4 ପୁଅକୁ 4 ବୋହୂ, କିନ୍ତୁ ରାସ୍ତାରେ ଘୁଷୁଡୁଛି ମା… ଧିକ ଏଭଳି ଛୁଆ, ଦୟନୀୟ ଦୃଶ୍ୟ ଦେଖି ଆପଣ ବି କାନ୍ଦି ପକାଇବେ

ଚାରିଆଡେ କିଟିମିଟି ଅନ୍ଧାର। ଶୂନଶାନ ରାତି। ନିର୍ଜନ ରାସ୍ତାଘାଟ। ରାସ୍ତାରେ ଶୋଇଛନ୍ତି ଜଣେ ବୁଢୀ ମା। ଚାଲିବାକୁ ଦେହରେ ଦମ୍ଭ ନାହିଁ। ଘୁଷୁଡି ଘୁଷୁଡି ଯାଉଛନ୍ତି, ଯେଉଁଠି ବଳ ପାଉନି ସେଠାରେ ଶୋଇପଡୁଛନ୍ତି। ବୟସ ପାଖାପାଖି ୮୦ ପାର ହେବ। ମହିଳା ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମହୁଲିଆ ପଞ୍ଚାୟତ ସାମଦାସପୁର ଗାଁର କୌଶଲ୍ୟା କର । ହଁ ଦର୍ଶକ ବନ୍ଧୁ ଆଉ ତାଙ୍କର ଅବସ୍ଥା ଦେଖିଲେ ଓ ତାଙ୍କ କାହାଣୀ ଶୁଣିଲେ କାହାର ବି ଛାତି ବି ଥଋ ଉଠିବ ।

କୌଶଲ୍ୟା କର କହୁଛନ୍ତି କି ମୋ ଉପରେ ଗାଡି ଛାଡି ଯାଆନ୍ତି କି, ଏ ଜୀବନ ଟା ଚାଲି ଯାଆନ୍ତା କି ? ଏ କଷ୍ଟ ଆଉ ସହି ହେଉ ନାହିଁ । ଯେଉଁ ବୟସରେ ପୁଅ ବୋହୂ ନାତି ନାତୁଣୀଙ୍କ ଗହଣରେ ସମୟ ବିତାଇବା କଥା କିଛି ଖାଇ ଦେଇ ନିଶ୍ଚିନ୍ତରେ ଶୋଇବା କଥା ସେହି ପରିଣତ ବୟସରେ ଘୁଷୁଡି ଘୁଦୁଶୀ ରାସ୍ତାରେ ବୁଲୁଛନ୍ତି । ନିର୍ଜନ ସାଥିର ସାଥି ଖିଲେ ଖଣ୍ଡେ ଆଶା ବାଡି ।

ସବୁ ଆଶା ଛାଡି ପେଟ ଭରିବା ପାଇଁ ରାସ୍ତାରେ ହାତ ପତାଉଛି ବୁଢୀ ମା । ବୋଧ ହୁଏ ବହୁ ସମୟରେ ଦାଣ୍ଡରୁ ଗୋଡ ବାହାର ନ କରିଥିବା ବୁଢୀ ମା ଜଣକ ଏବେ ବାଧ୍ୟ ହୋଇଛି ଗୋଡ କାଢିବାକୁ । କାହିଁକି ଏଠାରେ ଭଲ ପାଇବା ତୁଳନାରେ ଯନ୍ତ୍ରଣା ଅଧିକ । ଅନ୍ୟ ପଟେ କୌଶଲ୍ୟାଙ୍କ ପୁଅ କହୁଛି ମା ର ମୁଣ୍ଡ ଖରାପ ଗାଁ ପିଲା ପାଗେଳି ବୁଢୀ କହି ଡାକ ପକାଉଛନ୍ତି ।

ବୁଢୀ ଆସିଲା କହି କବାଟ ବନ୍ଦ କରି ଦେଉଛନ୍ତି । ସ୍ବାମୀଙ୍କ ମୃତ୍ୟୁ ପରେ ପୁଅ ବୋହୂ କୁ ଆଶା କରି ବାକି ଜୀବନ କାଟିବାକୁ ଭାବି ଥିଲେ ବୁଢୀ ମା । ହେଲେ କାନ୍ଦି କାନ୍ଦି ତାଙ୍କ ଆଖି ରୁ ଆଉ ଲୁହ ବାହାରୁ ନାହିଁ । କାହିଁକି 15 ବର୍ଷ ହେବ ଯନ୍ତ୍ରଣା ରେ ଛଟପଟ ହେଉଛନ୍ତି ବୁଢୀ ମା । ବୁଢୀ ମା ଙ୍କର ଗୋଟେ କି ଦୁଇଟି ନୁହେଁ ବରଂ 4ଟି ପୁଅ ।

କିନ୍ତୁ ଯେଉଁ ପୁଅକୁ 9 ମାସ ଗର୍ଭରେ ଧରି ଜନ୍ମ କରି ଦୁନିଆକୁ ଆଣିଥିଲେ ହାତ ଧରି ବାଟ ଚାଲିବା ଶିଖାଇଥିଲେ ସେ ଆଜି ମା ର ହାତ ଛାଡି ଦେଇଛି । ଏ କଥା କେବେ ଭାବି ନ ଥିଲେ ବୁଢୀ ମା । 4 ପୁଅ 4 ବୋହୂ ସାଙ୍ଗକୁ 7 ଜଣ ନାତି ନାତୁଣୀକୁ ପାଖରେ ପାଇଥିଲେ କୌଶଲ୍ୟା । ହେଲେ ମାଡ ସହ ଭୋକରେ ପକାଉଥିଲେ ପୁଅ-ବୋହୂ । ଏମିତିକି ବାଡେଇ ମୁଣ୍ଡ ଫଟାଇ ଦେଲେ ।

ବୟସ 80 ବର୍ଷ ହେଲେ ବି ଆଖିକୁ ଭଲ ଦିଶୁଚି ଆଉ କାନକୁ ଭଲ ସୁଭୂଛି । ଦିନ ରାତି ଘରକୁ ଘର ବୁଲୁଛନ୍ତି ଯିଏ ଯାହା ଦେଲା ଖାଇକି ଯେଉଁଠି ପାରୁଛନ୍ତି ସୋଇପଡୁଛନ୍ତି ବୁଢୀ ମା । ତେବେ ଏଠାରେ ପ୍ରଶ୍ନ ଉଠୁଛି ଜନ୍ମ ଦେଇଥିବା ପୁଅ ମା ର ଏଭଳି ଦୁଃଖ ଦେଖିପାରୁଛି ବା କେମିତି ? ସତରେ ଏ ଦ୍ରୁଶ୍ଯ ହୃଦୟବିଦରାକ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।