତଲୋକଙ୍କ ପରିଜନଙ୍କୁ ସମବେଦନା ଜଣାଇବା ସହ ଆହତ ଲୋକଙ୍କ ଚିକିତ୍ସାର ସମସ୍ତ ସୁବିଧା କରାଯାଇଛି ବୋଲି ଆଶ୍ଵାସନା ଦେଇଛନ୍ତି ଓ ସେମାନଙ୍କ ଆରୋଗ୍ଯ ମଧ୍ୟ କାମନା କରିଛନ୍ତି । ଏହା ସହ ମୃତକଙ୍କ ପରିଜନ ମାନଙ୍କୁ ଦୁଇ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଦିଆଯିବ ବୋଲି ମଧ୍ୟ ଘୋଷଣା କରିଛନ୍ତି । ସେହିପରି ଆହତ ଲୋକଙ୍କ ସହାୟତା ନିମନ୍ତେ ୫୦ ହଜାର ଲେଖାଏଁ ସାହାଯ୍ୟ ରାଶି ମଧ୍ୟ ଦିଆଯିବ ବୋଲି କହିଛନ୍ତି ।

ତେବେ ଆଜିକାଲି ବର୍ଷା ଯୋଗୁଁ ସେହି ଇଲାକାରେ ଅନେକ ସମୟରେ ଭୁସ୍ଖଳନ ହେଉଛି । କିଛି ଦିନ ଆଗରୁ ନୈନିତାଲରେ ମଧ୍ୟ ଏପରି ଏକ ଘଟଣାରେ ଜେନ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ଏହି ପରି ପାଣିପାଗ ସମୟରେ ପାହାଡ ସ୍ଥାନକୁ ଯାତ୍ରା କରିବା ଭୟଙ୍କର ସାବ୍ୟସ୍ତ ହେଉଛି । ସେଥିପାଇଁ ଅତ୍ୟାବଶ୍ୟକ ନ ଥିଲେ ବର୍ଷା ଦିନେ ପାହାଡ ଜାଗାକୁ ଯାତ୍ରା କରିବା ଉଚିତ ନୁହେଁ ଓ ଯାତ୍ରା ସମୟରେ ଖୁବ ସାବଧାନ ରହିବା ମଧ୍ୟ ଆବଶ୍ୟକ ରହିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।