ପ୍ରତେକ ମଣିଷ ନିଜ ଜୀବନରେ ଭଗବାନଙ୍କୁ ପୂଜା ଆରାଧନା କରିବା ସହ ତାଙ୍କ ଉପରେ ନିଜର ଶ୍ରଦ୍ଧା ମଧ୍ୟ ରଖିଥାଏ । କିଛି ଲୋକ ମାନେ ଏମିତି ଅଛନ୍ତି ଯେଉଁ ମାନେ ନିଜ ଜୀବନକୁ ସଂପୂର୍ଣ୍ଣ ଭାବେ ଭଗବାନଙ୍କ ପାଖରେ ସମର୍ପଣ କରିଥାନ୍ତି । ସଂସାରର ମୋହମାୟା ଭୁଲି ଭଗବାନଙ୍କ ପାଦ ତାଳରେ ନିଜକୁ ପରିତ୍ୟାଗ କରିଥାନ୍ତି । ଆଜି ବି ଆମ ଦେଶରେ ଏମିତି କିଛି ଚମତ୍କାର ହେଉଛି ଯାହାକୁ କଳ୍ପନା କରିବା ସମ୍ଭବ ନୁହେ ।

ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଅଦ୍ଭୁତ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ମାନଙ୍କର ଭଗବାନଙ୍କ ପ୍ରତି ଆହୁରି ଶ୍ରଦ୍ଧା ବଢିବାରେ ଲାଗିବ । ପ୍ରଭୁ ହନୁମାନ ହେଉଛନ୍ତି ପ୍ରଭୁ ରାମଚନ୍ଦ୍ରଙ୍କର ପରମ ଭକ୍ତ ଅଟନ୍ତି । ପ୍ରଭୁ ହନୁମାନଙ୍କୁ ସଂକଟମୋଚନ ନାମରେ ମଧ୍ୟ ପୂଜା କରାଯାଏ । ଏଭଳି କିଛି ଚମତ୍କାର ଘଟନା ୟୁପିର ଶାହାଜାହାନପୁର ଜିଲ୍ଲାରେ ଘଟିଛି ଯାହାକୁ ସେଠିକାର ବାସିନ୍ଦା ଦେଖିବା ପରେ ପ୍ରଭୁ ହନୁମାନଙ୍କ ପ୍ରତି ଥିବା ସେମାନଙ୍କର ଆସ୍ଥା ଆହୁରି ବଢି ଯାଇଛି ।
ସେଠାରେ ଥିବା ୧୩୦ ବର୍ଷ ପୁରୁଣା ହନୁମାନଙ୍କ ମନ୍ଦିରରେ ଏକ ଅନୋଖା ଚମତ୍କାର ଘଟଣା ଘଟିଛି । ସେହି ମନ୍ଦିରକୁ ପ୍ରଶାସନ ପକ୍ଷରୁ ଭାଙ୍ଗିବାକୁ ଯାଇଥିଲେ । କିନ୍ତୁ ଯେତେବେଳେ ହନୁମାନଙ୍କ ମୂର୍ତ୍ତିକୁ ଭାଙ୍ଗିବାକୁ ଯାଇଅଥିଲେ ସେତେବେଳେ ପ୍ରଶାସନ ପକ୍ଷରୁ ଅଣାଯାଇଥିବା ମେସିନ ଖରାପ ହୋଇ ଯାଇଥିଲା । ଏହା ପରେ ଦିତୀୟ ଥର ପାଇଁ ଆଉ ଏକ ମେସିନ ଅଣା ହୋଇଥିଲା ।

ଯେଉଁ ସମୟରେ ମନ୍ଦିରର କାନ୍ଥ ଭାଙ୍ଗିବାକୁ ଯାଉଥିଲେ ଠିକ ସେହି ସମୟରେ ପୁର୍ନବାର ମେସିନ ଖରାପ ହୋଇଥିଲା । ଏ ସବୁ ହେବା ପରେ ମଧ୍ୟ ମନ୍ଦିର ଭାଙ୍ଗିବାକୁ ଆସିଥିବା ଲୋକ ମାନେ ହାର ମାନି ନ ଥିଲେ । ସେମାନେ ତାଙ୍କର ଚେଷ୍ଟା ଜାରି ରଖିଥିଲେ । ଏହା ପରେ ଅଧିକାରୀ ଓ କର୍ମଚାରୀ ମାନେ ଆହୁରି ବଡ ମେସିନ ଆଣି ହନୁମାନଙ୍କ ମୂର୍ତ୍ତିକୁ ବାନ୍ଧି କରି ଭାଙ୍ଗିବାକୁ ଚେଷ୍ଟା କରିଥିଲେ ।

ଠିକ ସେହି ସମୟରେ ପୁଣି ଥରେ ମେସିନ ଖରାପ ହୋଇ ଯାଇଥିଲା । ଏ ସବୁ ଦେଖିବା ପରେ ଅଧିକାରୀ ଓ କର୍ମଚାରୀ ମାନଙ୍କର ହୋସ ଉଡି ଯାଇଥିଲା । ସେମାନଙ୍କୁ ପ୍ରଭୁ ହନୁମାନଙ୍କର ଶକ୍ତିର ଅନୁଭବ ହୋଇଥିଲା । ସେଠିକାର କମ୍ପାନୀ ସେହି ମନ୍ଦିର ଭାଙ୍ଗି ନିଜର ନୂଆ କମ୍ପାନୀ ତିଆରି କରିବାକୁ ଚାହୁଥିଲା । କିନ୍ତୁ ୩ ଦିନ ଧରି ଅଧିକାରୀ ଓ କର୍ମଚାରୀ ମାନେ ସବୁଠାରୁ ବଡ jcb ମେସିନ ନେଇ ମନ୍ଦିର ଭାଙ୍ଗିବାକୁ ଅନେକ ପ୍ରୟାସ କରିଥିଲେ ମଧ୍ୟ ସେଥିରେ ସଫଳ ହୋଇ ନ ଥିଲେ ।

ପ୍ରଶାସନ ପକ୍ଷରୁ ହନୁମାନଙ୍କ ମୂର୍ତ୍ତିକୁ ଭାଙ୍ଗିବା ପାଇଁ ଆସିଥିବା ଜେନେରେଟର ଓ ବେବ୍ରେଟ ପ୍ରଭୁ ହନୁମାନଙ୍କ ଚମତ୍କାର ଯୋଗୁ ଠିକ ସମୟରେ ଖରାପ ହୋଇଥିଲା । ଏଭଳି ଚମତ୍କାର ଘଟଣା ଦେଖି ପ୍ରଶାସନ ବ୍ଯତୀତ ସେଠିକାର ବାସିନ୍ଦା ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।
ଆଗକୁ କେବ ବି ସେହି ମନ୍ଦିର ନ ଭଙ୍ଗା ହେବା ପାଇଁ ନିଷ୍ପତି ନିଆଗଲା । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।