ପ୍ରତେକ ମଣିଷ ଜୀବନରେ କେବେ ନା କେବେ କିଛି ନା କିଛି ଘଟଣା ଘଟିଥାଏ । ଯାହାକୁ କିଛି ଲୋକ ମାନେ ଭୁଲି ଯାଆନ୍ତି ତ ଆଉ କିଛି ଲୋକ ମାନେ ଏହାକୁ ସ୍ମୃତି ଭାବେ ମନେ ରଖିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଅଦ୍ଭୁତ ଘଟଣା ବିଷୟରେ କହିବାକୁ ଯାଉଛୁ ଜହ ଆଗରୁ ନ କେବେ ଶୁଣି ଥିବେ ନା ଦେଖି ଥିବେ । ଏହି ଘଟଣାଟି ଯାହା ସହ ଘଟିଛି ସେ ହେଉଛନ୍ତି ବାଲଘାଟିର ଏକ ଛୋଟ ଜିଲ୍ଲାରେ ରହୁଥିବା ପାୟଲ ଠାକୁରଙ୍କର ଯିଏ ନିଜ ସହ ଘଟିଥିବା ମହାଦେବଙ୍କର ଏକ ସତ୍ୟ ଘଟଣା ବର୍ଣ୍ଣନା କରିଛନ୍ତି । ପାୟଲ ଠାକୁର ଭଗବାନ ଶିବଙ୍କର ପରମ ଭକ୍ତ ଅଟନ୍ତି । ସେ ପ୍ରତିଦିନ ମହାଦେବଙ୍କୁ କ୍ଷୀର ଅର୍ପଣ କରିବାରେ ପରେ ନିଜର ଦିନ ତମାମ କାର୍ଯ୍ୟ ଆରମ୍ଭ କରୁଥିଲେ ।
ଗୋଟେ ସମୟରେ ବାଲଘାଟିରେ ବହୁତ ଜୋରରେ ବର୍ଷା ହୋଇଥିଲା । ଏହା ସତ୍ବେ ମଧ୍ୟ ପାୟଲ ଭଗବାନ ଶିବଙ୍କୁ କ୍ଷୀର ଅର୍ପଣ କରିବାକୁ ମନ୍ଦିର ଯାଇଥିଲେ । ପାୟଲଙ୍କର ଘର ଲୋକେ ତାଙ୍କୁ ମନା କରିଥିଲେ ମଧ୍ୟ ସେ ମନ୍ଦିର ଦର୍ଶନ କରିବାକୁ ଝଡ ତୋଫାନରେ ବାହାରି ଯାଇଥିଲେ । ପାୟଲ ଅଧା ରାସ୍ତାରେ ହେବା ପରେ ବହୁତ ଜୋରରେ ବର୍ଷା ଆରମ୍ଭ ହୋଇଗଲା ।
ଏହା ପରେ ସେ ମହାଦେବଙ୍କର ନାମ ସ୍ମରଣ କରି ଆଗକୁ ବଢିବାରେ ଲାଗିଲେ । ସେ ୫୦୦ ମିଟର ଯିବା ପରେ ନଦୀରେ ବହୁତ ତୀବ୍ର ଗତିରେ ପାଣି ଆଉଥିବାର ଦେଖିଲେ । ପାଣି ଆସୁଥିବାର ଦେଖି ମଧ୍ୟ ପାୟଲ ନ ଡରି ଭଗବାନଙ୍କ ନାମ ନେଇ ଆଗକୁ ବଢିବାକୁ ଲାଗିଲେ । ସେହି ସମୟରେ ନାଡିରେ ଅଧିକ ପାଣି ଆସୁଥିବାରୁ ପାୟଲ ପାଣିରେ ବୁଡି ଯାଇଥିଲେ । ସେହି ସମୟରେ ଏହା ତାଙ୍କର ଶେଷ ମୂହୁର୍ତ୍ତ ବୋଲି ସେ ଅନୁଭବ କରିଥିଲେ । ଏହା ପରେ ସେ ନିଜ ପରିବାର ଲୋକଙ୍କ କଥା ନ ଭାବି ମହାଦେବଙ୍କର ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପିବାରେ ଲାଗିଲେ ।
ଏହା ପରେ ସେ ତାଙ୍କର ଚେତା ହରାଇ ବସିଥିଲେ । ସେ ତାଙ୍କ ସ୍ଵପ୍ନରେ ସାକ୍ଷାତ ମହାଦେବଙ୍କୁ ଦର୍ଶନ କରିଥିଲେ । “ଯେବେ ତୁମର ଶେଷ ସମୟ ଆସି ଯାଇଛି ବୋଲି ତୁମେ ଜାଣିଛ ତା ପରେ ମଧ୍ୟ ତୁମେ ମୋ ନାମ କାହିଁକି ଜପୁଛ” ଭଳି ପ୍ରଶ୍ନ ମହାଦେବ ପାୟଲଙ୍କୁ କରିଥିଲେ । ଉତ୍ତରରେ ପାୟଲ କହିଥିଲେ ଯେ ସେ ତାଙ୍କର ଶ୍ରଦ୍ଧା ଓ ଭକ୍ତି ପାଇଁ ଆଜି ମହାଦେବଙ୍କର ଦର୍ଶନ ପାଇଥିଲେ ।
ଏହା ପରେ ମହାଦେବ ନିଜେ ବୁଝି ପାରିଥିଏ ଯେ ଯଦି ତାଙ୍କ ଉପରେ ଆଉ କିଏ ଅଛି ତେବେ ସେ ହେଉଛି ତାଙ୍କର ପରମ ଭକ୍ତ । ଏହାର କିଛି କ୍ଷଣ ପରେ ପାୟଲଙ୍କର ଆଖି ଖୋଲିଥିଲା ଓ ସେ ନିଜକୁ ମନ୍ଦିରରେ ପାଇଥିଲେ । ସେଠାରେ ସେ ଏକ ବଡ ସାପ ଦେଖି ଭୟଭୀତ ହୋଇଥିଲେ ମଧ୍ୟ ପରେ ବୁଝିଥିଲେ ଯେ ସ୍ଵୟଂ ମହାଦେବ ହିଁ ତାଙ୍କୁ ରକ୍ଷା କରିଛନ୍ତି । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।