ଆଜିର ରାଶିଫଳ, 3 ନଭେମ୍ବର 2019 ରବିବାର, ସୂର୍ଯ୍ୟ ଦେବ ଆଜିଠୁ ପ୍ରସନ ହେବେ ଏହି ୪ଟି ରାଶି ଉପରେ

୧-ମେଷ

ସମ୍ପର୍କୀୟ ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇ ସ୍ଥଗିତ ଥିବା କର୍ମଟି ପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ । ପାଖ ପଡୋଶିଙ୍କ ଦ୍ଵାରା ଅନେକ ସମସ୍ୟା ସମାଧାନ ହେବ । ପରୋକ୍ଷ ଶତ୍ରୁତା ଓ ଈର୍ଷାପରାୟଣ ବ୍ୟକ୍ତିଙ୍କ ଠାରୁ ପ୍ରଶଂସା ପାଇବେ । କର୍ମକ୍ଷେତ୍ରରେ ପ୍ରତିଷ୍ଠା ଓ ଖ୍ୟାତି ମିଳିବ । ଶିକ୍ଷାର୍ଥୀମାନଙ୍କ ପାଇଁ ଅଧ୍ୟୟନରେ ଏକାଗ୍ରତା ଆସିପାରିବ । ମହିଳାମାନେ ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଆଧିକାରିଣୀ ହେବେ । ରାଜନୀତି କ୍ଷେତ୍ରରେ ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ ।

୨-ବୃଷ

ସ୍ୱାସ୍ଥ୍ୟରେ ସୁଧାର ଆସିବ । ପ୍ରେମ-ପ୍ରସଙ୍ଗରେ ମଧ୍ୟ ସଫଳତା ମିଳିବ । ପାରିବାରିକ କ୍ଷେତ୍ରରେ ଭୋଗବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ସ୍ଵାସ୍ଥ୍ୟକର ପରିବେଶ ଓ ସମ୍ମାନଜନକ ଘଟଣା ଘଟିବ । ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ । ବିପରୀତ ଲିଙ୍ଗୀଙ୍କ ସହଯୋଗ ଦ୍ଵାରା ମନ ଲଗାଇ କାର୍ଯ୍ୟ କରି ଆଗକୁ ବଢିବେ । ନୂତନ ବ୍ୟବସାୟ ଆରମ୍ଭ, ଶିଳ୍ପ ପ୍ରତିଷ୍ଠା ବା ଯୋଜନା ସାଫଲ୍ୟ ଦାୟକ ହେବ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଉପଯୁକ୍ତ ଯୋଗେ ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ । ମିତ୍ରଙ୍କ ସାହାଯ୍ୟ ଦ୍ଵାରା ନୂଆ ଲକ୍ଷକୁ ନିର୍ଦ୍ଦାରିତ କରିପାରିବେ ଓ ଧନ ଲାଭ ହେବ ।

୩-ମିଥୁନ

ମହିଳା ମାନଙ୍କର ପ୍ରେମସମ୍ବନ୍ଧ ଓ ଦାମ୍ପତ୍ୟ ଜୀବନରେ ମଧୁରତା ସୃଷ୍ଟି ହେବ । ଦୂରସ୍ଥାନକୁ ଯାତ୍ରା କରିବେ । ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ । ଶିକ୍ଷା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ । ରାଜନୈତିକ କ୍ଷେତ୍ରରେ ଅଟକି ଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବ । ଆର୍ଥିକ ଦିଗରୁ ଉନ୍ନତି ଓ ନୂତନ ପଦାର୍ଥ ସଂଗ୍ରହ କରିବା ପାଇଁ ଆଗ୍ରହ ବଢିବ । ସ୍ୱାସ୍ଥ୍ୟ ଉତ୍ତମ ରହିବା ସହ ବ୍ୟାଙ୍କବାଲାନ୍ସ ବୃଦ୍ଧି ପାଇବ । ପରିବାରରେ ସୁଖଶାନ୍ତି ଫେରି ଆସିବ । ପ୍ରତେକ କ୍ଷେତ୍ରରେ ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ ଓ ଶୁଭ ସୂଚନା ପାଇବେ ।

୪-କର୍କଟ

ଧନ ଲାଭ ହେବାରୁ ମନଖୁସି ରହିବ । କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ବାଦବିବାଦ, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ଜୟଯୁକ୍ତ ହେବେ । ଅବିବାହିତ ଯୁବକ ଯୁବତୀମାନଙ୍କର ନିର୍ବନ୍ଧ ହୋଇପାରେ । ବ୍ୟବସାୟିକ କ୍ଷେତ୍ରରେ ଉନ୍ନତିହେବ । ଲେଖକ, ପତ୍ରକାର, ରାଜନୈତିକ, ସଙ୍ଗୀତଜ୍ଞ, ଠିକାଦାର ଓ ଘରୋଇ କର୍ମରତଥିବା ବ୍ୟକ୍ତିମାନଙ୍କର ଅନେକ ଶୁଭହେବ । ମହିଳା ମାନେ ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ ।

୫-ସିଂହ

ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚମାନ୍ୟତାର ସମ୍ମାନ ପାଇବେ । ବୃତ୍ତିଗତ ଦୃଷ୍ଟିରୁ ସମୟ ଅତ୍ୟନ୍ତ ଶୁଭ ଥିବାରୁ ଆୟର ସ୍ରୋତ ବୃଦ୍ଧି ହେବ । ବିଦ୍ୟାରେ ଉନ୍ନତି କରିବେ । ଦୂରଯାତ୍ରାର ସୁଯୋଗ ପାଇବେ । ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ସଂଘର୍ଷ ଦ୍ଵାରା ସଫଳତା ମିଳିବ । ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ । ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ । ମାଲିମୋକଦ୍ଦମାରେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ । ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ ।

୬-କନ୍ୟା

ବ୍ୟବସାୟୀ ମାନେ ନିଜର ପ୍ରାଧାନ୍ୟ ବିସ୍ତାର କରି ସମସ୍ୟାକୁ ସୁଧାରି ନେବେ । ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟ ଲାଭ କରିବେ । ମହିଳାମାନେ ଅନ୍ୟକୁ ନିଜ ସହ ତୁଳନା କରି ମାନସିକ ଶାନ୍ତି ଅନୁଭବ କରିବେ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । କୌଣସି ଆନୁଷ୍ଠାନିକ, ମାଙ୍ଗଳିକ ଓ ସାଙ୍ଗଠନିକ କାର୍ଯ୍ୟରେ ଯୋଗ ଦେବେ । ଆର୍ଥିକସ୍ଥିତି ମନ୍ଦ ହେବନାହିଁ, ଯାହାଦ୍ୱାରା କି ବହୁ ପରିମାଣରେ ଅଭିବୃଦ୍ଧିର ହାର ବଢ଼ିଯିବ । ଲେଖାପଢ଼ାରୁ, ସଭାସମିତିରୁ, ବନ୍ଧୁମିଳନରୁ ଶୁଭଫଳ ପାଇବେ ।

୭-ତୁଳା

ବିଦେଶ ଯାତ୍ରାରେ ଲାଭବାନ ହେବେ । ଆର୍ଥିକ ଦିଗରୁ ସୁବିଧା ମିଳିବ । ପୈତୃକ ସମ୍ପତ୍ତି, ପାରିବାରିକ ଦ୍ଵନ୍ଦର ସମାଧାନ ହେବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ପିଲାମାନଙ୍କ କାର୍ଯ୍ୟପ୍ରତି ଦ୍ରୁଷ୍ଟି ରଖିବା ଉଚିତ୍ ହେବ । ଚକ୍ଷୁପୀଡା ପ୍ରତି ସତର୍କତା ଅବଲମ୍ବନ କରିବେ । ଉଚ୍ଚଆଶା ସଫଳ ହେବ । ବିଚାର ବିଭାଗ ରାୟ ସପକ୍ଷରେ ଯିବ । ସରକାରୀ ଚାପ ପଡିଲେ ମଧ୍ୟ ରାଜନୀତିରେ ସଫଳତା ମିଳିବ । ବ୍ୟବସାୟରେ ସାମାନ୍ୟ ଲାଭ ପାଇବେ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ପରିବାରରେ ମାନ ମନାନ୍ତର ଦୂର ହେବ ।

୮-ବିଚ୍ଛା

ମହିଳାମାନଙ୍କର କର୍ମ, ବ୍ୟବସାୟରେ କେତେକ କ୍ଷେତ୍ରରେ ଉନ୍ନତିକର ହେବ । ଅଧ୍ୟୟନରେ ଅଧିକ ପରିଶ୍ରମ କରିବା ଆବଶ୍ୟକ । ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ଜୟଯୁକ୍ତ ହେବେ । ଆମୋଦ ପ୍ରମୋଦ, କ୍ରିଡା, ଆଡମ୍ବରରେ ଆଗ୍ରହ ବଢିବ । ବ୍ୟକ୍ତିଗତ ସୁଖ, ଦୁଃଖ ତଥା ମନର ଭାବ କେହି ଠିକ୍ ଭାବେ ଠଉରେଇ ପାରିବେ ନାହିଁ । ବ୍ୟବସାୟୀମାନେ ଧୈର୍ଯ୍ୟଧରୀ ପରିଶ୍ରମ ନ କଲେ ବ୍ୟବସାୟକୁ ରକ୍ଷା କରିବା କାଠିକର ପାଠ ହେବ ।

୯-ଧନୁ

କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ଆଗ୍ରହ ବଢିବ । ବାଦବିବାଦ, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଦାମ୍ପତ୍ୟ ସୁଖରେ ମଧୁରତା ଆସିବ । କଥା ବାର୍ତ୍ତାରେ ନିୟନ୍ତ୍ରଣ ନ ରହିଲେ ବିପଦର ସମ୍ମୁଖୀନ ହେବେ । ଖାଦ୍ୟପେୟର ଅନିୟମିତତା ସ୍ଵାସ୍ଥ୍ୟହାନିର କାରଣ ହେବ । ସାଙ୍ଗସାଥିମାନେ ସାହାଯ୍ୟ କରିବେ । ମନ ଭଲ ରହିବ । ବନ୍ଧୁଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷାକରିବେ । ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ । ଆଶା କରିଥିବା କାମଟି ସମ୍ପନ୍ନ କରିପାରିବେ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ପାଇବ ।

୧୦-ମକର

ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ । ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ । ବିଦ୍ୟା କ୍ଷେତ୍ରରେ ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ । ନୂତନ ସମ୍ପତି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରନ୍ତି । କେତେକ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ । ଋଣ ଭରଣାରେ ସହଜ ହେବ । ଅନେକ ସମସ୍ୟାର ସମାଧାନ ହୋଇ ପରିବାରରେ ହସ ଖୁସିର ବାତାବରଣ ଖେଳିଯିବ । ଯାତ୍ରାଫଳରେ ଉତ୍ସାହିତ ହେବେ । ଗୃହୋପକରଣ କ୍ରୟ କରିବେ ।

୧୧-କୁମ୍ଭ

ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ମେଣ୍ଟିଯିବ । ଭ୍ରମଣ, ରାଜନୀତି, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ । କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ମହିଳାମାନେ ଆନୁଷ୍ଠାନିକ କ୍ଷେତ୍ରରେ ତଳୁ ଉପର ସ୍ତର ଯାଏଁ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ । ବ୍ୟବସାୟରେ ଲାଭବାନ୍ ହେବେ । ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଜୟଯୁକ୍ତ ହୋଇ କର୍ମ ନିଯୁକ୍ତିରେ ସଫଳ ହେବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଆନନ୍ଦିତ ହେବେ । ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବା ସହିତ ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

୧୨-ମୀନ

କର୍ମ କ୍ଷେତ୍ରରେ ସାଫଲ୍ୟ, ଉଚ୍ଚସମ୍ମାନ ଓ ପଦ ପଦବୀ ଲାଭହେବ । ସାଧାରଣ ଦିନଚର୍ଜ୍ୟା ଅତୁଟ ରହିବ । କୌଣସି କ୍ଷେତ୍ରରେ କେବେ ବି ଆଗକୁହା ନ ହୋଇ କର୍ମନିଷ୍ଠା ମଧ୍ୟରେ ନିଜକୁ ସୀମିତ ରଖିବା ହିତକର ହେବ । ଆଶା କରୁଥିବା ଘଟଣା ଘଟିବା ଫଳରେ ପ୍ରଶାସନ କ୍ଷେତ୍ରରେ ଦ୍ଵନ୍ଦ ଦୂରହେବ । ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ । ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ । ବିଗିଡି ଯାଇଥିବା କାର୍ଯ୍ୟ ସୁଧୁରି ଯିବ । ଦୁଃଖୀ ଲୋକଙ୍କୁ ସାହାରା ବା ସାହାଯ୍ୟ କରିବେ ।