ଆଜିର ରାଶିଫଳ, 18 ମାର୍ଚ୍ଚ 2020, ବୁଧବାର, ଗଣେଶଙ୍କ କୃପାରୁ ଏହି ୪ଟି ରାଶିର ଦିନଟି ବହୁତ ଭଲରେ କଟିବ

୧-ମେଷ

ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ । ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ । ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । କର୍ମ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ । କର୍ମକ୍ଷେତ୍ରରେ ବନ୍ଧୁଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ରହିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣକ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ । ଆର୍ଥିକସ୍ଥିତି ପୂର୍ବପରି ରହିବ । ସାମୟିକ ଚିନ୍ତା ଦୂରହେବ । ମହିଳାମାନେ ପିଲାଙ୍କସହ ଖୁସିରେ ରହିବେ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ରାଜନୀତିରେ ପ୍ରସଂଶା, ବିଦ୍ୟାରେଉନ୍ନତି, ଖେଳରେ ବିଜୟୀ ହେବେ । ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ ।

୨-ବୃଷ

ଅଟକି ରହିଥିବା କାମ ଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ । ବାଣିଜ୍ୟ ଓ ପରିବହନ ବ୍ୟବସାୟରେ ଆଶାଜନକ ସଫଳତା ହାସଲ କରିବେ । ଦୂରଯାତ୍ରାର ସୁଯୋଗ ପାଇବେ । ଆତ୍ମବିଶ୍ଵାସ ବୃଦ୍ଧି ପାଇବ । ନୂଆ ନିଯୁକ୍ତିର ସୁଯୋଗ ଅଛି । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । ଦୁଃଖୀ ଲୋକଙ୍କୁ ସାହାରାହେବେ ବା ସାହାଯ୍ୟ କରିବେ । ମହିଳାମାନେ ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ । ବିଦ୍ୟାରେଉନ୍ନତି ଓ ମାନସିକ ଶାନ୍ତି ଅନୁଭବ କରିବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ । ପ୍ରତିକାର- ଗାଈକୁ ଖାଇବାକୁ ଦେବେ ।

୩-ମିଥୁନ

ଫୋନ, ମୋବାଇଲ୍, ଇଣ୍ଟରନେଟ୍ ରେ ପୁରୁଣା ମିତ୍ରଙ୍କ ଦ୍ଵାରା ସୁସମ୍ବାଦ ପ୍ରାପ୍ତି ହେବ । ଦୂରଯାତ୍ରା କରିବା ଦ୍ଵାରା ବହୁତ ଲାଭ ମିଳିବ । ଘର ପରିବାରରେ କୌଣସି ଖୁସି ପ୍ରସଙ୍ଗ ଆସିବ । ମନ ଲଗାଇ କାର୍ଯ୍ୟ କରିବା ଫଳରେ ଧନ ପ୍ରାପ୍ତି ହେବ । ଚାକିରୀରେ ପ୍ରମୋଶନ ମିଳିବାର ସମ୍ଭାବନା ଅଛି । ଯେଉଁ ଜିନିଷ ପାଇବା ପାଇଁ ଚିନ୍ତା କରୁଥିଲେ ତାହା ନିଶ୍ଚିତ ଭାବେ ପାଇବେ । ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ । କାରବାରରେ ସ୍ଥିତି ଠିକ୍ ରହିବ । ବିଦ୍ୟାର୍ଥୀଙ୍କ ମାନସିକସ୍ଥିତି ଭଲ ରହିବ । ଗୃହରେ ଭାତୃବିବାଦ, ପଡ଼ୋଶୀକଳହ, ଜମିପାଇଁ ମାଲିମକଦ୍ଦମାର ସମ୍ମୁଖୀନ ହୋଇପାରନ୍ତି । ପରିବାରିକ ଜୀବନରେ ମତାନ୍ତର ମନାନ୍ତର ଦେଖା ଦେଇପାରେ । ପ୍ରତିକାର-ହନୁମାନ ମନ୍ଦିରରେ ଭୋଗ ଲଗେଇ ବାଣ୍ଟନ୍ତୁ ।

୪-କର୍କଟ

ଅଧ୍ୟୟନ-ଅଧ୍ୟାପନା କାର୍ଯ୍ୟରେ ବ୍ୟସ୍ତ ରହିବେ । ଧର୍ମ-କର୍ମରେ ରୁଚି ରହିବ ଓ କୌଣସି ଧାର୍ମିକ କାର୍ଯ୍ୟ ଆୟୋଜନ କରେଇବା ଦ୍ଵାରା ମାନ-ପ୍ରତିଷ୍ଠା ବଢିବ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ । ମହିଳାମାନେ ମିତ୍ର ଓ ଭାଇମାନଙ୍କ ସାହାଯ୍ୟରେ ଯାତ୍ରାରେ ବିଶେଷ ଲାଭାନ୍ୱିତା ହେବେ । ନିକଟକୁ ଯାତ୍ରା କରି ବିଗିଡିଯାଇଥିବା କାର୍ଯ୍ୟ ସୁଧାରି ଦେବା ଫଳରେ ଲାଭବାନ୍ ହେବେ । ମାନ ସମ୍ମାନ ପ୍ରତିଷ୍ଠା ବୃଦ୍ଧି ହେବ । ବୁଦ୍ଧି ବଳରେ ପ୍ରଚୁର ଅର୍ଥ ଲାଭହେବ ଓ ଆର୍ଥିକ ସମସ୍ୟାର ସମାଧାନ ହେବ । ବିଦ୍ୟା ଓ ଖେଳରେ ଉନ୍ନତି ହେବ । ପ୍ରତିକାର- ଗ୍ରାମ୍ୟ ଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ ।

୫-ସିଂହ

ବାଦବିବାଦ,ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତହେବେ । ବନ୍ଧୁ ମିତ୍ରମାନଙ୍କର ସହଯୋଗରେ ଧନସମ୍ପଦ, ବସ୍ତ୍ରଆଭୂଷଣ ଆଦି ଲାଭହେବ । ଗୃହରେ ଭାତୃବିବାଦ, ପଡ଼ୋଶୀକଳହ, ଜମିପାଇଁ ମାଲିମକଦ୍ଦମାର ସମାଧାନ ହେବ । ବ୍ୟବସାୟରେ କଠିନ ପରିଶ୍ରମ କରିବାକୁ ପଡିବ । ରାଜନୈତିକ କ୍ଷେତ୍ରରେ ଯଶ, ମାନ ପ୍ରତିଷ୍ଠାବୃଦ୍ଧି ହେବ । ଆକସ୍ମିକ ଅର୍ଥଲାଭ, ନୂତନ ବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ବିଦେଶ ଯାତ୍ରା, ସୁଖ ଶାନ୍ତି, ଯଶ ଲାଭ, ନୂତନ ବାହନଆଦି ପ୍ରାପ୍ତି ଯୋଗ ଅଛି । ସରକାରୀ କର୍ମକ୍ଷେତ୍ରରେ ଉନ୍ନତିର ସୁଯୋଗ ପାଇବେ । ପରିବାର ବା ଘର ସମ୍ବନ୍ଧୀୟ କୌଣସି ମହତ୍ଵପୂର୍ଣ୍ଣ ସମାଚାର ଶୁଣିବେ । ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ ।

୬-କନ୍ୟା

ରାଜନୀତିରେ ନିଜଲୋକମାନେ ବା ଦୂରେଇ ଯାଇଥିବା ସହକର୍ମୀ ମାନେ ପ୍ରସଂଶା କରିବେ । ମହିଳାମାନେ ଯାତ୍ରାରେ ବିଶେଷ ଲାଭାନ୍ୱିତ ହୋଇ ମାନସିକ ଶାନ୍ତି ଅନୁଭବ କରିବେ । ବିଦ୍ୟାରେଉନ୍ନତି ପାଇଁ ସମୟ ଉପଯୁକ୍ତ ଅଟେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସୁଧୁରି ଯିବ । ଅଚାନକ ଧନ ଲାଭ ହେବାରୁ ମନ ଖୁସି ରହିବ । ଖେଳରେ ବିଜୟୀ ହେବେ ବାଦବିବାଦ,ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ବନ୍ଧୁ ମିତ୍ରମାନଙ୍କର ସହଯୋଗରେ ଧନସମ୍ପଦ, ବସ୍ତ୍ରଆଭୂଷଣ ଆଦି ଲାଭହେବ । ବ୍ୟକ୍ତିଗତ ସାର୍ବଜନୀନ ସମ୍ପର୍କରେ ବିକଶିତ ହେବ । ବାଦ ବିବାଦଠାରୁ ଦୂରେଇ ରହିବା ଉଚିତ । ପ୍ରତିକାର:- ଷଣ୍ଢକୁ ଖାଦ୍ୟ ଦିଅନ୍ତୁ ।

୭-ତୁଳା

ଅନ୍ୟମାନଙ୍କୁ ସାହାଯ୍ୟ କରିବେ, ତେଣୁ ଲୋକମାନେ ଆପଣଙ୍କୁ ସମ୍ମାନ ଦେବେ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ ଓ କର୍ମରେ ସ୍ଥିରତା ଆସିବ । ରାଜନୀତିରେ ଯାତ୍ରାରେ ସମୟ କଟିବ ଓ ଲାଭ ପାଇ ପ୍ରସଂଶିତ ହେବେ । ବିଦ୍ୟାକ୍ଷେତ୍ରରେ ଧୈର୍ଯ୍ୟ ଓ ସଂଯମ ରଖି ବିଶେଷ ଲାଭାନ୍ୱିତ ହେବେ । କୃଷିରେ ଉନ୍ନତି ଫଳରେ ମନସନ୍ତୁଷ୍ଟ ରହିବ । ଖେଳରେ ବିଜୟୀ ହେବେ । ମହିଳାମାନେ ଅନ୍ୟକୁ ନିଜ ସହ ତୁଳନା କରି ମାନସିକ ଶାନ୍ତି ଅନୁଭବ କରିବେ । ଶୁଭ ସମାଚାର ଶୁଣିବାକୁ ମିଳିବ । ନୂତନ ବନ୍ଧୁ ଭେଟ ହେବେ । ଆଜି ଦିନର ସମୟ ଗୁଡିକ ହସ ଖୁସିରେ ବିତିବ । ପ୍ରତିକାର-ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରି ଆଶୀର୍ବାଦ ପ୍ରାପ୍ତ କରନ୍ତୁ ।

୮-ବିଚ୍ଛା

ଶତୃନାଶ, ଋଣନାଶ ଓ ପୁରାତନ ରୋଗପୀଡ଼ାର ଉପଶମ ହେବ । ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ସଫଳତା ପାଇବେ । ପଟ୍ଟ ପରିବର୍ତ୍ତନ ଘଟି ଅଶାନ୍ତି ଓ ବିଶୃଙ୍ଖଳାରୁ ମୁକ୍ତ ହେବେ । ସବୁପରେ ଅପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ ଓ ନିଃସଙ୍ଗତା ବୋଧର ପୀଡା ମଧ୍ୟ ଦୂରେଇ ଯିବ । ସମ୍ପତ୍ତି କ୍ରୟ କରିବେ । ଆଶା ଓ ଉର୍ଜା ଦ୍ଵାରା ଯେକୌଣସି ପ୍ରତିଯୋଗୀତାକୁ ସ୍ଵୀକାର କରିବା ପାଇଁ ପ୍ରସ୍ତୁତ ରହିବେ । କାରବାରରେ ସ୍ଥିତି ଠିକ୍ ରହିବ । ମହିଳାଙ୍କ ମାନସିକସ୍ଥିତି ଭଲ ରହିବ । ଗୃହରେ ଭାତୃବିବାଦ, ପଡ଼ୋଶୀକଳହ, ଜମିପାଇଁ ମାଲିମକଦ୍ଦମାର ଅବସାନ ହେବ । ସ୍ୱାସ୍ଥ୍ୟସମସ୍ୟା ଧୀରେ ଧୀରେ ସୁଧୁରିଯିବ । ନୂତନ ଲୋକଙ୍କ ସହିତ ଭେଟ ହେବ । ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ । ପ୍ରତିକାର- ଚଣାଡାଲି ମନ୍ଦିରରେ ଦାନ କରନ୍ତୁ ।

୯-ଧନୁ

ପରୋପକାର ଏବଂ ସମାଜସେବା କାର୍ଯ୍ୟରେ ରୁଚି ବୃଦ୍ଧିହେବ । ରାଜନୀତିରେ କୃତକାର୍ଯ୍ୟ ହେବେ । ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇବେ । ମଉଜ-ମସ୍ତିରେ ସମୟ କଟିପାରେ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଗୃହ ସମସ୍ୟା ଦୂର ହୋଇ କାର୍ଯ୍ୟ ମଧ୍ୟମ ଧରଣର ହେବ । ସଫଳତା ମିଳିବ କିନ୍ତୁ ସନ୍ତୁଷ୍ଟ ହେବେନାହିଁ । ଦାମ୍ପତ୍ୟ ଜୀବନରେ ସୁଖବୃଦ୍ଧି ହେବ । ମହିଳାମାନଙ୍କର ସ୍ୱଜନ ଓ ମିତ୍ରଙ୍କ ଠାରୁ ପୂର୍ଣ୍ଣ ସହଯୋଗ ମିଳିବ । ଶାରୀରିକ କଷ୍ଟ ଭୋଗିବେ । ଶତୃମାନେ କ୍ଷତି କରିବେ । ସତର୍କ ରହିଲେ ଲାଭଦାୟକ ହେବ । ପ୍ରତିକାର- ଚଣାଡାଲି ମନ୍ଦିରରେ ଦାନ କରନ୍ତୁ ।

୧୦-ମକର

କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ । ଆଧ୍ୟାତ୍ମିକ ବା ଧାର୍ମିକ କ୍ଷେତ୍ରରେ ବ୍ୟସ୍ତ ରହିବେ । ରୋଗୀ, ବୃଦ୍ଧଜନ ଓ ଅଶକ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢେଇବେ । ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ବିତିଯାଇଥିବା ମାମଲାରେ ସଫଳତା ମିଳିବ । କାର୍ଯ୍ୟ କ୍ଷେତ୍ରରେ ସମ୍ବନ୍ଧରେ ପ୍ରଗାଢତା ଆସିବ ଓ ଆଶାତୀତ ଲାଭ ଉଠେଇବେ । ରାଜନୀତିରେ ପ୍ରସଂଶା ଓ ସଫଳତା ଏବଂ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ । ବିଦ୍ୟାର୍ଥୀଙ୍କର ବିଦ୍ୟାରେଉନ୍ନତି ହେବାରୁ ମନ ଖୁସି ରହିବ । ଯାତ୍ରାରେ ବିଶେଷ ଲାଭାନ୍ୱିତ ହେବେ ଓ ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । ମହିଳାମାନଙ୍କର ଅଧିକାରୀଙ୍କଠାରୁ ସହଯୋଗ ମିଳିବ । ପ୍ରତିକାର- ଗ୍ରାମ୍ୟ ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ ।

୧୧-କୁମ୍ଭ

ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ଶତୃନାଶ, ଋଣନାଶ ଓ ପୁରାତନ ରୋଗପୀଡ଼ାର ଉପଶମ ହେବ । ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ସଫଳତା ପାଇବେ । ନୂତନ ବନ୍ଧୁଙ୍କ ଯୋଗେ ପଟ୍ଟ ପରିବର୍ତ୍ତନ ଘଟି ଅଶାନ୍ତି ଓ ବିଶୃଙ୍ଖଳାରୁ ମୁକ୍ତ ହେବେ । ସବୁପରେ ଅପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ ଓ ନିଃସଙ୍ଗତା ବୋଧର ପୀଡା ମଧ୍ୟ ଦୂରେଇ ଯିବ । ଆପଣା ଲୋକଙ୍କ ମଧ୍ୟରୁ କେହି କ୍ଷୟକ୍ଷତି ଘଟାଇବାର ଉଦ୍ୟମ କରିବେ । ଯାତ୍ରାରେ ବିଶେଷ ଲାଭାନ୍ୱିତ ହେବେ । ରାଜନୀତିରେ ପ୍ରସଂଶା, ବିଦ୍ୟାରେଉନ୍ନତି, କୃଷିରେ ମନସନ୍ତୁଷ୍ଟ, ଖେଳରେ ବିଜୟୀ ହେବେ । ମହିଳାମାନେ ଅନ୍ୟକୁ ନିଜ ସହ ତୁଳନା କରି ମାନସିକ ଶାନ୍ତି ଅନୁଭବ କରିବେ । ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ ।

୧୨-ମୀନ

ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରି ପ୍ରଚୁର ଲାଭ କରିବେ । କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ରାଜନୀତିରେ ପ୍ରଶଂସିତ ହେବେ । ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ନୂତନ ଗୃହସୁଖ ମିଳିବ । ବ୍ୟବସାୟ ବୃଦ୍ଧି କିମ୍ବା ନୂଆ ଯୋଜନା ଅନୁସାରେ କାର୍ଯ୍ୟ କରିବେ । ସ୍ଥଗିତ ଥିବା ଧନପ୍ରାପ୍ତ ହେବ । ମହିଳାମାନେ ନୂତନ କର୍ମ ଓ ବ୍ୟବସାୟ ପାଇଁ ଚେଷ୍ଟିତ ହେବେ ବିବେକ ବୁଦ୍ଧି ଖଟେଇ ଉଚିତ୍ମାର୍ଗରେ ଗତିକରିବାର କ୍ଷମତା ଜନ୍ମହେବ । ରାଜନୀତିରେ ଉନ୍ନତି, ବିଦ୍ୟାରେ ଉନ୍ନତି, ଖେଳରେ ଶାନ୍ତି ହେବେ । ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ପ୍ରତିକାର-ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରି ଆଶୀର୍ବାଦ ପ୍ରାପ୍ତ କରନ୍ତୁ ।