ଆଜିର ରାଶିଫଳ, 20 ନଭେମ୍ବର 2020, ଶୁକ୍ରବାର, ମା ଦୂର୍ଗାଙ୍କ କୃପା ରହିବ ଏହି ୪ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୦ ନଭେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କ ଦିନ ବହୁତ ଭଲରେ ଯିବ । ଯେ କୌଣସି କାମ କରିବେ ସେଗୁଡିକ ଅତି ସହଜରେ ହୋଇଯିବ । ଆପଣଙ୍କ କଥା କହିବ ଶକ୍ତି ବହୁତ ପ୍ରଭାବିତ କରିବ । କୌଣସି ଜାଗାରେ ଅଟକି ଯାଇଥିବା ଧନ ଆଜି ମିଳିଯିବ । କୌଣସି ବିବାଦ ସମାଧାନ ହୋଇଯିବ । ମିତ୍ରମାନଙ୍କ ସହ ବୁଲିବାକୁ ଯାଇପାରନ୍ତି । ନୂଆ କାର୍ଯ୍ୟରେ ସଫଳତା ମିଳିବ । ଆଜି କୌଣସି ବଡ ଲୋକଙ୍କ ଦ୍ଵାରା କଠିନ କାର୍ଯ୍ୟ ଅତି ସହଜରେ ହୋଇଯିବ । ଘରୋଇ ଶୁଖ ଶାନ୍ତି ମିଳିବ । ଶିବ ମନ୍ଦିରରେ ଯାଇ ଗରିବ ଲୋକମାନଙ୍କୁ କ୍ଷୀର ଦାନ କରନ୍ତୁ ।

ବୃଷ

ଆଜି ଆପଣଙ୍କ ଦିନ ବହୁତ ଖୁସିରେ ବିତିବ । ସନ୍ତାନ ଶୁଖ ମିଳିବ । ଧାର୍ମିକ କାର୍ଯ୍ୟ ପ୍ରତି ମନ ଲାଗିବ । କୌଣସି ପୁରୁଣା ମିତ୍ରମାନଙ୍କ ସହ ଦେଖା ହୋଇପାରେ । ଆଜି ନୂଆ ବିଚାର ଧାରାରେ କାମ କରିବେ ଓ ସବୁ କାର୍ଯ୍ୟରେ ସଫଳତା ମିଳିବ । କାର୍ଯ୍ୟ କ୍ଷେତ୍ରରେ ସ୍ଥାନତରଣ ହୋଇପାରେ ଯାହା ଦ୍ଵାରା ଆପଣ ବହୁତ ଖୁସି ଅନୁଭବ କରିବେ । କୌଣସି ବ୍ୟକ୍ତିଙ୍କ ବିଷୟରେ ନ ଜାଣି ନ ଶୁଣି ମିଶାନ୍ତୁ ନାହିଁ ଧୋଖା ଖାଇ ପାରନ୍ତି । ଅନାଥ ଆଶ୍ରମରେ ପରିବା ପତ୍ର ଦାନ କରନ୍ତୁ ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

ମିଥୁନ

ଆଜି ଦିନଟି ସାମାନ୍ୟ ରହିବ । ଆଜି କୌଣସି କାମ ହେଉ ହେଉ ଅଟକି ଯାଇ ପାରେ । କାରବାରରେ ସ୍ଥିତି ସାମାନ୍ୟ ରହିପାରେ । କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ନିଜର ଗୁରୁଜନ ବା ବଡ ଲୋକଙ୍କ ପରାମର୍ଶ ନିଅନ୍ତୁ । ନିଜର ଭାବନା ଓ ଚିନ୍ତା ଧାରା ଦ୍ଵାରା ଲୋକମାନଙ୍କୁ ପ୍ରଭାବିତ କରିବେ । ଆଜି ଯାହାବି କରିବେ ସେଥିରେ ସଫଳତା ପାଇବେ । ଆପଣଙ୍କ ନିସ୍ପତି ଠିକ ରହିବ । ଆତ୍ମବିଶ୍ଵାସ ଦ୍ଵାରା ସଫଳତାର ସିଢି ଚଢି ଚଢି ଯିବେ । ଗାଈଙ୍କୁ ଆପଣ ରୋଟି ଖୁଆନ୍ତୁ ବ୍ୟବସାୟରେ ଉନ୍ନତି ହେବ ।

କର୍କଟ

ଆଜି ଦିନଟି ସାମାନ୍ୟ ରହିବ । କୌଣସି କାମକୁ ନେଇ ଆପଣ ଚଳ ଚଞ୍ଚଳ ରହିବେ । ଏହି ରାଶିର ବ୍ୟକ୍ତି ମାନେ ବ୍ୟବସାୟ ବଢିବା ସହିତ ଏହି ସମ୍ବନ୍ଧ୍ୟରେ ଭଲ ଲାଭ ମଧ୍ୟ ହୋଇପାରେ । ଆପଣଙ୍କୁ ହଠାତ ଧନ ପ୍ରାପ୍ତି ହୋଇପାରେ । ଆପଣ ନୂଆ ଗାଡି କିଣିବାକୁ ଚାହୁଞ୍ଚନ୍ତି ବା ଘର ନେବା ପାଇଁ ତେବେ ଟିକେ ଅପେକ୍ଷା କରନ୍ତୁ । ଯେଉଁ କାମ ଆପଣ କରୁଥିବେ ଆପଣ ସେଥିରେ ନିଶ୍ଚିତ ରୂପେ ସଫଳ ହୋଇପାରନ୍ତି । ଶିବ ମନ୍ଦିରରେ ଯାଇ ଗରିବ ଲୋକମାନଙ୍କୁ କ୍ଷୀର ଦାନ କରନ୍ତୁ ।

ସିଂହ

ଆପଣ ଆଜି କିଛି ଘର କାମରେ ଲିପ୍ତ ରହିବେ ଓ ସେହି କାମରେ ସଫଳ ମଧ୍ୟ ହେବେ । ଭଲ ପାଇବା କ୍ଷେତ୍ରରେ ଆପଣଙ୍କୁ କିଛି ନୂଆ ଖୁସିର ଖବର ଆସିପାରେ । ଆପଣଙ୍କୁ ଆଜି ବହୁତ ଖୁସି ରହିବେ । ଯଦି ଆପଣଙ୍କର କେଉଁଠାରେ ବାଦ ବିବାଦ ଲାଗିଥାଏ ତେବେ ଏଥିରେ ଆପଣ ସଫଳ ହୋଇପାରନ୍ତି । ଆପଣ ନିଜ କାମ ପ୍ରତି ଧ୍ୟାନ ରଖନ୍ତୁ ଓ ସମୟ ଅନୁସାରେ କାମ କରିବାକୁ ଚେଷ୍ଟା କରନ୍ତୁ । ଆଜି ଦିନରେ ଶିବଙ୍କୁ ୧୧ଟି ବେଲ ପତ୍ର ଅର୍ପଣ କରନ୍ତୁ । ଯାହା ଦ୍ଵାରା ଅପାଣଙ୍କର ବୃଦ୍ଧି ହେବ ।

କନ୍ୟା

ଏହି ରାଶିର ଲୋକେ ଆଜି ତାଙ୍କୁ ସାଙ୍ଗ ମାନଙ୍କ ତରଫରୁ କିଛି ଭଲ କଥା କହିବେ ସେହି କଥା କୁ ଆପଣ ଯଦି ନିଜ ଜୀବନରେ ଲଗାଇବେ ତେବେ ଏହା ଆପଣଙ୍କୁ ବହୁତ ଭଲ ଫାଇଦା ହେବ ତେଣୁ କରି ତାଙ୍କ କଥା ମାନିନେବା ଉଚିତ । ଆପଣଙ୍କର ସ୍ୱାସ୍ଥ୍ୟ ଟିକେ ଖରାପ ହୋଇପାରେ । ଆପଣଙ୍କ ଜୀବନରେ ବହୁତ ଖୁସି ଆସିପାରେ । ଆପଣଙ୍କର କିଛି ଛୋଟ ମୋଟ ଖଣ୍ଡିଆ ହୋଇପାରେ ସେଥିପାଇଁ ଟିକେ ଜଗି ରଖି ଚଳିବାକୁ ଚେଷ୍ଟା କରନ୍ତୁ । ଶିବ ମନ୍ତ୍ର ୧୧ ଥର ଜପ କରନ୍ତୁ, ଜୀବନରେ ସୁଖ ଶାନ୍ତି ରହିବ ।

ତୁଳା

ବ୍ୟାବସାୟରେ ଭାବିଚିନ୍ତି ନିସ୍ପତି ନିଅନ୍ତୁ ଓ ଯୋଜନା ମୁତାବକ କାମ କରନ୍ତୁ । ଆଜି ଆପଣ ବହୁତ ଖୁସିରେ ରହିବେ । ଆଧ୍ୟମିକ ପ୍ରତି ବେଶି ମନ ହେବ । ଯଦି ଆପଣ ଏକ ନୂଆ ବ୍ୟବସାୟ ବା ନୂଆ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କୁ ବହୁତ ଭଲ ଫଳ ଦେବ କାରଣ ଲୋକଙ୍କ କହିବା କଥା ଅନୁସାରେ ଗଣେଶ ହେଉଛନ୍ତି ଆର୍ଥିକ ଓ ଲାଭର ପ୍ରତୀକ ସେଥିପାଇଁ ଆସୁଥିବା ସମୟରେ ଆପଣ କିଛି ଭଲ ବ୍ୟବସାୟ କରିପାରିବେ । ଆପଣ କୌଣସି ଏକ ମହତ୍ୟ ପୂର୍ଣ୍ଣ କାମ କରିବାକୁ ଯାଉଛନ୍ତି ସେଥିରେ କେବେ ହେଲେ ପଛ ଘୁଞ୍ଚା ଦିଅନ୍ତୁ ନାହିଁ ।

ବିଚ୍ଛା

ଆଜି ଆପଣଙ୍କ ଦିନ ବହୁତ ଭଲରେ ଯିବ । ଯେଉଁ ମାନେ ଚାକିରି କରିଛନ୍ତି ଆଜି ତାଙ୍କ ପାଇଁ ଭଲ ଦିନ ଅଟେ । ଆଜି କିଛି ନୂଆ ସାଙ୍ଗ ମିଳିପାରନ୍ତି । ସାମାଜିକ ସମ୍ପର୍କରେ ଅଗ୍ରଗତି ହେବ । ଆଖ ପାଖ ଲୋକଙ୍କଠାରୁ ସାହାଜ୍ଯ ମିଳିବ । ଧନ ସମ୍ବନ୍ଧୀୟ କୌଣସି ଶୁଭ ଖବର ମିଳିବ । କାର୍ଯ୍ୟରେ ଥିବା କୌଣସି ସମସ୍ୟା ଆଜି ସମାଧାନ ହୋଇଯିବ । ଆଜି ସବୁ କାର୍ଯ୍ୟ ରେ ସଫଳତା ମିଳିବ । ଆଜି କୌଣସି କଠିନ ନିଷ୍ପତ୍ତି ଯୋଗୁଁ ଆପଣଙ୍କୁ ଭବିଷ୍ୟତରେ ଭଲ ଲାଭ ମିଳିବ ।

ଧନୁ

ଆଜି ଦିନଟି ଆପଣଙ୍କର ବହୁତ ଭଲ ରହିବ । ସେମିନାର ଅତିଥି ଭାବେ ଡକାଯାଇପାରେ । ଆର୍ଥିକ ସ୍ଥିତି ମଜବୁତ ରହିବ । ପ୍ରଭାବଶାଳି ଲୋକଙ୍କର ସାହାଜ୍ଯ ମିଳିବ ଯାହାକି ପନ୍ଥା ମିଳିବ । ଯଦି କୌଣସି ନୂଆ କାର୍ଯ୍ୟ କରିବାକୁ ଚାହୁଞ୍ଛାନ୍ତି । ତେବେ ଏହି ସମୟ ବହୁତ ଉପଯୁକ୍ତ ଅଟେ । ଶତ୍ରୁମାନେ ଆପଣଙ୍କର ବିରୁଧ୍ହରାଏ ସଦଯନ୍ତ କରିପାରନ୍ତି । କୌଣସି କାମ କରିବା ପୂର୍ବରୁ ବୁଝିବିଚାରୀ କାମ କରନ୍ତୁ ନଚେତ ସମସ୍ୟା ଉତ୍ତପନ୍ନ ହୋଇପାରେ । ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ । ଜୀବନରେ ଖୁସି ଆସିବ ।

ମକର

ଆଜି ଆପଣଙ୍କ ଦିନଟି ସାମାନ୍ୟ ରହିବ । ଅଫିସ କାର୍ଯ୍ୟରେ ବିଳମ୍ବତା ହୋଇପାରେ । କୌଣସି କାର୍ଯ୍ୟରେ ମିତ୍ରଙ୍କ ସାହାଜ୍ୟ ନେଇପାରନ୍ତି । ଧର୍ଯ୍ୟ ସହ ନିର୍ନାୟ ନିଆନ୍ତୁ । ସଫଳତାର ରାସ୍ତା ମିଳିବ । ଆଜି ଆପଣ ଅନ୍ୟ ମାନଙ୍କର କଥାରେ ଯାଇପାରନ୍ତି । ସାମାଜିକ ସ୍ତରରେ ମିଳିମିଶା ବଢିପାରେ । ପରିବାରେ ସୁଖ ଶାନ୍ତି ରହିବ । ବିଦେଶୀ କମ୍ପାନୀ ସହ ବ୍ୟବସାୟ କରିପାରନ୍ତି । ଏଥିରେ ଆପଣଙ୍କୁ ଲାଭ ମିଳିବ । ତଥାପି ଆପଣ ସତର୍କ ରୁହନ୍ତୁ । ଆଜି ଦିନରେ ଆପଣ ମିଠା ଦାନ କରନ୍ତୁ । ପରିବାରରେ ଖୁସି ରହିବ ।

କୁମ୍ଭ

ଆଜି ଦିନଟି ଭଲରେ ବିତିବ । କୌଣସି ଖୁସି ଖବର ମିଳିବ ଯାହା ଦ୍ଵାରା କି ଆପଣଙ୍କ ପରିବରେ ଖୁଶିର ବାତାବରଣ ରହିବ । ସନ୍ତାନଙ୍କ ପଦର୍ଶନରେ ଆପଣ ଖୁସି ରହିବେ । ପରିବାର ରେ ଖୁସି ମଜାକର ପରିବେଶ ରହିବ । ଆପଣଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ଚାକରି କ୍ଷେତ୍ରରେ ମାନ ସମ୍ମାନ ମିଳିବ । ଆପଣଙ୍କ ଭଲ କାର୍ଯ୍ୟ ପାଇଁ ଆଜି ମୂଲ୍ୟ ମିଳିବାର ଅଛି । ଆପଣ ଏକାଗ୍ରତାର ସହ କମ କରନ୍ତୁ । ଗରିବ ଲୋକମାନଙ୍କୁ ଖାଇବାକୁ ଦିଅନ୍ତୁ ସବୁ କାର୍ଯ୍ୟରେ ସଫଳତା ପାଇବେ ।

ମୀନ

ଆଜି ଆପଣଙ୍କ ଦିନଟି ବ୍ୟସ୍ତତା ରେ ବିତିବ । ପିତା ମାତାଙ୍କ ସହ ବୁଲିବାକୁ ଯାଇପାରନ୍ତି । ବହୁତ ଦିନରୁ ଅଟକିଥିବା ଧନ ମିଳିଯାଇପାରେ ଯାହାଦ୍ୱାରା କି ଆପଣଙ୍କ ଆର୍ଥିକ କ୍ଷ୍ଜେତର ରେ ସୁଧାର ଆସିବ । ବୈବାହିକ ଜୀବନରେ ଖୁସି ରହିବ । ଘରେ କୌଣସି ପୂଜା ପାଠ ର ଆୟୋଜନ କରି ପାରନ୍ତି । ଆପଣ ଭାବି ଥିବା ସବୁ କାମ ସୁରୁଖୁରୁ ରେ ହୋଇଯିବ । ନିଜର କୌଣସି ଚିନ୍ତରୁ ମୁକ୍ତତି ପାଇବା ପାଇଁ ପରିବାର ର ସହଯ୍ୟ ନିଅନ୍ତୁ । ନିଜର କୌଣସି ଇଚ୍ଛାକୁ ଲୁଚାନ୍ତୁ ନାହିଁ ଏହାକୁ ପରିବାର ଆଗରେ ପ୍ରକାଶ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।