ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ମନୁଷ୍ୟ ନିଜ ଜୀବନକୁ ସୁଖ, ଶାନ୍ତିରେ ବିତେଇବା ପାଇଁ ଇଛା ରଖିଥାନ୍ତି । ହେଲେ ସମସ୍ତ କାର୍ଯ୍ୟରେ ଯେ ଆପଣଙ୍କୁ ସବୁବେଳେ ସଫଳତା ମିଳିବ । ତାହା ତ କହି ହେବ ନାହିଁ । ଯଦି ଆପଣଙ୍କର ମନରେ ଥିବା କୌଣସି ଏକ ମନସ୍କାମନା ଶତ ଚେଷ୍ଟା କରି ମଧ୍ୟ ପୂରଣ ହେଉନାହିଁ । ତେବେ ଆଜି ଆପଣ ମାନଙ୍କୁ କହିବା ପାଇଁ ଯାଉଥିବା ଉପଚାରଟି ନିହାତି ଭାବେ କରି ଦେଖନ୍ତୁ ।

ଏହି ଉପଚାର ପାଇଁ ଆପଣଙ୍କୁ ଗୋଟିଏ ଧଳା କାଗଜ, ଗୋଟିଏ ନାଲି କଲମ, ହଳଦୀ ଓ ଏକ ମାଟି ପାତ୍ରର ଆବଶ୍ୟକତା ରହିଛି । ଆପଣ ପ୍ରଥମେ ଗୋଟିଏ ଧଳା କାଗଜ ଉପରେ ଏକ ନାଲି ରଙ୍ଗର କଲମରେ ନିଜ ମନର ମନସ୍କାମନା ଲେଖନ୍ତୁ । ଯାହାବି ଆପଣଙ୍କ ମନରେ ଅଛି । ଆପଣଙ୍କ ଚାକିରୀ, ବ୍ୟବସାୟ, ଶିକ୍ଷା, ସନ୍ତାନ ଯାହାର ପୂରଣ ପାଇଁ ମନରେ ଇଛା ରହିଛି । ତାହା ସେହି କାଗଜରେ ଲେଖି ଦିଅନ୍ତୁ ।
ତାପରେ ସେହି କାଗଜ ଉପରେ ହଳଦୀକୁ ପାଣିରେ ମିଶାଇ ସେଥିରେ କିଛି ହଳଦୀ ଛିଟା ପକାଇ ଦିଅନ୍ତୁ । ଆପଣ ଆଣି ରଖିଥିବା ମାଟି ପତ୍ରରେ ସେହି ମନସ୍କାମନା ଲେଖା କାଗଜକୁ ଆପଣ ରଖନ୍ତୁ । ତାପରେ ସେହି କାଗଜକୁ ଜଳାଇ ଦିଅନ୍ତୁ । କାଗଜକୁ ଜଳାଇ ସାରିବା ପରେ ସେଥିରୁ ଯେଉ ପାଉଁଶ ବାହାରିବ । ତାହାକୁ ଆପଣ ଆଣି ଆପଣଙ୍କ ମଥାରେ ଟୀକା ଲଗାନ୍ତୁ ।

ପାଉଁଶ ଅଳ୍ପ ଆଣି ମଥାରେ ଲଗାଇ ସାରିବା ପରେ ଆଉ ଯେଉଁ ପାଉଁଶ ମାଟି ପାତ୍ରରେ ରହିଥିବ । ତାହାକୁ ଆପଣ ପ୍ରବାହିତ ପାଣିରେ ଫୋପାଡି ଦେଇ ପାତ୍ରକୁ ସଫା କରି ଦେଇ ପୁଣି ତାହା ପର ଦିନ ଏହି ଉପାୟଟିକୁ କରିବେ । ଏହିପରି ଆପଣ ଲଗାତାର ୭ ଦିନ ପୁରା ନିଷ୍ଠା ସହକାରେ କରନ୍ତୁ । ଦେଖିବେ ଆପଣଙ୍କର ମନବାଞ୍ଛା ନିହାତି ଭାବେ ପୂରଣ ହେବ । ଏହି ଉପାୟକୁ ଆପଣ କେବଳ ରାତ୍ର ୧୧ ଟା ରୁ ୧ ଟା ମଧ୍ୟରେ କରିପାରିବେ ।
କାରଣ କୌଣସି ପୂଜା ଉପଚାର କରିବା ପାଇଁ ଏହି ସମୟ ଉପଯୁକ୍ତ ହୋଇଥାଏ । ଯେକୌଣସି ବାରରୁ ମଧ୍ୟ ଏହି ଉପଚାର ଆରମ୍ଭ କରି ୭ ଦିନ ପର୍ଯ୍ୟନ୍ତ ନୀତି ରାତିରେ କରିବେ । ମଝିରେ କୌଣସି ଦିନ ଏହି ଉପାୟକୁ ବନ୍ଦ କରିବେ ନାହିଁ । ଆପଣ ଏହି ଉପାୟ କରିବା ପରେ ନିହାତି ଭାବେ କିଛି ନା କିଛି ଫରକ ଆପଣଙ୍କ ଜୀବନରେ ଦେଖିବାକୁ ପାଇବେ ।

ନିହାତି ଭାବେ କିଛି ଭଲ ପରିବର୍ତ୍ତନ ଜୀବନରେ ଆସିବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ