ସାରା ବିଶ୍ଵ ପାଇଁ ଏବେ ସବୁଠୁ ବଡ ଶତୃ ସାଜିଛି କରୋନା ଭାଇରସ । କରୋନାର ସମ୍ବନ୍ଧ ଏକ ଏମିତି ଭାଇରସ ପରିବାର ସହିତ ଅଟେ, ଯାହାର ସଂକ୍ରମଣରେ ଥଣ୍ଡା, ଜ୍ଵର ଓ ନିଶ୍ଵାସ ପ୍ରଶ୍ବାସରେ ସମସ୍ଯା ଦେଖା ଦେଇଥାଏ । ଏହି ଭାଇରସକୁ ପୂର୍ବରୁ କେବେ ବି ଦେଖା ଯାଇ ନଥିଲା । ଏହି ଭାଇରସର ସଂକ୍ରମଣ ଡିସେମ୍ବରରେ ଚୀନର ଊହାନ ସହରରୁ ଆରମ୍ଭ ହୋଇଥିଲା । ଏବେ ଏହା ସାରା ବିଶ୍ଵ ପାଇଁ ସଙ୍କଟ ସାଜିଛି । ଏ ପର୍ଯ୍ୟନ୍ତ ଏହି ଭାଇରସର ସଂକ୍ରମଣକୁ ଅଟକାଇବା ପାଇଁ କୌଣସି ଟୀକା ବାହାରି ନାହିଁ । ଏହି ଭାଇରସକୁ ବ୍ୟାପିବାରୁ ଅଟକାଇବାକୁ ହେଲେ ଏହାର ଲକ୍ଷଣକୁ ଜାଣି ସତର୍କ ରହିବା ଆବଶ୍ୟକ ।
ଏହି କାରଣରୁ ଭାରତର ପାଖାପାଖି ସମସ୍ତ ରାଜ୍ୟରେ ଲକଡାଉନ ଲାଗୁ କରାଯାଇଛି । କିନ୍ତୁ କରୋନା ଭାଇରସକୁ ବ୍ୟାପିବାରୁ ଅଟକାଇବା ପାଇଁ ଉଠାଯାଇଥିବା ଏହି ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ । ଏଥିପାଇଁ କରୋନା ପଜିଟିଭ ଲୋକଙ୍କୁ ଖୋଜି ବାହାର କରିବା ଉଚିତ, ଏମାନଙ୍କ ସଂସ୍ପର୍ଶରେ ମଧ୍ୟ ଯେଉଁମାନେ ଆସୁଛନ୍ତି ସେମାନଙ୍କୁ ମଧ୍ୟ ଖୋଜି ବାହାର କରାଯିବା ଦରକାର । ଯାହାଫଳରେ ସେମାନଙ୍କୁ ଆଇସୋଲେଟ କରି ଭାଇରସ ସ୍ପ୍ରେଡକୁ ରୋକାଯାଇ ପାରିବ । ବିଶେଷଜ୍ଞମାନଙ୍କର ମାନିବା ଅଟେ କି କରୋନା ଭାଇରସରେ ସଂକ୍ରମିତ ହେଉଥିବା ପ୍ରତି ୧୦୦୦ ଲୋକଙ୍କ ମଧ୍ୟରୁ ୯ ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି । ଏ ପର୍ଯ୍ୟନ୍ତ ଏହି ଭାଇରସ ଦ୍ଵାରା ବୃଦ୍ଧ ଲୋକଙ୍କର ମୃତ୍ୟୁହାର ସବୁଠୁ ଅଧିକ ଅଟେ ।
ଭାରତ ଅପଡେଟ – ୨ ଏପ୍ରିଲ ଦିନ ୧୨ : ୧୫ ପର୍ଯ୍ୟନ୍ତ
କରୋନାଭାଇରସ ସଂକ୍ରମଣ: ୨୦୯୪
ମୃତ୍ୟୁ: ୫୭
ଭଲ ହୋଇ ସାରିଛନ୍ତି: ୧୭୧
ସୌଜନ୍ଯ – ଇଣ୍ଡିଆ କୋଭିଡ-19 ଟ୍ରାକର ORG
ଓଡିଶା ଅପଡେଟ
କରୋନାଭାଇରସ ସଂକ୍ରମଣ: ୫
ମୃତ୍ୟୁ: ୦
ଭଲ ହୋଇ ସାରିଛନ୍ତି: ୧

କରୋନାଭାଇରସ ସଂକ୍ରମଣ: ୯,୩୬,୮୨୯ (ୱାର୍ଲ୍ଡ ୱାଇଡ)
ମୃତ୍ୟୁ: ୪୭,୨୬୩
ସୁସ୍ଥ ହେଇ ସାରିଲେଣି: ୧,୯୪,୬୦୪
ଟୋଟାଲ ଆକ୍ଟିଭ କେସ: ୬,୯୪,୯୬୨
ନର୍ମାଲ କଣ୍ଡିସନ: ୬,୫୯,୧୯୨ ସିରିଅସ ବା କ୍ରିଟିକଲ: ୩୫,୭୭୦
| କ୍ରମିକ ସଂଖ୍ୟା | ଦେଶ | ସଂକ୍ରମିତ ରୋଗୀ ସଂଖ୍ୟା | ମୃତ | ସୁସ୍ଥ ହେଇ ସାରିଲେଣି |
| ୧ | ଆମେରିକା | ୨୧୫୩୪୪ | ୫୧୧୨ | ୮୮୭୮ |
| ୨ | ଇଟାଲୀ | ୧୧୦୫୭୪ | ୧୩୧୫୫ | ୧୬୮୪୭ |
| ୩ | ସ୍ପେନ | ୧୦୪୧୧୮ | ୯୩୮୭ | ୨୨୬୪୭ |
| ୪ | ଚୀନ | ୮୧୫୫୪ | ୩୩୧୨ | ୭୬୨୩୮ |
| ୫ | ଜର୍ମାନୀ | ୭୭୯୮୧ | ୯୩୧ | ୧୮୭୦୦ |
| ୬ | ଇରାନ | ୪୭୫୯୩ | ୩୦୩୬ | ୧୫୪୭୩ |
| ୭ | ବ୍ରିଟେନ | ୨୯୪୭୪ | ୨୩୫୨ | ୧୩୫ |
| ୮ | ସୁଇଜରଲ୍ୟାଣ୍ଡ | ୧୭୭୬୮ | ୪୮୮ | ୨୯୬୭ |
| ୯ | ବେଲଜିୟମ | ୧୩୯୬୪ | ୮୨୮ | ୨୧୩୨ |
| ୧୦ | ନେଦରଲ୍ୟାଣ୍ଡ | ୧୩୬୧୪ | ୧୧୭୩ | ୨୫୦ |
| ୧୧ | ଦକ୍ଷିଣ କୋରିୟା | ୯୯୭୬ | ୧୬୯ | ୫୮୨୮ |
| ୨୮ | ପାକିସ୍ତାନ | ୨୨୯୧ | ୩୧ | ୧୦୭ |
| ୩୮ | ଭାରତ | ୨୦୯୪ | ୫୭ | ୧୭୧ |
COVID-19 ବିଶ୍ୱ ମାନଚିତ୍ର ଟ୍ରାକର
