35 ଦିନ ପର୍ଯ୍ୟନ୍ତ ଗାଈ ପେଟରେ ରହିଥିଲା 20 ଗ୍ରାମର ସୁନା ଚେନ୍, କିନ୍ତୁ ଯେତେବେଳେ ବାହାରକୁ କାଢି ଓଜନ କଲେ ମାଲିକ-ମାଲିକାଣୀଙ୍କ ହୋସ୍ ଉଡିଗଲା !

ଆମ ଦେଶ ଭାରତରେ ଗାଈଙ୍କୁ ଦେବୀମା’ଙ୍କ ସ୍ଥାନ ଦିଆଯାଏ ଓ ତାଙ୍କର ପୂଜା, ସେବା ମଧ୍ୟ କରାଯାଏ । ବିଶେଷ କରି ଦୀପାବଳୀ ସମୟରେ ଗୋମାତାଙ୍କୁ ଭଲ ଭାବେ ସଜାଇ ଗୋପୂଜା କରାଯାଏ । କିନ୍ତୁ କର୍ଣ୍ଣାଟକର ଏପରି ଜଣେ କୃଷକଙ୍କୁ ଏପରି କରିବା ମହଙ୍ଗା ପଡିଛି । ଏହି କୃଷକ ଏବଂ ତାଙ୍କର ସ୍ତ୍ରୀ ଗାଈ ଏବଂ ବାଛୁରି ଉଭୟଙ୍କୁ ଫୁଲରେ ସଜାଇଥିଲେ, ଏହାସହ ଗାଈଙ୍କୁ ୨୦ଗ୍ରାମ ଓଜନର ଏକ ସୁନା ଚେନ୍ ମଧ୍ୟ ପିନ୍ଧାଇଥିଲେ । କିନ୍ତୁ ଗାଈକୁ ସୁନା ଚେନ୍ ପିନ୍ଧାଇବା ତାଙ୍କ ପାଇଁ କାଳ ହେଲା ।

ଗାଈ ଏହି ସୁନା ଚେନ୍ କୁ ଗିଳି ଦେଇଥିଲା, ଯାହାପରେ ତାଙ୍କ ଘରେ ହଇଚଇ ମଚି ଯାଇଥିଲା । ସୂଚନା ଅନୁସାରେ, ଗୋପୂଜା ପୂର୍ବରୁ ଶ୍ରୀକାନ୍ତ ହେଗଡେ ନାମକ ଏହି କୃଷକ ଏବଂ ତାଙ୍କ ସ୍ତ୍ରୀ ମିଶି ତାଙ୍କ ଘରେ ପାଳିଥିବା ଗାଈ ଏବଂ ତା’ର ବାଛୁରିକୁ ଫୁଲରେ ସଜାଇଥିଲେ, ଆଉ ତା’ପରେ ୨୦ ଗ୍ରାମର ଏକ ସୁନା ଚେନ୍ ଗାଈ ବେକରେ ପିନ୍ଧାଇ ଦେଇଥିଲେ । ପୂଜା ପରଦିନ ଏହି କୃଷକ ଦମ୍ପତ୍ତି ଗାଈ ଦେହରୁ ଆଭୂଷଣ ସବୁ ଖୋଲିଥିଲେ ଓ ଏହାକୁ ଏକ ସ୍ଥାନରେ ରଖି ଦେଇଥିଲେ ।

ସେମାନେ ଭୁଲବଶତଃ ଫୁଲ ସହ ସୁନା ଚେନ୍ କୁ ମଧ୍ୟ ଏକାଠି ରଖି ଦେଇଥିଲେ । ଆଉ ଗାଈ ଯେତେବେଳେ ଫୁଲକୁ ଖାଇଥିଲା ଏକା ସାଙ୍ଗେ ସୁନା ଚେନ୍ କୁ ମଧ୍ୟ ଗିଳି ଦେଇଥିଲା । ଏହାପରେ ସେମାନେ ଖୁବ୍ ଚିନ୍ତିତ ହୋଇ ପଡିଥିଲେ । ପ୍ରାୟ ୩୫ ଦିନ ପର୍ଯ୍ୟନ୍ତ ଏହି ଦମ୍ପତ୍ତି ଗାଈର ଗୋବରକୁ ଘାଣ୍ଟିଥିଲେ । ସେମାନେ ନଜର ରଖିଥିଲେ କି ଗୋବର ଜରିଆରେ ସୁନା ଚେନ୍ ଟି ବାହାରକୁ ବାହାରି ନଯାଉ ବୋଲି । ଏମିତିକି ସେମାନେ ନିଜ ଗାଈକୁ ବାହାରକୁ ମଧ୍ୟ ବାହାରିବାକୁ ଦେଉ ନଥିଲେ ।

୪ ବର୍ଷର ଏହି ଗାଈଟି ୩୫ଦିନ ପର୍ଯ୍ୟନ୍ତ ଘରେ ବନ୍ଧା ହୋଇ ରହିଲା, କିନ୍ତୁ ତା’ ଗୋବରରୁ ଚେନ୍ ବାହାରିଲା ନାହିଁ । ଏହାପରେ ଶ୍ରୀକାନ୍ତ ହେଗଡେ ଗାଈଙ୍କୁ ଡାକ୍ତରଙ୍କ ପାଖକୁ ନେଇଗଲେ । ଗାଈ ସୁନା ଚେନ୍ କୁ ସତରେ ଗିଳିଛି ନା ନାହିଁ ଜାଣିବା ପାଇଁ ସେଠାରେ ମେଟାଲ ଡିଟେକ୍ଟର ସାହାଯ୍ୟରେ ଚେକ୍ କରାଗଲା କି । ଆଉ ସେଠାରେ ଜଣାପଡିଲା କି ଗାଈ ହିଁ ଚେନ୍ କୁ ଗିଳିଛି । ତେବେ ସବୁଠୁ ବଡ ପ୍ରଶ୍ନ ଥିଲା ଗାଈ ପେଟରୁ ଚେନ୍ କେମିତି ବାହାର କରାଯିବ ?

ଡାକ୍ତର ସ୍କାନ୍ କରି କହିଲେ କି ଚେନ୍ ଟି ଗାଈ ପେଟରେ କେଉଁଠି ଫସି ରହଛି । ଏହାପରେ ଡାକ୍ତରୀ ଟିମ୍ ଗାଈର ପେଟ ଚିରି ସୁନା ଚେନ୍ କାଢିଥିଲେ । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ୨୦ ଗ୍ରାମର ଏହି ଚେନ୍ ଟି ଗାଈ ପେଟରେ ୩୫ଦିନ ରହି ୧୮ ଗ୍ରାମ ହୋଇ ଯାଇଥିଲା । ଯାହା ଏହି ଦମ୍ପତ୍ତିଙ୍କୁ ଏକଦମ ଆଶ୍ଚର୍ଯ୍ୟ କରି ଦେଇଥିଲା ।

ତେବେ ସୁନା ଚେନ୍ ର ଏକ ଛୋଟ ଖଣ୍ଡ ଗାଈ ପେଟରେ ରହି ଯାଇଥିଲା, ଯାହା ଅନେକ ଚେଷ୍ଟା ପରେ ମଧ୍ୟ ଡାକ୍ତରୀ ଟିମ୍ ଖୋଜି ପାଇ ନଥିଲେ । ତେବେ ଏହି ଦମ୍ପତ୍ତି ତାଙ୍କର ୧୮ ଗ୍ରାମ ସୁନା ଫେରି ପାଇଁ ଖୁବ୍ ଖୁସି ଅଛନ୍ତି । କିନ୍ତୁ ତାଙ୍କର ସାମାନ୍ଯ ଅବହେଳା ଯୋଗୁଁ ତାଙ୍କ ଗାଈକୁ ଏତେ କଷ୍ଟ ସହିବାକୁ ପଡିଲା ବୋଲି ସେମାନେ ଦୁଃଖ ମଧ୍ୟ କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।