2024 IPL ନିଲାମି ପୂର୍ବରୁ ଅଦଳବଦଳ ହୋଇପାରନ୍ତି ଖେଳାଳି ? କଣ ମୁମ୍ବାଇ ଇଣ୍ଡିଆନ୍ସ ଛାଡିବେ କି ରୋହିତ ଶର୍ମା ?

ରୋହିତ ଶର୍ମା ବଦଳାଇ ପାରନ୍ତି ଆଇପିଏଲ ଟିମ । ଆସନ୍ତୁ ଜାଣିବା ଆଇପିଏଲ ଟ୍ରେଡ ୱିଣ୍ଡୋର ନିୟମ କଣ ରହିଛି । ବିଶ୍ଵକପ 2023 ସେସ ହେବା ପରେ ଏବେ ଆଇପିଏଲ କୁ ନେଇ ଆସିଛି ବଡ ଖବର । ଆସନ୍ତା ଡିସେମ୍ବର 19 ରେ ହୋଇପାରେ ଆଇପିଏଲ ନିଲାମି । ଚଳିତ ଥର ଦୁବାଇ ରେ ହେବେ ଏହି ନିଲାମି । ନିଲାମି ପୂର୍ବରୁ ଖୋଲିଛି ଟ୍ରେଡିଙ୍ଗ ୱିଣ୍ଡୋର ବା ଟ୍ରାନ୍ସଫର ୱିଣ୍ଡୋ । ଏହା ଦ୍ଵାରା ଫ୍ରାଞ୍ଚାଇଚ ନିଜ ଭିତରେ ଆଲୋଚନା କରି ମନ ପସନ୍ଦର ଖେଳାଳିଙ୍କୁ ଟ୍ରେଡ କରି ପାରିବେ ।

ଏଥିପାଇଁ ଫ୍ରାଞ୍ଚାଇଚ ଙ୍କୁ ଖେଳାଳିଙ୍କ ଠାରୁ ଅନୁମତି ନେବାକୁ ହେବ । 2024 ଆଇପିଏଲ ନିଲାମି ଆରମ୍ଭ ପୂର୍ବରୁ ସବୁଠୁ ବଡ ଟ୍ରେଡ ହୋଇପାରେ । ଏହି ଟ୍ରେଡ ଗୁଜୁରାଟ ଟାଇଟନ, ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇପାରେ । ଗୁଜୁରାଟ ଟାଇଟନ ର ଅଧିନାୟକ ହାର୍ଦ୍ଦିକ ପାଣ୍ଡିୟା ଓ ମୁମ୍ବାଇ ଇଣ୍ଡିଆନ୍ସ ର ଅଧିନାୟକ ରୋହିତ ଶର୍ମା କୁ ନେଇ ଏହି ଟ୍ରେଡ ହେବାର ସମ୍ଭାବନା ରହିଛି ।

ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସ ରେ ଯୋଗ ଦେଇ ପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ସେହିପରି ରୋହିତ ଶର୍ମା ଗୁଜୁରାଟ ଟିମ ରେ ସାମିଲ ହୋଇପାରନ୍ତି । ଯଦି ଟ୍ରେଡ ସଫଳ ହୁଏ ତେବେ ଉଭୟ ଦଳର ଅଧିନାୟକ ଅଦଳବଦଳ ହୋଇ ପାରନ୍ତି । ରୋହିତଙ୍କ ନେତୃତ୍ଵ ମୁମ୍ବାଇ ସର୍ବାଧିକ 5 ଥର ଆଇପିଏଲ ଜିତିଥିବା ବେଳେ ହାର୍ଦ୍ଦିକ ଙ୍କ ନେତୃତ୍ଵ ରେ ପ୍ରଥମର ଗୁଜୁରାଟ ଆଇପିଏଲ ଚାମ୍ପିୟନ ହୋଇଛି ।

ଏହି ଖବର କେତେ ଦୂର ସତ୍ୟ ତାହା ସ୍ପଷ୍ଟ ହୋଇ ନାହିଁ । କିନ୍ତୁ କ୍ରିକେଟ ପ୍ରେମୀ ଏହାକୁ ଗୁଜବ ବୋଲି କହୁଛନ୍ତି । ଏପରିକି ରୋହିତ ଙ୍କୁ ମୁମ୍ବାଇ କୌଣସି ସ୍ଥିତିରେ ରେଡ କରିବାକୁ ଛାଡିବ ନାହିଁ ବୋଲି ମୁମ୍ବାଇ ଇଣ୍ଡିଆନ୍ସ ର ଫ୍ୟାନ୍ସ ମାନେ କହିଛନ୍ତି । ନିଲାମି ପୂର୍ବରୁ 2ଟି ଟ୍ରେଡ ସଫଳ ମଧ୍ୟ ହୋଇଛି । ନଭେମ୍ବର 3 ରେ 2024 ଆଇପିଏଲ ସିଜିନର ପ୍ରଥମ ଖେଳାଳି ଭାବେ ରୋମାରିଓ ସେପୋଟ ଟ୍ରେଡ ହୋଇଥିଲେ ।

ଲକ୍ଷ୍ନୌ ସୁପର ଚାଣ୍ଟ ଦଳରେ ଥିବା ସେପୋଟ ଙ୍କୁ 50 ଲକ୍ଷ ଟଙ୍କାରେ ମୁମ୍ବାଇ ନିଜ ଦଳରେ ସାମିଲ କରିଛି । ସେହିପରି ଦ୍ଵିତୀୟ ଟ୍ରେଡରେ ରାଜସ୍ଥାନ ରୟାଲର୍ଷ ଲକ୍ଷ୍ନୌ ସୁପର ଚାଣ୍ଡ ମଧ୍ୟରେ ସଫଳ ହୋଇଛି । ରାଜସ୍ଥାନୀ ରୟାଲର୍ସ ବାମ ହାତି ବ୍ୟାଟର ଦେବଦତ୍ତ ଙ୍କ ବଦଳରେ ଲକ୍ଷ୍ନୌ ର ଆବେଶ କାନ୍ତ ଙ୍କୁ ଦଳରେ ସାମିଲ କରିଛି । ଉଭୟ ଫ୍ରାଞ୍ଚାଇଚ ମଞ୍ଜୁରୀ ଦେଇଥିବା ବେଳେ ବିଶିଶି ମଧ୍ୟ ଏଥିରେ ମୋହର ମାରିଛି ।

2022 ମହା ନିଲାମିରେ ଆବେଶ କାନ୍ତଙ୍କୁ 10 କୋଟିରେ କିଣିଥିଲା ଲଖାନୁ । ସେହିପରି ଦେବଦତ୍ତ ଙ୍କୁ 7 କୋଟି 75 ଲକ୍ଷରେ ଦଳରେ ସାମିଲ କରିଥିଲା ରାଜସ୍ଥାନ । ଉଭୟ ଖେଳାଳି ନୁ ନିଲାମି ପୂର୍ବରୁ ଟ୍ରେଡ କରି ସଫଳ ହୋଇଛନ୍ତି ଫ୍ରାଞ୍ଚାଇଚ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।