ବର୍ଷ 2022 ରେ ଲାଗିବାକୁ ଯାଉଛି 4ଟି ଗ୍ରହଣ 2ଟି ଚନ୍ଦ୍ର 2ଟି ସୂର୍ଯ୍ୟ ! ଦେଖନ୍ତୁ ଓଡିଶାରେ କେଉଁ କେଉଁ ଗ୍ରହଣ ହେବ ପାଳନ…

ବର୍ଷ ୨୦୨୨ ରେ ଦୁଇଟି ଆଂଶିକ ସୂର୍ଯ୍ୟପରାଗ ଓ ଦୁଇଟି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ତେବେ ଏହି ଚାରୋଟି ଗ୍ରହଣ କେତେ ଭୟଙ୍କର ରହିବ ଓ ଏହା ଭାରତରେ ଏହାର ପ୍ରଭାବ କେତେ ରହିବ ସେନେଇ ଆମେ ଆଜି ଆପଣଙ୍କୁ ସୂଚିତ କରିବାକୁ ଯାଉଛୁ । ଏହାସହ ଚାରୋଟି ଯାକ ଗ୍ରହଣ ସମୟରେ ସୂତକ କାଳ ଓ ଦେବା ନୀତି ମାନ୍ୟ ହେବ କି ନାହିଁ ଏବଂ କେତେ ଠାରୁ କେତେ ପର୍ଯ୍ୟନ୍ତ ଲାଗୁ ହେବ ତାହା ମଧ୍ୟ ଜଣାଇବାକୁ ଯାଉଛୁ । ଚାଲନ୍ତୁ ଆରମ୍ଭ କରିବା ।

ଚଳିତ ବର୍ଷ ଭାରତରେ ମାତ୍ର ଦୁଇଟି ସୂର୍ଯ୍ୟପରାଗ ରହିଛି ଓ କୌଣସି ପୂର୍ଣ୍ଣ ସୂର୍ଯ୍ୟପରାଗ ଲାଗିବ ନାହିଁ । ପ୍ରଥମ ସୂର୍ଯ୍ୟପରାଗଟି ୩୦ ଏପ୍ରିଲ ଗୁରୁବାର ଦିନ ଲାଗିବାକୁ ଯାଉଛି । କିନ୍ତୁ ଏହି ଆଂଶିକ ସୂର୍ଯ୍ୟପରାଗଟି ଭାରତରେ ଦେଖାଯିବ ନାହିଁ । କିନ୍ତୁ ଏହି ପରାଗ ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର, ଆଣ୍ଟାର୍କଟିକାର ଦକ୍ଷିଣ ଭାଗରେ ଦେଖାଦେବ । ଭାରତୀୟ ସମୟ ଅନୁସାରେ ଏହି ଗ୍ରହଣ ରାତି ୧୨ଟାରୁ ଆରମ୍ଭ ହୋଇ ସକାଳ ୪ଟା ୭ମିନିଟରେ ଶେଷ ହେବ ।

ସେହିପରି ୨୫ ଅକ୍ଟୋବର ମଙ୍ଗଳବାର ଦିନ ଦ୍ଵିତୀୟ ସୂର୍ଯ୍ୟପରାଗ ଦେଖାଦେବ । ଦୀପାବଳି ଠିକ ପରଦିନ ଲାଗିବାକୁ ଯାଉଥିବା ଏହି ପରାଗଟି ଭାରତରେ ଦେଖାଦେବ । ଏହି ଆଂଶିକ ପରାଗର ନିୟମ ସବୁ ପାଳିତ ହେବ । ଏହି ପରାଗ ଉତ୍ତର ଓ ଦକ୍ଷିଣ ଆମେରିକା, ୟୁରୋପ, ଏସିଆ, ଆଣ୍ଟାର୍କଟିକା ମହାସାଗରରେ ଦେଖାଦେବ । ସମୟ ଅନୁସାରେ ଏହା ଭାରତ ତଥା ଓଡିଶାରେ ଦେଖାଦେବ ଓ ମାନ୍ୟ ହେବ । ଏହି ପରାଗ ଦିନ ୨ଟା ୨୮ମିନିଟରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୩୨ମିନିଟରେ ଶେଷ ହେବ ।

ତେବେ ଏହି ଗ୍ରହଣ ଭାରତ ଏବଂ ଓଡିଶାରେ ଦେଖାଦେବା ହେତୁ ଦେବନୀତି ନିଷେଧ ରହିବ ଓ ପାକ ନୀତି ମଧ୍ୟ ନିଷେଧ ରହିବ । ୨୪ ଅକ୍ଟୋବର ରାତ୍ର ୨ଟା ୨୮ମିନିଟ ଠାରୁ ୨୫ ଅକ୍ଟୋବର ସନ୍ଧ୍ୟା ୬ଟା ୩୩ମିନିଟ ପର୍ଯ୍ୟନ୍ତ ଦେବନୀତି ଓ ପାକ ନୀତି ନିଷେଧ ରହିବ । ତେବେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମେ ୧୬ ସୋମବାର ଦିନ ଲାଗିବାକୁ ଯାଉଛି । ଏହା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହୋଇଥିଲେ ଏହା ସକାଳେ ଆରମ୍ଭ ହୋଇ ସକାଳେ ଶେଷ ହେଉଥିବା ହେତୁ ଏହା ଭାରତରେ ଦେଖାଦେବ ନାହିଁ, ତେଣୁ ସୂତକ କାଳ ମଧ୍ୟ ମାନ୍ୟ ହେବନାହିଁ ।

ଗ୍ରହଣ ଲାଗିବା ସମୟ ହେଉଛି ସକାଳ ୭ଟା ୫୭ ରୁ ୧୧ଟା ୨୫ମିନିଟ । ଏହି ଗ୍ରହଣ ପଶ୍ଚିମ ୟୁରୋପ, ଆଫ୍ରିକା, ଦକ୍ଷିଣ ଆମେରିକା, ଆଟଲାଣ୍ଟିକ ଏହିସବୁ ସ୍ଥାନରେ ଦେଖାଦେବ । ଏ ବର୍ଷର ଶେଷ ବା ଦ୍ଵିତୀୟ ଗ୍ରହଣ ଲାଗିବାକୁ ଯାଉଛି ୮ ନଭେମ୍ବର ମଙ୍ଗଳବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ।

ଏହି ଗ୍ରହଣ ଭାରତ ଏବଂ ଓଡିଶାରେ ଦୃଶ୍ୟମାନ ହେବ ଓ ଖୁବ ଭୟଙ୍କର ରହିବ । ଏହି ଚନ୍ଦ୍ରଗ୍ରହଣ ଦିନରେ ଆରମ୍ଭ ହୋଇ ଚନ୍ଦ୍ର ଉଦୟ ହେବା ପୂର୍ବରୁ ଶେଷ ହୋଇଯିବ । କିନ୍ତୁ ସମସ୍ତ ଧାର୍ମିକ ନୀତି ଓ ପାକ କାର୍ଯ୍ୟ ବନ୍ଦ ରହିବ । ଏହି ଗ୍ରହଣ ଦିନ ୨ଟା ୩୮ମିନିଟରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୨୮ମିନିଟରେ ଶେଷ ହେବ ଓ ସୂତକ କାଳ ମଧ୍ୟ ଏହି ସମୟରେ ହିଁ ଲାଗିବ । ଏହାପରେ ଆପଣ ସ୍ନାନ କରି ଦେବନୀତି ଓ ପାକ କରିପାରିବେ ।ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।