22 ଜାନୁଆରୀ ରୁ ଭାରତୀୟ ରିଜର୍ଭ ବ୍ଯାଙ୍କ ତରଫରୁ 500 ଟଙ୍କିଆ ନୋଟ ରେ ପ୍ରଭୁ ରାମଙ୍କର ଛବି ଜାରି କରାଯିବା ନେଇ କଣ ରହିଛି ଏହା ପଛରେ ସତ୍ୟତା ।

ଦର୍ଶକ ବନ୍ଧୁ ପାଖେଇ ଆସୁଛି ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠାର ସମାରୋହ । ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଯାଉଥିବା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉଶ୍ଚବ ପାଇଁ ସାରା ଦେଶ ଚଳ ଚଞ୍ଚଳ ହୋଇ ଉଠିଛି । ପ୍ରତିଷ୍ଠାର ସମୟ ଯେତିକି ପାଖେଇ ଆସୁଛି ଭଗବାନ ରାମଙ୍କୁ ନେଇ ଅନେକ ଆଲୋଚନା ଲୋକଙ୍କ ମଧ୍ୟରେ ଆରମ୍ଭ ହୋଇଛି । ପ୍ରଭୁ ଶ୍ରୀରାମ ଙ୍କ ମୂର୍ତ୍ତି ଓ ଫୋଟୋକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଫୋଟୋ ଓ ଭିଡିଓ ସେୟାର କରାଯାଉଛି ।

ଏହାରି ମଧ୍ୟରେ 500 ଟଙ୍କିଆ ନୋଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ପ୍ରଭୁ ରାମଙ୍କ ଛବି ରହିଛି । ଏହି 500 ଟଙ୍କିଆ ନୋଟରେ ଗାନ୍ଧୀଜୀଙ୍କ ଛବି ବଦଳରେ ପ୍ରଭୁ ରାମଙ୍କର ଫୋଟୋ ରହିଥିବା ବେଳେ ପଛ ପଟେ ଲାଲକିଲ୍ଲା ସ୍ଥାନରେ ଅଯୋଧ୍ୟାର ରାମ ମନ୍ଦିର ଓ ଧନୁ ଟିର ର ଫୋଟୋ ରହିଛି । ଏବେ ଦାବି କରାଯାଉଛି ଯେ ଆଗକୁ ଏଭଳି 500 ଟଙ୍କିଆ ନୋଟ ଦେଖିବାକୁ ମିଳିବ ।

ଏମିତି କୁହାଯାଉଛି କି ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ରିଜର୍ଭ ବ୍ଯାଙ୍କ ଏଭଳି ସ୍ଵତନ୍ତ୍ର 500 ଟଙ୍କିଆ ନୋଟ ଜାରି କରିବ । ଆଉ ପ୍ରଭୁ ରାମ ଥିବା 500 ଟଙ୍କିଆ ନୋଟ ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ଖୁବ ଜଲ୍ଦି ଭାଇରାଲ ହୋଇଥିଲା । କିନ୍ତୁ ସୂଚନା ଅନୁଯାୟୀ 14 ଜାନୁଆରୀରେ ରଘୂନ ମୂର୍ତ୍ତି ନାମକ ଜଣେ ଯୁବକ ନିଜ ଏକ୍ସ ହ୍ୟାଣ୍ଡେଲରେ ଏହି ଫୋଟୋକୁ ସେୟାର କରିଥିଲେ ।

ଆଉ ଏହା ପରେ ଏହି ଫୋଟୋକୁ ଅନେକ ୟୁଜର୍ସ ଶେୟାର କରିବା ସହ ଏଭଳି ଦାବି ମଧ୍ୟ କରିଥିଲେ ଜଣେ ଜାନୁଆରୀ 22ରେ ରିଜର୍ଭ ବ୍ଯାଙ୍କ ତରଫରୁ ଏଭଳି ନୋଟ ଜାରି କରାଯିବ । ଏଭଳି ଫୋଟୋ ଓ ଦାବି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖି ସାମ୍ନା କୁ ଆସିଥିଲେ ଏହାକୁ ସେୟାର କରିଥିବା ଯୁବକ ଜଣକ । ଯୁବକ ଜଣକ ଆଉ ଏକ ପୋଷ୍ଟ କରି ଏହାର ସତ୍ୟତା ବିଷୟରେ ଜଣାଇଛନ୍ତି ।

ଏଭଳି ଗୁଜବ ପ୍ରଚର ନ କରିବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି । ନିଜ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ଯୁବକ ଲେଖିଛନ୍ତି କେହି ଜଣେ ସୋସିଆଲ ମିଡିଆରେ ଗୁଜବ ପ୍ରଚର କରିବା ପାଇଁ ମୋର ରଚନାତ୍ମକ କାମକୁ ଦୁରୂପୋଯୋଗ କରିଛି । କିନ୍ତୁ ମୁଁ ସ୍ପଷ୍ଟ କରୁଛି ମୁଁ ସେଭଳି ଗୁଜବର ସମର୍ଥନ କରୁନି । ମୋତେ ଏଥିପାଇଁ ଦାୟୀ କରାଯାଉଛି ।

ହେଲେ ମୋ ପାଇଁ ଜରୁରୀ ମୋର ରଚନାତ୍ମକ ବା କ୍ରିଏଟିଭ କାମର କୌଣସି ଦୁରୂପୋଯୋଗ ନ ହେବା ଦରକାର । ଅନ୍ୟ ଜଣେ ୟୁଜର୍ସ ପୋଷ୍ଟ କରି ଲେଖିଛନ୍ତି ମୋ ବନ୍ଧୁ ରଘୂନ ମୂର୍ତ୍ତି ଦ୍ଵାର ଏକା ଏକ ରଚନାତ୍ମକ କାମ । କିନ୍ତୁ ବାସ୍ତବରେ ଏହି ଫୋଟୋ କରିବାର କିଛି ଉଦ୍ଦେଶ୍ୟ ନାହିଁ । ଏଣୁ ଏହାକୁ ନେଇ କେହି ଗୁଜବ ପ୍ରଚାର କରନ୍ତିନି । ପ୍ରକୃତରେ ଏହି 500 ଟଙ୍କିଆ ନୋଟକୁ ଡିଜିଟାଲ ରୂପ ଦିଆଯାଇଛି । ରିଜର୍ଭ ବ୍ଯାଙ୍କ ଦ୍ଵାରା ଏଭଳି ନୋଟ ଜାରି କରାଯିବା କଥା ଗୁଜବ ଅଟେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।