2027 ବିଶ୍ଵକପ ଖେଳିବେ କି ନାହିଁ ବିରାଟ କୋହଲି ଏ ନେଇ ଭାରତର ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ଦେଲେ ବଡ ବୟାନ…

ନମସ୍କାର ବନ୍ଧୁଗଣ । 2023 ବିଶ୍ଵକପ ରେ ବିରାଟ କୋହଲି ଙ୍କର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । 3ଟି ଶତକ ଓ 6ଟି ଅର୍ଦ୍ଧ ଶତକ ହାସଲ କରି ବିଶ୍ଵକପର ସର୍ବାଧିକ ରନ ସ୍କୋରର ସାଜିଥିଲେ ବିରାଟ । ବିଶ୍ଵକପ ଇତିହାସରେ ଗୋଟେ ସଂସ୍କାର ରେ 765 ରନ ହାସଲ ଅଋ କୋହଲି ନିଜ ନାଁ ରେ ନୂଆ ରେକର୍ଡ ହାସଲ କରିଥିଲେ । 2023 ବିଶ୍ଵକପର ପ୍ଲେୟର ଅଫ ଦ ଟୁର୍ଣ୍ଣା ମେଣ୍ଟ ଟାଇଟେଲ ମଧ୍ୟ ହାତେଇଛନ୍ତି କୋହଲି ।

ଏହା ପରେ ବି ଭାରତର 2023 ବିଶ୍ଵକପ ଜିତିବାର ସ୍ଵପ୍ନ ଅଧାରେ ରହିଗଲା । କାରଣ ମାତ୍ର 6 ୱିକେଟ ରେ ଭାରତକୁ ମାତ ଦେଇ ବିଶ୍ଵକାପ ହାତେଇଥିଲା କଙ୍ଗାରୁ ଦଳ । ଦମଦାର ପ୍ରଦର୍ଶନ ପରେ ବି 2027 ବିଶ୍ଵକପ ରେ ବିରାଟ ମଇଦାନ କୁ ଓଲହାଇବେ କି ନାହିଁ ତାହାକୁ ନେଇ ଏବେ ଠାରୁ ଚର୍ଚ୍ଚା ଆରମ୍ଭ ହେଲାଣି । କାରଣ କୋହଲି ଙ୍କ ବୟସ ଏବେ 35 ବର୍ଷ । 2027 ବିଶ୍ଵକପ ବେଳକୁ ତାଙ୍କୁ 39 ବର୍ଷ ହୋଇଥିବ ।

ତେଣୁ 39 ବର୍ଷ ବୟସରେ କୋହଲି ଟିମ ଇଣ୍ଡିଆରେ ନିଜର ସ୍ଥାନ ବଜାୟ ରଖିପାରିବେ କି ନାହିଁ ତାହା ସବୁଠାରୁ ବଡ ପ୍ରଶ୍ନ ଏବେ ଉଠିବାରେ ଲାଗିଛି । କୋହଲିଙ୍କ ଆଗାମୀ କ୍ରିକେଟର କ୍ଯାରିୟରକୁ ନେଇ ବଡ ବୟାନ ଦେଇଛନ୍ତି କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର । କୋହଲିଙ୍କର 50ତମ ଶତକ ହାସଲ କୁ ନେଇ ସଚିନ କହିଛନ୍ତି “ବିରାଟଙ୍କୁ ମୁଁ ସେବେ ଠାରୁ ଜାଣିଛି ଯେବେ ସେ ଭାରତୀୟ ଦଳରେ ସ୍ଥାନ ପାଇ ନ ଥିଲେ ।

ମୁଁ ବହୁତ ଖୁସି ଯେ ମୁଁ ବିରାଟଙ୍କର ଦିନିକିଆରେ 50 ତମ ଶତକ ପୁରା ହୋଇଛି  କିନ୍ତୁ ଏବେ କୋହଲିଙ୍କ ବ୍ୟାଟ ଅଟକିବା କଥା ନୁହେଁ । କାରଣ ଯେବେବି ତାଙ୍କ ଆଖରେ ଅନେକ ଖେଳ ବାକି ଅଛି । କୋହଲିଙ୍କ ଥରେ ଏବେ ବି ରନ ସଂଗ୍ରହ ସହ ଶତକ ହାସଲ କରିବାର କ୍ଷମତା ରହିଛି । ଶତକ ରେକର୍ଡ ଭାରତରେ ରହିଲା । ସେଥିପାଇଁ ମୁଁ ବହୁତ ଖୁସି” ।

ଦିନିକିଆ କ୍ରିକେଟ ରେ ସଚିନ 49ଟି ଶତକ ହାସଲ କରିଥିବା ବେଳେ କୋହଲି ଚଳିତ ବିଶ୍ଵକପରେ ଶତକ ହାସଲ ସହ ଦିନିକିଆ ରେ 50ତମ ଶତକ ହାସଲ କରିଛନ୍ତି । 35 ବର୍ଷରେ ପାଦ ଦେଇଥିଲେ ମଧ୍ୟ ବିରାଟ ଟିମ ଇଣ୍ଡିଆର ଫିଟ ଖେଳାଳୀ ଭାବେ ପରିଚିତ । ବିରାଟଙ୍କ ଫିଟନେସ ଅନ୍ୟ ଖେଳାଳୀଙ୍କ ପାଇଁ ପ୍ରେରଣା ସାଜିଛି । ଏଭଳି ସ୍ଥଳେ 2027 ବିଶ୍ଵକପ ଖେଳିବା କୋହଲିଙ୍କ ପାଇଁ ଏତେ କଷ୍ଟକର ହେବନି ।

କାରଣ ରନ ହାସଲ ସହ କୋହଲି ନିଜର ଫିଟନେସ କୁ ଅଧିକ ଗୁରୁତ୍ଵ ଦେଇଥାନ୍ତି । ଟି-20 ଦଳକୁ କୋହଲି ଫେରିବେ କି ନାହିଁ ତାହା ଏବେ ସନ୍ଦେହରେ ରହିଛି । ବିଶ୍ଵକପ ପରେ ଅଷ୍ଟ୍ରେଲିୟା ବିପକ୍ଷରେ ଭାରତ ଖେଳୁଥିବା ଟି-20 ସିରିଜରୁ ରୋହିତ ଓ ବିରାଟଙ୍କ ଭଳି ବଡ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।