ମାତ୍ର 1 ମାସ ଭିତରେ ମହମ ଭଳି ତରଳିଯିବ ପେଟର ଚର୍ବି, ସଠିକ ଉପାୟରେ ପ୍ରୟୋଗ କରନ୍ତୁ ଏହି ସହଜ ଘରୋଇ ଉପଚାର (Weight loss tips)

ମୋଟାପଣ ଏପରି ଏକ ସମୟ ଯାହା ଶରୀରରେ ଅଧିକାଂଶ ରୋଗର କାରଣ ହୋଇଥାଏ । ତେଣୁ ମୋଟାପଣକୁ କମ୍ କରିବାକୁ ସମସ୍ତେ ଚେଷ୍ଟା କରିଥାଉ । ମୋଟାପଣକୁ ଘରୋଇ ଉପାୟରେ କମ୍ କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ବହୁ ପରିଚିତ ଉପଚାର ନେଇ ଆସିଛୁ । ପୂର୍ବରୁ ଆପଣ ଏହି ଉପଚାର ବିଷୟରେ ଜାଣିଥିଲେ ମଧ୍ୟ ଏହାର ସଠିକ ପ୍ରୟୋଗ ନ ଜାଣିବା ହେତୁ ଏହା କାମ ଦେଉନାହିଁ ବୋଲି ଆପଣ ଭାବିଥିବେ । ଏହି ଉପାୟରେ କେବଳ ଏକ ମାସ ମଧ୍ୟରେ ଆପଣ ନିଜ ମୋଟାପଣକୁ କମାଇ ପାରିବେ ।

ଲେମ୍ବୁ ଓ ମହୁର ପ୍ରୟୋଗ କରି ମୋଟାପଣ କମ୍ କରିହେବ ବୋଲି ପ୍ରାୟତଃ ସମସ୍ତେ ଜାଣିଛନ୍ତି । କିନ୍ତୁ ଏହାର ସଠିକ ପ୍ରୟୋଗ ନ ଜାଣିବା ହେତୁ ଏହା କାମ ଦେଇ ନଥାଏ । ତେଣେ ମୋଟାପଣ କମ୍ କରିବା ପାଇଁ ଏହି ଘରୋଇ ଉପଚାରର ସଠିକ ପ୍ରୟୋଗ ଜାଣିବା ଅତ୍ୟନ୍ତ ଜରୁରୀ । ମହୁ ମେଦକୁ କମ୍ କରିବାରେ ଚମତ୍କାରୀ ଔଷଧ ଭଳି କାମ କରିଥାଏ । ଏଥିପାଇଁ ସବୁବେଳେ ଚେଷ୍ଟା କରନ୍ତୁ କି ଅସଲି ମହୁ ସଂଗ୍ରହ କରିବା ପାଇଁ ।

ଆପଣ ଏହାକୁ କୌଣସି ଆୟୁର୍ବେଦିକ ଷ୍ଟୋରରୁ କିଣି ମଧ୍ୟ ବ୍ୟବହାର କରିପାରିବେ । ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣ ଏକ ଗ୍ଳାସରେ ଅଧ ଗ୍ଳାସ ନର୍ମାଲ ପାଣି ନିଅନ୍ତୁ ଓ ଏକ ଚାମୁଚ ମହୁ ନେଇ ସେହି ପାଣିରେ ଭଲ ଭାବେ ମିଶାଇ ଦିଅନ୍ତୁ । ଏହା ହୋଇଗଲା ଆପଣଙ୍କର ପ୍ରଥମ ଉପଚାର । ସକାଳୁ ଖାଲି ପେଟରେ ଆପଣ ଏହି ମହୁ ପାଣିର ସେବନ କରନ୍ତୁ ।

ଦେଖିବେ ଆପଣଙ୍କ ମୋଟାପଣ ସମସ୍ଯା କିଛି ଦିନ ମଧ୍ୟରେ ସଂପୂର୍ଣ୍ଣ ଭାବେ ଦୂର ହୋଇଯିବ । ଏହାସହ ଆଉ ଛୋଟିଆ ଉପଚାର ମଧ୍ୟ ରହିଛି । ଏଥିପାଇଁ ଆପଣ ଏକ ଗ୍ଳାସରେ ଅଧା ଗ୍ଳାସ ଉଷୁମ ପାଣି ନିଅନ୍ତି । ଏହାପରେ ଆପଣଙ୍କୁ ଲେମ୍ବୁର ଆବଶ୍ୟକତା ପଡିବ । ଆପଣ ଏଥିପାଇଁ ଫଳେ ଲେମ୍ବୁ ନିଅନ୍ତୁ ଓ ସେଥିରୁ ସବୁ ମଞ୍ଜି କାଢି ସେହି ଉଷୁମ ପାଣିରେ ମିଶାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ମୋଟାପଣ କମ୍ କରିବା ପାଇଁ ଘରୋଇ ଉପଚାର ।

ଏହାକୁ ସଠିକ ଉପାୟରେ ସେବନ କରିବା ଅତ୍ୟନ୍ତ ଜରୁରୀ । ତେଣୁ ଆପଣ ସକାଳେ ଏବଂ ରାତିରେ ଭୋଜନ କରି ସାରିବା ପରେ ଏହି ଉଷୁମ ଲେମ୍ବୁ ପାଣିର ସେବନ କରନ୍ତୁ । ଏହିପରି କିଛି ଦିନ ଯାଏଁ ସେବନ କରନ୍ତୁ ଦେଖିବେ ଆପଣଙ୍କ ଶରୀରରୁ ମେଦ କମ୍ ହୋଇଯିବ ।

ଏହା ସେବନ କରିବା ସହ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଅଧିକ ଚର୍ବିଯୁକ୍ତ ଖାଦ୍ଯ ଏବଂ ବଜାରରରେ ମିଳୁଥିବା ଜଙ୍କ ଫୁଡ୍ ଠାରୁ ଦୂରେଇ ରୁହନ୍ତୁ । ଏହାସହ ପ୍ରତିଦିନ ଅଳ୍ପ ସମୟ ବ୍ୟାୟମ ମଧ୍ୟ କରନ୍ତୁ । ଦେଖିବେ କିଛି ଦିନ ଭିତରେ ଆପଣଙ୍କ ମୋଟାପଣ ଗାୟବ ହୋଇଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।