ଅକ୍ସିଜେନ ଲେଭଲ ତୁରନ୍ତ 95 ରୁ ଅଧିକ ହେଇଯିବ, କରନ୍ତୁ ଏହି ଦେଶୀ ଉପାୟ- Health Tips

ବର୍ତ୍ତମାନ କୋରୋନା ଭାଇରସ ଯୋଗୁ ଆମ ଦେଶରେ ଅକ୍ସିଜେନର ଘୋର ଅଭାବ ଦେଖା ଯାଉଛି । ଯାହା ଫଳରେ ଅନେକ ଲୋକଙ୍କର ଜୀବନ ଗଲାଣି । ଆଜି ଆମେ ଆପଣ ମାନଙ୍କୁ ଘରେ ରହି ମଧ୍ୟ କିପରି ଭାବେ ଆମେ ଅକ୍ସିଜେନ ଲେବଲକୁ ବଢାଯାଇ ପାରିବ ସେହି ବିଷୟରେ କହିବାକୁ ଯାଉଛୁ । ଅକ୍ସିଜେନ ଲେବଲ ବଢେବା ପାଇଁ କିଛି ଘରୋଇ ଚିକିତ୍ସା ରହିଛି ।ପ୍ରଥମେ ଆପଣ ତଳେ ହେଉ ବା ଖଟ ଉପରେ ହେଉ ୩ଟି ତକିଆ ନେଇ ସମାନ ଭାବେ ରଖି ଦିଅନ୍ତୁ । ଏହା ପରେ ତକିଆ ଉପରେ ଏପରି ଭାବେ ଓଲଟା ସୋଇ ରୁହନ୍ତୁ ।

ଏହା ପରେ ନିଜର ଗୋଟେ ପାଟ ହାତକୁ ତଳେ ରଖି ଅନ୍ୟ ପାଟ ହାତକୁ ନିଜ ମୁଣ୍ଡ ଉପରେ ରଖନ୍ତୁ । ଯଦି ଦରକାର ପଡେ ତେବେ ହାତର ସ୍ଥାନ ପରିବର୍ତ୍ତନ କରି ପାରିବେ । ଏହିଭଳି ଭାବେ ଯେତେ ସମୟ ଆପଣ ଓଲଟା ସୋଇ ପାରିବେ ଆପଣଙ୍କର ଅକ୍ସିଜେନ ଲେବଲ ବଢିବାରେ ଲାଗିବ ।

ଏହା ବ୍ଯତୀତ ଆପଣଙ୍କର ଅକ୍ସିଜେନ ଲେବଲ ବଢିବ ପାଇଁ ପ୍ରାଣାୟାମ ବା ଯୋଗ କରିବା ନିହାତି ଜରୁରୀ ଅଟେ । ଭସ୍ତ୍ରୀକା ପ୍ରାଣାୟାମରେ ନିଜ ନିଶ୍ଵାସକୁ ଜୋରରେ ଛାଡି ପୁଣି ଥରେ ନିଶ୍ଵାସ ଭିତରକୁ ନିଅନ୍ତୁ । ଅନୁଲୋମ ବିଲମ ପ୍ରାଣାୟମରେ ଗୋଟେ ପାଟ ନାକକୁ ବନ୍ଦ କରି ଅନ୍ୟ ପଟେ ନିଶ୍ଵାସ ଛାଡନ୍ତୁ । ଏପରି ଭାବେ ପ୍ରାଣାୟମ ଦିନକୁ ୧୫ରୁ ୩୦ ମିନିଟ ପର୍ଯ୍ଯନ୍ତ କରିଲେ ଆପଣଙ୍କର ଅକ୍ସିଜେନ ଲେବଲ ବଢିବାରେ ଲାଗିବ । ଅକ୍ସିଜେନ ଲେବଲ ବଢେଇବା ପାଇଁ ସ୍ଟୀମ ନେବା ଉଚିତ ।

କିଛି ପାଣିରେ ସାମାନ୍ୟ ଜୁଆଣୀ ଓ ହଳଦୀ ପକାଇ ତାକୁ ଭଲ ଭାବେ ଗରମ କରି ଦିଅନ୍ତୁ । ଏହା ପରେ ନିଜ ମୁହଁକୁ ଘୋଡାଇ ଦେଇ ଏହି ପାଣିର ବାମ୍ଫକୁ ଷ୍ଟିମ ଭାବେ ବ୍ୟବହାର କରନ୍ତୁ । ଏହା ଛଡା ଅକ୍ସିଜେନ ଲେବଲ ବଢେବା ପାଇଁ ଗୋଟେ ରୁମାଲରେ କିଛି ଲବଙ୍ଗ, ଜୁଆଣୀ, ଗୁଜୁରାତି, ଦେଶୀ କପୁରକୁ ଭଲ ଭାବେ ବାନ୍ଧି ଦେଇ ଏହାକୁ ନିଜ ନାକରେ ସ୍ମେଲ କରନ୍ତୁ ।

ଏହି ସାମଗ୍ରୀର ସ୍ମେଲ କରିବା ଦ୍ଵାରା ଅକ୍ସିଜେନ ଲେବଲ ବହୁତ ଭଲ ଭାବେ କାମ କରିଥାଏ । ଆମ ଶରୀରରେ ଅକ୍ସିଜେନ ଲେବଲ ବଢିବା ପାଇଁ ନିଜ ଖାଦ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବା ନିହାତି ଜରୁରୀ ଅଟେ । ସେଥି ପାଇଁ ସବୁଜ ପନିପରିବା ଯେମିତିକି ପାଳଙ୍ଗ ଶାଗ,ପୋଦିନା, ଧନିଆ ପତ୍ର, ଅନେକ ପ୍ରକାରର ମଞ୍ଜି ଯେମିତିକି ସୂର୍ଯ୍ୟମୁଖ୍ୟ ମଞ୍ଜି, ଆଲସୀ ନିଜ ଡାଏଟରେ ସାମିଲ କରିବା ଉଚିତ ।

ଏହା ବ୍ଯତୀତ ନିଜ ଡାଏଟରେ ଗହମ, ବାଜରା, ଓଟ୍ସ ଆଦି ଖାଇବା ଉଚିତ । ଏହି ସବୁ ଖାଦ୍ଯରେ ଅଧିକ ମାତ୍ରାରେ ଆଇରନ ଓ କ୍ୟାଲସିୟମ ଥିବାରୁ ଆମ ଶରୀରରେ ଅକ୍ସିଜେନ ଲେବଲ ବଢେବାରେ ସାହାଜ୍ଯ କରିଥାଏ । ଏହା ଛଡା ବିଭିନ୍ନ ପ୍ରକାରର ଡାଲି, ଭିଟାମିନ-ସି ଜାତୀୟ ଖାଦ୍ଯ  ସେବନ କରିବା ଉଚିତ । ଏହି ସବୁର ସେବନ ଓ ଉପରେ ଲିଖିତ ପ୍ରଣାଳୀ ଗୁଡିକ କରିବା ଦ୍ଵାରା ଆମ ଶରୀରରେ ଅକ୍ସିଜେନ ଲେବଲ ବଢିଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।