ମାଡି ଆସୁଛି ବଡ ବର୍ଷା । ବୁଡିଯିବ ପୁରା ଓଡିଶା । ପାଣିରେ ଉବୁଡୁବୁ ହେବେ ପୁରା ଓଡିଶାବାସୀ । ଆଉ ବେସୀ ସମୟ ନୁହେଁ ମାତ୍ର 24 ଘଣ୍ଟା ମଧ୍ୟରେ ଆସୁଛି ବଡ ବିପତ୍ତି । ଏଥିରୁ ଆଉ ନିସ୍ତାର ନାହିଁ । ତୁହାକୁ ତୁହା ବର୍ଷା ସହ ଆକାଶରେ ଦେଖାଯିବ ପ୍ରବଳ ବିଜୁଳି । ଆଉ ମାଡି ଆସିବ ପବନ । ଦିନ ଦ୍ଵିପହରରେ ଦେଖାଯିବ କୀଟମିଟ ଅନ୍ଧାର । କେହି କୁଆଡେ ବାହାରିପାରିବେନି । ବର୍ଷା ପାଣିରେ ଉବୁଡୁବୁ ହେବ ପୁରା ଓଡିଶା ।

ହଁ ଦର୍ଶକ ବନ୍ଧୁ ଏମିତି କିଛି ସୂଚନା ଆସିଛି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ । ତେଣୁ ଏହି ସମୟରେ ଯାତାୟାତ କରିବାକୁ ବାରଣ କରାଯାଇଥିବା ବେଳେ ଜରୁରୀ ନ ଥିଲେ ଘରୁ ନ ବାହାରିବାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଏବେ ଯୁଆଡେ ଦେଖିଲେ ଖାଲି ପାଣି ହିଁ ପାଣି । ଯାହାକୁ ନେଇ ଏବେ ଲୋକଙ୍କ ଅବସ୍ଥା ପୁରା ବେହାଲ । ବର୍ଷା ରେ ବିଜୁଛି ସାରା ରାଜ୍ୟ ।
ଲଗାତାର 2 ଦିନ ହେବ ବର୍ଷା ଲାଗି ରହିବା ଫଳରେ ଲୋକ ମାନେ ତ୍ରାହି ତ୍ରାହି ଡାକିଲେଣି । ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସାଙ୍ଗକୁ ଲହଡି ଭାଙ୍ଗୁଛି । ବଙ୍ଗୋପସାଗରରେ ଲଘୁଚାପ ପରେ ରାଜ୍ୟ ରେ କେଉଁଠି ମୁଷଳ ଧାରାରେ ବର୍ଷା ହେଉଛି ତ ଆଉ କେଉଁଠି ଅସରନ୍ତି ବର୍ଷା ହେଉଛି । କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି ।

ଆଉ ଆଗାମୀ 24 ଘଣ୍ଟା ଭିତରେ ବର୍ଷାର ପରିମାଣ ବଢିବ । ଭୀଷଣ ବର୍ଷା ସହ ବିଜୁଳି ଘଡଘଡି ଲାଗି ରହିବ । ସେଥିପାଇଁ 10 ଜିଲ୍ଲାକୁ ହାଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । କଳାହାଣ୍ଡି, ବରଗଡ, ବୌଦ୍ଧ, ନୂଆପଡା, କନ୍ଧମାଳ, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ନବରଙ୍ଗପୁର, ଗଞ୍ଜାମ ଆଦି ଜିଲ୍ଲାକୁ ଅରେଞ୍ଜ ୱାର୍ନିଙ୍ଗ ଜାରି କରା ଯାଇଛି ।
ପ୍ରବଳ ବର୍ଷା ପାଇଁ 7 ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରା ଯାଇଛି । ବର୍ଷା ଲାଗି ରହିଥିବାରୁ ଯାତାୟାତ ବାଧା ପ୍ରାପ୍ତ ହୋଇଛି । ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି । ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଆଜି ଅଧିକ ଘନୀଭୂତ ହେବ । ୱେଲ ମାର୍କ ଲୋ ପ୍ରେସରରେ ପରିଣତ ହେବ । ଏହାର ପ୍ରଭାବରେ 3 ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି ।
ଆସନ୍ତା 16 ଯାଏଁ ବର୍ଷା ଜାରି ରହିଛି । ଗତ 24 ଘଣ୍ଟା ରେ ଗୋପାଳପୁର ରେ ସର୍ବାଧିକ 74.2 ମିଲିମିଟର, ନବରଙ୍ଗପୁର ରେ 72 ମିଲିମିଟର, ଛତ୍ରପୁତ୍ର ରେ 54.2 ମିଲିମିଟର ବର୍ଷା ରେକର୍ଡ ହୋଇଛି । ଲଘୁଚାପ 2 ଦିନ ଧରି ଓଡିଶା ଓ ଛତିଶଗଡ ଦେଇ ଗତି କରିବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ତୁହାକୁ ତୁହା ବର୍ଷା ସହ ମାଡି ଆସିବ ପବନ । ତେଣୁ ସତର୍କ ରହିବାକୁ ପାଣିପାଗ ବିଭାଗ ସତର୍କ କରାଇଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।