ଆଜି ଆମେ ଆପଣଙ୍କୁ ଏଭଳି ଏକ ଚମତ୍କାର ଘରୋଇ ଉପଚାର ବନେଇବା ଶିଖାଇବୁ ଯାହା ଆପଣଙ୍କ ପାଇଁ ଖୁବ ଲାଭଦାୟକ ସାବ୍ୟସ୍ତ ହେବ । ଏହି ରିମେଡି ଆପଣଙ୍କୁ ବିଭିନ୍ନ ପ୍ରକାରର ରୋଗରୁ ରକ୍ଷା କରିବ । ଯେପରିକି ଡାଇବେଟିସ, ଜଏଣ୍ଟ ସମସ୍ଯା, ହାର୍ଟ ସମସ୍ଯା, ହଜମ ସମସ୍ଯା ରକ୍ତର ଅଭାବ ଭଳି ସମସ୍ଯାକୁ ମଧ୍ୟ ଠିକ କରିବା । ତେବେ ଏହି ଘରୋଇ ଉପଚାରକୁ କେମିତି ପ୍ରସ୍ତୁତ କରିବେ ଓ ଏହାର ସେବନ କିପରି କରିବେ ଆସନ୍ତୁ ଜାଣିବା ।
ଏହି ଘରୋଇ ଉପଚାରକୁ ବନେଇବାକୁ ହେଲେ ଆପଣଙ୍କୁ ଯେଉଁ ସମହରି ଆବଶ୍ୟକ ତାହା ଆପଣଙ୍କୁ ଖୁବ ସହଜରେ ମିଳିଯିବ । ଏହି ଉପଚାର ପାଇଁ ଆବଶ୍ୟକ ପ୍ରଥମ ସାମଗ୍ରୀଟି ହେଉଛି ଗିଲୋୟ, ଦ୍ଵିତୀୟରେ ଡାଲଚିନି, ତୃତୀୟରେ, ହଳଦୀ ଏବଂ ଚତୁର୍ଥରେ ଗୋଲମରିଚ । ଗିଲୋୟ ଆମ ରୋଗ ପ୍ରତିରୋଧକକୁ ବୃଦ୍ଧି କରିବାରେ ଚମତ୍କାରୀ ଔଷଧ ଭାବେ କାମ କରିଥାଏ । ଏଥିରେ ପ୍ରଚୁର ପରିମାଣରେ ଆଣ୍ଟି-ଅକ୍ସିଡାଣ୍ଟ ଥାଏ ଓ ଆଣ୍ଟି ଇନଫ୍ଲେମେଟୋରି ଗୁଣ ମଧ୍ୟ ରହିଥାଏ ।
ଏହା ଆମ ରକ୍ତରୁ ଟକ୍ସିନ ସଫା କରିବା ସହ ଶରୀରର ଫୁଲା କମ୍ କରିଥାଏ ଓ କଷ୍ଟ ନିବାରକ ମଧ୍ୟ ହୋଇଥାଏ । ଗିଲୋୟ ଆମ ହଜମକ୍ରିୟାକୁ ବଢେଇବା ସହ ଲିଭର ଜନିତ ସମସ୍ଯାରେ ଫାଇଦା ଦେଇଥାଏ । ଡାଇବେଟିସ ରୋଗୀଙ୍କ ପାଇଁ ଗିଲୋୟ ଚମତ୍କାରୀ ଭାବେ କାମ କରିଥାଏ ଓ କ୍ୟାନ୍ସର ଭଳି ସମସ୍ଯାକୁ ମଧ୍ୟ ଭଲ କରିଥାଏ ।
ଡାଲଚିନିର ପ୍ରୟୋଗ ଦ୍ଵାରା ମଧ୍ୟ ଆମକୁ ଅନେକ ସ୍ୱାସ୍ଥ୍ୟଜନିତ ଲାଭ ମିଳିଥାଏ । ଏହା ମଧ୍ୟ ଆମ ଶରୀରରୁ ଟକ୍ସିନକୁ କାଢିଥାଏ ଓ ହାର୍ଟର ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ଶିର ବ୍ଲକେଜ ଖୋଲିବା ସହ ବ୍ଲଡ଼ସୁଗାର ଓ କୋଲେଷ୍ଟ୍ରୋଲକୁ କଣ୍ଟ୍ରୋଲ କରିଥାଏ । ସେହିପରି ହଳଦୀ ମଧ୍ୟ ଅନେକ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଅଟେ । ଏହା ଆଣ୍ଠୁଗଣ୍ଠି ବିନ୍ଧାରେ ଆରାମ ଦେଇଥାଏ ଏବଂ ଆମ ରକ୍ତ ପରିଷ୍କାର କରିବାରେ ମଧ୍ୟ କାମ କରିଥାଏ ।
ହଳଦୀ ଆମ ଲିଭରକୁ ସୁସ୍ଥ ରଖିବା ସହ ଲିଭର ଫ୍ୟାଟକୁ ତରଳାଇବା କାମ କରିଥାଏ । ଏହି ରିମେଡିରେ ଗୋଲମରିଚ ପ୍ରୟୋଗ ଦ୍ଵାରା ଏହା ଅନ୍ୟ ସମସ୍ତ ସାମଗ୍ରୀର ଔଷଧୀୟ ଗୁଣକୁ ଆହୁରି ବଢେଇ ଦିଏ । ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଏକ ପାତ୍ରରେ ପାଣି ଗରମ କରନ୍ତୁ ଓ ସେଥିରେ ଗିଲୋୟ ଖଣ୍ଡ କିମ୍ବା 1 ଚାମୁଚ ଗିଲୋୟ ପାଉଡର ପକାନ୍ତୁ ।
ଏହାପରେ ସେଥିରେ ଏକ ଚତୁର୍ଥାଂଶ ଡାଲଚିନି ଗୁଣ୍ଡ ଓ ଏକ ଚତୁର୍ଥାଂଶ ହଳଦୀ ଗୁଣ୍ଡ ପକାନ୍ତୁ । ଏହାପରେ ଦୁଇଟି ଗୋଲମରିଚକୁ ଗୁଣ୍ଡ କରି ସେଥିରେ ମିଶାଇ ଦିଅନ୍ତୁ । ଏହା ଭଲଭାବେ ଫୁଟିବା ପରେ ଏକ କପ୍ କୁ ଛାଣି ନିଅନ୍ତୁ ଓ ଉଷୁମ ଥିବା ଅବସ୍ଥାରେ ସେବନ କରନ୍ତୁ ।
ମନେରଖନ୍ତୁ ଖାଇବାର ତୁରନ୍ତ ପରେ ଏହାର ସେବନ କରିବେ ନାହିଁ । ଖାଇବାର ଏକରୁ ଦେଢ ଘଣ୍ଟା ପରେ ଏହାକୁ ସେବନ କରିପାରିବେ । ଦିନର ଯେକୌଣସି ସମୟରେ ଆପଣ ଏହି ଉପଚାର ସେବନ କରିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।