ଆଜିର ରାଶିଫଳ, 4 ଏପ୍ରିଲ 2020, ଶନିବାର, ଶନିଦେବ ଙ୍କ କୃପାରୁ ଏହି ୫ଟି ରାଶି ଧନ ଲାଭ କରିବେ ଓ ଦୁଃଖ ଦୂର ହେବ

୧-ମେଷ

ବୃତ୍ତିଗତ ଦୃଷ୍ଟିରୁ ସ୍ଵାଭିମାନ ସୁରକ୍ଷିତ ରହିବା ଫଳରେ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ରାଜନୀତି କ୍ଷେତ୍ରରେ ନିଜ ସ୍ଵାର୍ଥକୁ ସର୍ବସ୍ଵ ମଣି ଅନ୍ୟମାନଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସାହାଯ୍ୟକରିବେ । ପରିବାରରେ ପଡୋଶୀ ଓ ଭ୍ରାତୃ ବିବାଦର ଆଶଙ୍କା ରହିଛି । ମହିଳାମାନେ ଚୋରୀ ଓ ପ୍ରତାରଣା ଯୋଗୁ କ୍ଷତିଗ୍ରସ୍ତ ହେବେ । ଛାତ୍ର-ଛାତ୍ରୀମାନେ ଅଧିକ ପରିଶ୍ରମ କରି ଲକ୍ଷ୍ୟ ସିଦ୍ଧି କରିବେ । ବ୍ୟବସାୟ କ୍ଷେତ୍ରରେ ନିଃସଙ୍ଗତା ଓ ଅସମାହିତ ସମସ୍ୟା ଦେଖାଦେବ ।

୨-ବୃଷ

ପ୍ରିୟଜନମାନେ ଆଗକୁ ବଢିବାରେ ସାହାଯ୍ୟ କରିବେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ । ନୂତନ କାର୍ଯ୍ୟଆରମ୍ଭ କରିପାରିବେ । ଯାନବାହାନ ଓ ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟରେ ଲାଭ ବାନହେବେ । ରାଜନୀତି କ୍ଷେତ୍ରରେ ଉଦ୍ୟମ ଓ ଦୃଢମନରେ ପରୋପକାର କରିବେ । ମହିଳାମାନେ ପରିବର୍ତ୍ତନଶୀଳ ଭାଗ୍ୟ ନେଇ ଜୀବନ ଶୈଳୀ ଗଢିବେ । ଛାତ୍ର ଛାତ୍ରୀ ମାନେ ବହୁ ଦିଗରୁ ଉପକୃତ ହେବେ । କର୍ମକ୍ଷେତ୍ରରେ ବାହ୍ୟ ପ୍ରତିପତ୍ତି ଉଣା ହେବ ନାହି । ପାରିବାରିକ ଜୀବନ ସୁଖରେ କାଟିବେ ।

୩-ମିଥୁନ

ଧୀର ସ୍ଵଭାବ, ସ୍ଥିରଚିତ୍ତ ଓ ଦୃଢ ବିଚାର ବଳରେ ବିଶେଷ ଉପକୃତ ହେବେ । କର୍ମକ୍ଷେତ୍ରରେ ମାଲିକ ସପକ୍ଷ ସଂଗଠନର ନେତୃତ୍ଵ ନେଇ କର୍ତ୍ତୁପକ୍ଷଙ୍କ ଶ୍ରଦ୍ଧାଭାଜନ ହେବେ । ଉଚ୍ଚଆଶା ସଫଳ ହେବ । ବିଚାର ବିଭାଗ ରାୟ ସପକ୍ଷରେ ଯିବ । ପରିବାରରେ ମାନ ମନାନ୍ତର ଦୂର ହେବ । ଟଙ୍କାର ଆବଶ୍ୟକତା ପୂରଣ ହେବ । ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବ । ଅଫିସର ଓ ଅଧିକାରୀ କାମରେ ପ୍ରସନ୍ନ ରହିବେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ ।

୪-କର୍କଟ

ବୈଷୟିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରି ଉଚ୍ଚମନ୍ୟତାର ଅଧିକାରୀ ହେବେ । ଛାତ୍ର-ଛାତ୍ରୀମାନଙ୍କର ପଢାପଢିରେ ମନ ଲାଗିବ ଓ ପରୀକ୍ଷାରେ କୃତକାର୍ଯ୍ୟ ହେବେ । କୌଣସି ଶିକ୍ଷା ଅନୁଷ୍ଠାନରେ ଯୋଗ ଦେବାର ସୁବିଧା ସୁଯୋଗ ଆସିବ । ମହିଳାମାନେ ଏକାକିତ୍ଵ ବୋଧର କୁହୁଳା ଅବଶୋଷରୁ ମୁକ୍ତ ହେବେ । ପିତ୍ତପ୍ରକୂପିତ ଉଦର ରୋଗର ଉପସର୍ଗ ଓ ସାମୟିକ ରକ୍ତଚାପ ବା ଶିରୋପୀଡା ଜନିତ ପୀଡାରୁ ମୁକ୍ତି ମିଳିବ ।

୫-ସିଂହ

ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । କର୍ମକ୍ଷେତ୍ରରେ ପଦୋନ୍ନତି ସହ ସୁଖ, ସମ୍ପତ୍ତି ଓ ସାହାଯ୍ୟ ପ୍ରାପ୍ତି ହେବ । ଗୃହବାହନ ପ୍ରାପ୍ତି ମିଷ୍ଟାନ ଭୋଜନ, ଉଚ୍ଚଆଶା ପୂରଣ ହେବ । ବାଦ-ବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ ଜୟଲାଭ ହେବ । ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ, ଉଚ୍ଚ ସମ୍ମାନ ପାଇବେ । ଶାରୀରିକ ପୀଡା, ମନର ଦୁଶ୍ଚିନ୍ତା ଦୂର ହୋଇଯିବ । ମହିଳାମାନେ ବୈଷୟିକ ବା ଧନ ସମୃଦ୍ଧିଯୁକ୍ତା ହେବେ ।

୬-କନ୍ୟା

ଦାମ୍ପତ୍ୟ ଜୀବନରେ ବିଶେଷ ସୁଖ ପ୍ରାପ୍ତି ହେବ । ସେନାନାୟକ ବା ପୁଲିସ ହାକିମ, ଅଥବା ପ୍ରଶାସକ ମାନଙ୍କର ଉନ୍ନତିହେବ । ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ । ଛାତ୍ର-ଛାତ୍ରୀମାନେ ପ୍ରତ୍ୟୁତ୍ମନ ମତିତା କାରଣରୁ ଖୁସି ଗପ ଓ ମଉଜ ମଜଲିସ୍ କରିବେ । ପାରିବାରିକ ପ୍ରତିରୋଧ କାମକୁ ଶୃଙ୍ଖଳିତ କରିବ । ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ । ସନ୍ତାନ ଯୋଗେ ଚିନ୍ତିତ ରହିବେ ।

୭-ତୁଳା

ବ୍ୟବସାୟରେ ନିଜ ସ୍ଥିତିର ପରିବର୍ତ୍ତନ ଘଟିବ ଓ ଉନ୍ନତି ହେବ । ମହିଳାମାନେ ଦୈବୀଶକ୍ତି ବଳରେ ବିପଦରୁ ରକ୍ଷା ପାଇପାରିବେ । କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟତା ଭାଗ୍ୟର ବିଡମ୍ବନା ହେବ । ରାଜନୀତି କ୍ଷେତ୍ରରେ ସ୍ଥଳ ବିଶେଷେ ସ୍ଥାନ ପରିବର୍ତ୍ତନ ଯୋଗେ ଅସନ୍ତୋଷର କାରଣ ହେବ । ଛାତ୍ର-ଛାତ୍ରୀମାନେ ପ୍ରତିଯୋଗିତା କ୍ଷେତ୍ରରେ ବହୁକଷ୍ଟରେ ଜୟଯୁକ୍ତ ହେବେ । ବନ୍ଧୁବାନ୍ଧବ ଦିଗରୁ ସ୍ଵାର୍ଥପ୍ରବଣତାର ଅଭିବୃଦ୍ଧି ଘଟିବ । ସାଧାରଣ ଭାବରେ ଦୀନଚର୍ଯ୍ୟା କରି ଚାଲିବେ ।

୮-ବିଚ୍ଛା

ଧର୍ମଦିଗରୁ ଦୂରେଇ ଯାଇ ବୈଷୟିକ-ଆସକ୍ତି ଦ୍ଵାରା ଜଡିତ ହେବେ । ଅନ୍ୟମାନଙ୍କପ୍ରତି ଉଦ୍ଦିଷ୍ଟ କର୍ତ୍ତବ୍ୟ-କର୍ମକୁ ପାସୋରି କେବଳ ନିଜକୁ ଦେଖିବେ । କର୍ମକ୍ଷେତ୍ରରେ ଜଞ୍ଜାଳ ଅଧିକ ମୁଣ୍ଡାଇ ବ୍ୟସ୍ତ ରହିବେ ଓ ଲକ୍ଷ୍ୟହାସଲ ହିଁ ମୂଳ ଆଭିମୁଖ୍ୟ ହେବ । ବିଦେଶ ଯାତ୍ରାରେ ଲାଭବାନ ହେବେ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ଅଧିକ ପରିଶ୍ରମ ତୁଳନାରେ ଅଧିକ ପାରିଶ୍ରମିକ ଆଦାୟର ପ୍ରଚେଷ୍ଟା ଚଳାଇବେ ।

୯-ଧନୁ

ବ୍ୟବସାୟୀମାନଙ୍କର ବ୍ୟକ୍ତିତ୍ୱର ପ୍ରଭାବ ବୃଦ୍ଧି ପାଇବାସହ ଲାଭବାନ ହେବେ । ଛାତ୍ର-ଛାତ୍ରୀମାନେ ପ୍ରତିଯୋଗିତାରେ ପ୍ରଶାସନସେବା ସଂବନ୍ଧିତ ପରୀକ୍ଷାରେ ଉତ୍ତୀର୍ଣ୍ଣହେବେ । ମହିଳାମାନେ କୌଣସିଥିରେ ଅଭିମାନ ନକଲେ ଦିନଟି ବେଶ ସୁଖରେ କାଟିବେ । ସନ୍ତାନମାନେ ସୁନାମ ଅର୍ଜନ କରିବେ । ରାଜନୈତିକ କ୍ଷେତ୍ରରେ ପଦ ପଦବୀ ଲାଭହେବ । ଘଣ୍ଟିକା ପାକସ୍ଥଳୀ, ମୂତ୍ରାଶୟ ଓ ଆମାଶୟ ରୋଗ ଦେଖାଦେଇ ପାରେ ।

୧୦-ମକର

କର୍ମକ୍ଷେତ୍ରରେ ସେବାୟତମାନଙ୍କ ଉପରେ କର୍ତ୍ତୃତ୍ଵ ବିସ୍ତାର କରି କାର୍ଯ୍ୟ ହାସଲ କରିବେ । ପରିବାର କ୍ଷେତ୍ରରେ ଗୁରୁଜନଙ୍କ ସ୍ନେହ-ସହାନୁଭୁତି ହାସଲରେ ସମର୍ଥ ହେବେ । ଯୁବତୀମାନେ ଆକସ୍ମିକ ଭାବରେ କୌଣସି ସୂତ୍ରରୁ ମୋଟା ଅର୍ଥ ପାଇଯିବେ । ପରୀକ୍ଷା ପ୍ରତିଯୋଗିତା, ବାଦ-ବିବାଦ ଓ ମାଲିମୋକଦ୍ଦମାରେ ସଫଳତା ମିଳିବ । କର୍ମସଂଧାନୀ ମାନେ କର୍ମ ନିଯୁକ୍ତି ପାଇବେ । ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ । ଋଣମୁକ୍ତି ହେବାପାଇଁ ଯୋଜନା ପ୍ରସ୍ତୁତ କରି ପାରିବେ ।

୧୧-କୁମ୍ଭ

ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ । ସାମାଜିକ ପତିଆରା ଅମଳିନ ରହିବ । ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ଦୂରେଇ ଯିବ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ବିପଦରେ ପକାଇବ । ପାରିବାରିକ କ୍ଷେତ୍ରରେ ଅସନ୍ତୋଷ ଦେଖାଦେବ । ଆଘାତ ପ୍ରାପ୍ତି ବା ରକ୍ତ ଦୋଷରୁ ଅଥବା ଗୁପ୍ତ ରୋଗପାଇଁ ସାମୟିକ କଷ୍ଟ ଭୋଗିବେ । ମହିଳାମାନେ କାନ୍ଧ ଓ ହାତରେ ସାମାନ୍ୟ ଧରଣର ପୀଡା ଅନୁଭବ କରିବେ । ଖାଦ୍ୟ ଭିତରେ ସୁରସ ଖାଦ୍ୟ, ଚୂଡାଭଜା, ଅଦା, ଟମାଟୋ, ଗାଜର, ପାଳଙ୍ଗ ଶାଗ, କଲରା, କାଗେଜିଲେମ୍ବୁ ଅଧିକ ଖାଇବା ଉଚିତ ।

୧୨-ମୀନ

ନୂତନ ଗୃହନିର୍ମାଣ ପାଇଁ ପ୍ରସ୍ତୁତି କରିପାରନ୍ତି । ବ୍ୟବସାୟ କ୍ଷେତ୍ରରେ ବିଦେଶୀ ବା ଦୂରବନ୍ଧୁ ଖୁବ୍ ସାହାଯ୍ୟ କରିବେ । ଆତ୍ମବିଶ୍ଵାସ ଦ୍ଵାରା ଅନ୍ୟ ଉପରେ ପ୍ରାଧାନ୍ୟ ବିସ୍ତାର କରିପାରିବେ । କର୍ମକ୍ଷେତ୍ରରେ ପଦୋନ୍ନତି, ଅକସ୍ମାତ ଭୂମିଲାଭ ଯୋଗ ମଧ୍ୟ ଘଟିବ । ମହିଳାମାନେ କୌଣସି ବାଧା ବନ୍ଧନ ନମାନି ଆଗେଇ ଯିବାର ସୁଯୋଗ ପାଇବେ । ଛାତ୍ର-ଛାତ୍ରୀମାନଙ୍କର ଜ୍ଞାନ-ଗବେଷଣା ସ୍ତରରେ କୃତକାର୍ଯ୍ୟ ହୋଇ ଯଶ ମାନ ପ୍ରତିଷ୍ଠା ପ୍ରାପ୍ତି ହେବ ।