ମେ 16 ସୁଧା ଆରବ ସାଗରରେ ତୀବ୍ର ରୂପ ନେଇପାରେ ସାମୁଦ୍ରିକ ଝଡ଼ ତଉକ୍-ତେ, ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଆରବ ସାଗରରେ ଦାନା ବାନ୍ଧୁଛି ଚଳିତ ବର୍ଷର ପ୍ରଥମ ବାତ୍ୟା । ଦକ୍ଷିଣ- ପୂର୍ବ ଆରବ ସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଏହା ଆସନ୍ତା ମେ ୧୬ ତାରିଖରେ ବାତ୍ୟାର ଆକାର ଧାରଣ କରିବାର ସମ୍ଭାବନା ରହିଛି ବୋଲି ବିଶେଷ ସୂତ୍ରରୁ ଜଣା ପଡିଛି । ଖବର ମିଳୁଛି କି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ସମ୍ପୂର୍ଣ୍ଣ ଲଘୁଚାପରେ ପରିଣତ ହେବ । ତେବେ ଏହି ସମ୍ଭାବ୍ୟ ବାତ୍ୟାର ନାମ ରଖା ଯାଇଛି ତଉକ୍-ତେ ।

ଦକ୍ଷିଣ- ପୂର୍ବ ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପର ରୂପ ନେବ ବୋଲି କୁହା ଯାଉଛି । ଆସନ୍ତା ମେ ୧୫ ତାରିଖରେ ଲାକ୍ଷାଦ୍ଵୀପ ଓ ସଲଗ୍ନ ଅଞ୍ଚଳରେ ଧୀରେ ଧୀରେ ଡିପ୍ରେଶନରେ ପରିଣତ ହେବ ଲଘୁଚାପ । ଏହା ପରେ ଉତ୍ତର ଓ ଉତ୍ତର- ପଶ୍ଚିମ ଦିଗରେ ଗତି କରିବା ସହ ମେ ୧୬ ତାରିଖରେ ଆରବ ସାଗରରେ ସୃଷ୍ଟି ହେବା ସାମୁଦ୍ରିକ ଝଡ଼ । ତେବେ ଏବେ ପର୍ଯ୍ୟନ୍ତ ଏହି ସମ୍ଭାବ୍ୟ ବାତ୍ୟା ତାଉକ୍-ତେ ର ଗତିବିଧି ନେଇ କୌଣସି ସଠିକ୍ ଆକଳନ ହୋଇ ନାହିଁ ।

ତେବେ ଆସନ୍ତା ୪୮ ଘଣ୍ଟା ପରେ ଜଣା ପଡ଼ିବ କୁଆଡେ ଯିବ ଏହି ବାତ୍ୟା ଓ ତାର ପ୍ରଭାବ କିପରି ରହିବ । ଅନୁମାନ କରା ଯାଉଛି କି ଲାକ୍ଷାଦ୍ଵୀପ, କେରଳ, କର୍ଣ୍ଣାଟକ, ଗୋଆ ଓ ମହାରାଷ୍ଟ୍ର ଉପକୂଳରେ ଏହାର ପ୍ରଭାବ ପଡ଼ି ପାରେ । କଚ୍ଛ ଓ ଦକ୍ଷିଣ ପାକିସ୍ଥାନ ଉପଲକ୍ଷେ ଅଭିମୁଖେ ଗତି କରିପାରେ ଏହି ସମ୍ଭାବ୍ୟ ବାତ୍ୟା । ତେବେ ମେ ୧୬ ତାରିଖ ପରେ ହିଁ ବାତ୍ୟାର ଗତି ନେଇ ସଠିକ୍ ଜଣା ପଡ଼ିବ ।

ତେବେ ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ରହିବ ନାହିଁ ବୋଲି ବିଶେଷଜ୍ଞ ମାନେ ସ୍ପଷ୍ଟ କରିଛନ୍ତି । ମାତ୍ର ରାଜ୍ୟରେ ଏବେ କାଳବୈଶାଖୀ ସକ୍ରିୟ ରହିଛି । ଏହା ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି । ଆସନ୍ତା କାଲି ଯାଏ ୧୭ ଟି ଜିଲ୍ଲା ତଥା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ ଓ ରାୟଗଡ଼ା ଆଦି ଜିଲ୍ଲା ଗୁଡ଼ିକରେ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି ହୋଇଛି ।

ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବାକି ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତ କାଲି କାଳବୈଶାଖୀ ବର୍ଷାରେ ଭିଜିଥିଲା ଟୁଇନ ସିଟି । ବିଭିନ୍ନ ଜିଲ୍ଲାରେ ମଧ୍ୟ ହଠାତ୍ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ ଓ ଘଡଘଡି ସହ ପବନ ଓ ବର୍ଷା ହୋଇଥିଲା ।